ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ଲବ୍ ପାର୍ଟନରଙ୍କ ସ୍ଵଭାଵ । ଖୋଲିବ ସମସ୍ତଙ୍କ ରହସ୍ୟ ।

Spread the love

ନିଜ ରାଶି ସମସ୍ତଙ୍କୁ ଜଣା ଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିରେ କିଛି ଭଲ କିଛି ଖରାପ ଲେଖା ହୋଇଥାଏ । ଅନେକ ଲୋକଙ୍କୁ ଜାତକରେ ଲେଖା ଉପରେ ଏତେ ପରିମାଣରେ ବିଶ୍ୱାସ ରହିଥାଏ ଯେ, କୌଣସି ମଧ୍ୟ କାମ ନିଜ ରାଶି ଅନୁସାରେ ହିଁ କରିଥାନ୍ତି । ଆମେ ସମସ୍ତେ ଜାଣିଛେ, ରାଶିଚକ୍ରରେ ୧୨ଟି ରାଶି ରହିଛି ଏବଂ ପ୍ରତି ରାଶିର ନିଜସ୍ୱ ଗୁଣ ଏବଂ ଦୋଷ ରହିଥାଏ । ଜୋତିଷ ଶାସ୍ତ୍ର ଅନୁସାରେ ଏହିପରି କିଛି ଉଲ୍ଲେଖ ରହିଛି, ଯାହା ବ୍ୟକ୍ତିର ସ୍ଵଭାଵ ବିଷୟରେ ଜଣାଇଥାଏ । ଏହି ବିଷୟ ଗୁଡିକ ମଧ୍ୟରୁ ଆଜି ଆମେ କିଛି ବିଷୟରେ କହିବୁ, ଯାହା ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାଵ ବିଷୟରେ ଜଣାପଡ଼ିଥାଏ ।

ମେଷ :

ଏହି ରାଶିର ଜାତକରେ ପ୍ରେମ କିଛି ସମୟ ପାଇଁ ରହିଥାଏ । ଏମାନଙ୍କୁ ପ୍ରତି କଥାରେ ଶିଘ୍ରତା ରହିଥାଏ । ଏହି କାରଣରୁ ଏମାନଙ୍କ ଅନେକ ସମ୍ବନ୍ଧ ରହିଥାଏ । ଯେତେ ଶୀଘ୍ର ଏମାନେ ପ୍ରେମରେ ପଡନ୍ତି; ସେତେ ଶୀଘ୍ର ପ୍ରେମରୁ ବାହାରି ଯାଇଥାନ୍ତି ।

ବୃଷ :

ଏମାନଙ୍କ ପାଇଁ ପ୍ରେମ ଅନ୍ୟ ଜିନିଷ ତୁଳନାରେ ଅଧିକ ହୋଇଥାଏ । ଏମାନେ ବହୁତ ଭାବୁକ ହୋଇଥାନ୍ତି, ଥରେ ଯାହାକୁ ହୃଦୟ ଦେଇ ଦିଅନ୍ତି; ସେମାନଙ୍କ ପ୍ରତି ଜୀବନ ତମାମ ସମର୍ପିତ ହୋଇଯାଇଥାନ୍ତି ।

ମିଥୁନ :

ଏହି ରାଶିର ବ୍ୟକ୍ତିମାନେ ପ୍ରେମକୁ ନେଇ ଗମ୍ଭୀର ହୋଇନଥାନ୍ତି, ଯେପରି ସେମାନେ ଦେଖାଇଥାନ୍ତି । ଏମାନଙ୍କ ଜୀବନରେ ଗୋଟିଏ ସମୟରେ ଅନେକ ଗୁଡିଏ ଲୋକ ରହିଥାନ୍ତି । ଏମାନେ ଅନ୍ୟ ପ୍ରତି ଖୁବ ଶୀଘ୍ର ଆକର୍ଷିତ ହୋଇଯାଆନ୍ତି । ଏମାନଙ୍କ ଅନେକ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଥାଏ ।

କର୍କଟ :

ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରେମ ଏବଂ ଦାୟିତ୍ୱ ପ୍ରତି ସଚ୍ଚୋଟ ହୋଇଥାନ୍ତି । ଏହି ବିଷୟ ସେମାନେ ନିଜ ପାର୍ଟନରଙ୍କ ଠାରୁ ମଧ୍ୟ ଆଶା କରନ୍ତି । ଏହି ରାଶିର ବ୍ୟକ୍ତିଙ୍କ ବିବାହ ପରେ ଉନ୍ନତି ହୋଇଥାଏ । ଏମାନେ ନିଜ ପାର୍ଟନରଙ୍କୁ ବହୁତ ସମ୍ମାନ ଦିଅନ୍ତି ।

ସିଂହ :

ଏହି ଜାତକର ଲୋକମାନେ ଖୋଲାଖୋଲି ରୂପେ ପ୍ରେମ କରନ୍ତି । ଏହି ଆଶା ସେମାନେ ନିଜ ପାର୍ଟନରଙ୍କ ଠାରୁ ମଧ୍ୟ କରିଥାନ୍ତି । କଥା କହିବାର ଚତୁରତା କାରଣରୁ ଏମାନଙ୍କ ପ୍ରତି ଲୋକଙ୍କୁ ନିଜ କଥା ମାଧ୍ୟମରେ ଆକର୍ଷିତ ହୋଇଥାନ୍ତି । ଏମାନେ ସତ୍ୟ ପ୍ରେମରେ ବିଶ୍ୱାସ ରଖନ୍ତି ଏବଂ ଜୀବନ ତମାନ ସାଥ ଦିଅନ୍ତି ।

କନ୍ୟା :

ଏହି ରାଶିର ବ୍ୟକ୍ତି ଲୋକ ଦେଖାଣିଆ ପ୍ରେମ କରନ୍ତି ନାହିଁ । ଏମାନଙ୍କ ପାଇଁ ହୃଦୟ ମିଳନ ପ୍ରଥମେ ଅଟେ । ସୁନ୍ଦରତା ଏମାନଙ୍କ ପାଇଁ ଜରୁରୀ ନୁହେଁ । ଏମାନେ ଆପଣାର ବ୍ୟକ୍ତିଙ୍କ ପାଇଁ କିଛି ମଧ୍ୟ କରିପାରନ୍ତି । ଏମାନଙ୍କ ବୈବାହିକ ଜୀବନ ଖୁସିପୂର୍ଣ୍ଣ ହୋଇଥାଏ ।

ତୁଳା :

ଏହି ରାଶିର ବ୍ୟକ୍ତି ଚାହିଁଥାନ୍ତି, ଏମାନଙ୍କୁ ଏହିପରି ଜୀବନସାଥୀ ମିଳୁ ଯିଏ ଏମାନଙ୍କ ଜୀବନକୁ ଏକ ନିର୍ଦ୍ଧିଷ୍ଟ ପଥରେ ନେଇପାରିବ । ପ୍ରତିଟି କ୍ଷେତ୍ରରେ ଜୀବନସାଥୀ ସାଥ ଦିଅନ୍ତୁ । ଏମାନଙ୍କୁ ପ୍ରେମର ପ୍ରକୃତ ପରିଭାଷା ଜଣାଥାଏ । ଏମାନେ ବନ୍ଧୁତାପୂର୍ଣ୍ଣ ହୋଇଥାନ୍ତି । ଏମାନଙ୍କ ପାଖରେ ସର୍ବଦା ପରିବାରର ଏବଂ ବନ୍ଧୁଙ୍କ ସହଯୋଗ ରହିଥାଏ ।

ବିଛା :

ଏମାନଙ୍କ ପାଇଁ ପ୍ରେମ ଏକ ଅଗ୍ନି ସଦୃଶ୍ୟ ଅଟେ । ଯେଉଁଥିରେ ଏମାନେ ଜଳି ଯିବା ପାଇଁ ଚାହାଁନ୍ତି । ଏମାନେ ଲୋକ ଦେଖାଣିଆ ପ୍ରେମ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ପ୍ରେମର ଗଭୀରତରେ ବୁଡି ଯିବା ପସନ୍ଦ ଅଟେ । ଏମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ଅଟେ ।ଏମାନେ ପ୍ରେମ ହୃଦୟରୁ କରିଥାନ୍ତି । ପାର୍ଟନର ଅନ୍ୟ ସହ କଥା ହେଲେ ଏହି ରାଶିର ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ।

ଧନୁ :

ଧନୁ ରାଶିର ବ୍ୟକ୍ତି ପ୍ରେମକୁ ନେଇ ବହୁତ ସମ୍ବେଦନଶୀଳ ଏବଂ ଖୁସ ମିଜାଜର ହୋଇଥାନ୍ତି । ଏମାନେ ନିଜର ପ୍ରତିଟି ମୁହୂର୍ତ୍ତକୁ ଖୁସିରେ ବିତାଇବା ପାଇଁ ଚାହାଁନ୍ତି । ଏମାନେ ଭଲ ପ୍ରେମିକ ହୋଇଥାନ୍ତି କିନ୍ତୁ ଏମାନଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥାଏ । ଯାହାଫଳରେ ଏମାନଙ୍କ ଅନେକ ପ୍ରେମ ସମ୍ପର୍କ ରହିଥାଏ ।

ମକର :

ଏହି ରାଶିର ବ୍ୟକ୍ତି ସ୍ୱଭାବର ଜିଦ୍ଦି ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ନିଜ ପାର୍ଟନରଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି ଏବଂ ନିଜ ପାର୍ଟନରଙ୍କ ଠାରୁ ଏହି ଆଶା ରଖିଥାନ୍ତି । କିନ୍ତୁ ଏମାନଙ୍କ କିଛି ଅଭ୍ୟାସ ଏମାନଙ୍କ ପାର୍ଟନରଙ୍କୁ ପସନ୍ଦ ହୋଇନଥାଏ, ଯାହାଫଳରେ ଦୁହିଁଙ୍କ ମଧ୍ୟରେ କଳି ରହି ଲାଗିଥାଏ । ଏହି ରାଶିର ବ୍ୟକ୍ତି ଭଲ ପ୍ରେମୀର ଶ୍ରେଣୀରେ ଅନ୍ତର୍ଭୁକ୍ତ ନୁହଁନ୍ତି ।

କୁମ୍ଭ :

ଏମାନଙ୍କୁ କ୍ରୋଧ ବହୁତ କମ ଆସିଥାଏ କିନ୍ତୁ ଯେତେବେଳେ କ୍ରୋଧ ଆସିଥାଏ, ତେବେ ସମ୍ଭାଳିବା ଅସମ୍ଭାଳ ହୋଇଯାଇଥାଏ । ଏମାନଙ୍କୁ ଏହିପରି ପାର୍ଟନରର ଆବଶ୍ୟକ ହୋଇଥାଏ, ଯିଏ ଏମାନଙ୍କୁ ଏହିପରି ପରିସ୍ଥିତିରେ ସମ୍ଭାଳି ପାରିବେ । ଏମାନେ ପ୍ରେମରେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ ହୃଦୟରୁ କରିଥାନ୍ତି । ଏମାନେ ଯାହାକୁ ପ୍ରେମ କରନ୍ତି ନିଃସ୍ୱାର୍ଥ ପ୍ରେମ କରନ୍ତି ।

ମୀନ :

ଏମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ବହୁତ ଭାବୁକ ସ୍ୱଭାବର ହୋଇଥିବା କାରଣରୁ ବିପରୀତ ଲିଙ୍ଗ ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇଯାନ୍ତି । ଏମାନେ ହୃଦୟରୁ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଅନେକ ଥର ଏମାନଙ୍କ ହୃଦୟ ଭାଙ୍ଗି ଥାଏ । ଏମାନେ ଏହିଭଳି ଜୀବନସାଥୀ ଚାହିଁଥାନ୍ତି; ଯିଏ ଏମାନଙ୍କ ମନବୃତ୍ତି ବୁଝିପାରୁଥିବ । ଏମାନଙ୍କ ପ୍ରେମ ସମ୍ପର୍କ ସାମାନ୍ୟ ଚାଲିଥାଏ ।