ଜାଣନ୍ତୁ ଏହି ପ୍ରସିଦ୍ଧ ନ୍ୟୁଜ୍ ଏଙ୍କରଙ୍କ ସ୍ଵାମୀଙ୍କୁ । କେହି ସଫ୍ଟୱେୟର ଇଞ୍ଜିନିୟର ଅନ୍ୟ କେହି IPS ଅଫିସର !

Spread the love

ଦେଶ ଦୁନିଆରେ ଚାଲୁଥିବା ଖବରକୁ ଜଣାଇବା ପାଇଁ ଆମେ ପ୍ରାୟ ପ୍ରତିଦିନ ଟିଭି ଚ୍ୟାନେଲରେ ନ୍ୟୁଜ୍ ଚ୍ୟାନେଲ ଦେଖୁ । ଅଧିକାଂଶ ଲୋକ ଦିନସାରା ଅତିକମରେ ଥରେ ନ୍ୟୁଜ୍ ଚ୍ୟାନେଲ ନିଶ୍ଚିତ ଦେଖିଥିବେ । ଯଦି ଆପଣ ମଧ୍ୟ ଖବର ଜାଣିବା ପାଇଁ ନ୍ୟୁଜ୍ ଚ୍ୟାନେଲ ଦେଖୁଛନ୍ତି ତେବେ ଆପଣ କେତେକ ଏଙ୍କରଙ୍କୁ ଦେଖିଥିବେ ଯେ ଆମକୁ ଖବର ପଢ଼ି ଶୁଣାନ୍ତି । ଏମିତିରେ ସମଗ୍ର ଦେଶରେ ଅନେକ ନ୍ୟୁଜ୍ ଚ୍ୟାନେଲ ରହିଛି ଏବଂ ସେଥିରେ ଅନେକ ନ୍ୟୁଜ୍ ଏଙ୍କର ମଧ୍ୟ ଅଛନ୍ତି କିନ୍ତୁ କିଛି ନାମ ଏପରି ରହିଛି ଯାହା ପ୍ରାୟ ଲୋକପ୍ରିୟ ହୋଇଯାଇଛନ୍ତି ।

ଏମିତି ଅନେକ ଟିଭି ନ୍ୟୁଜ୍ ଏଙ୍କର ମାନେ ଅଛନ୍ତି ଯାହାଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଅନେକ ଫ୍ୟାନ୍ ଫୋଲୋଇଙ୍ଗ ମଧ୍ୟ ଅଛନ୍ତି । କିଛି ଏଙ୍କର ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜର ଲୋକପ୍ରିୟତା କାରଣରୁ କୌଣସି ଟିଭି ସିରିଏଲ ଏବଂ ଫିଲ୍ମ ମାନଙ୍କରେ ଅତିଥି ଭୂମିକାରେ ମଧ୍ୟ ଆସି ସାରିଛନ୍ତି ।

ଏହିଭଳି ହିଁ କିଛି ଏଙ୍କରଙ୍କ ନାମ ଆମେ କହିବାକୁ ଯାଉଛୁ ଯେଉଁମାନେ ଫ୍ୟାନ୍ ଫୋଲୋଇଙ୍ଗ ମାମଲାରେ ବଲିଉଡ଼ ଷ୍ଟାର ମାନଙ୍କୁ ଟକ୍କର ଦିଅନ୍ତି । ଏହି ଏଙ୍କର ମାନଙ୍କୁ ଯେକେହିବି ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଏଙ୍କର ମାନଙ୍କ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ବୋଧହୁଏ ଆପଣ ଜାଣି ନଥିବେ ।

google

ସର୍ବପ୍ରଥମେ ଆମେ ଟିଭି ନ୍ୟୁଜ୍ ଦୁନିଆର ଲୋକପ୍ରିୟ ନାମ ଅଞ୍ଜନା ଓମ୍ କଶ୍ୟପଙ୍କ ବିଷୟରେ କହିବୁ । ଆଜ୍ ତକ୍ ଚ୍ୟାନେଲର ଏଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କର ସୋସିଆଲ ମିଡିଆରେ ଲକ୍ଷାଧିକ ଫ୍ୟାନ୍ ଫୋଲୋଇଙ୍ଗ ଅଛନ୍ତି । ଆଜ୍ ତକ୍ ଚ୍ୟାନେଲର ଏହି ଷ୍ଟାର ଏଙ୍କରଙ୍କ ସ୍ଵାମୀଙ୍କ ନାମ ମଙ୍ଗେଶ କଶ୍ୟପ ଅଟେ । ଅଞ୍ଜନାଙ୍କ ସ୍ଵାମୀ ମଙ୍ଗେଶ କଶ୍ୟପ ସିନିୟର IPS ଅଫିସର ଅଟନ୍ତି । ଅଞ୍ଜନା ଓମ୍ କଶ୍ୟପ ଏବଂ ମଙ୍ଗେଶ ଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ।

google

ପୁଣି ଆଜ୍ ତକ”ର ଆଉଜଣେ ଏଙ୍କର ଏବଂ ରିପୋର୍ଟର ଶ୍ଵେତା ସିଂହ ପ୍ରେମ ବିବାହ କରିଥିଲେ । ଶ୍ଵେତାଙ୍କୁ ସଙ୍କେତ କୋଟକରଙ୍କ ସହ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା । ଶ୍ଵେତା ବିହାରୀ ଭୂମିହାର ପରିବାର ସମ୍ବନ୍ଧୀତ ଅଟନ୍ତି ଯେଉଁଠି ସଙ୍କେତ ମରାଠୀ ବ୍ରାହ୍ମଣ ପରିବାରର ଥିଲେ । ବୃତ୍ତିରେ ସଙ୍କେତ ସୋଫ୍ଟୱେୟର ଇଞ୍ଜିନିୟର ଥିଲେ । ସଙ୍କେତ ଏବଂ ଶ୍ଵେତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

google

ଏବୀପୀ ନ୍ୟୁଜର ପ୍ରସିଦ୍ଧ ଏଙ୍କର ରୂବିକା ଲିୟାକତ ୨୦୧୨ ମସିହାରେ ନାବେଦ କୁରୈଶୀଙ୍କୁ ବିବାହ କରିଥିଲେ । ନାବେଦ କୁରୈଶୀ ମଧ୍ୟ ଜଣେ ପତ୍ରକାର ଅଟନ୍ତି । ନାବେଦ ଏବଂ ରୂବିକା ଏକା ସାଥୀରେ ନ୍ୟୁଜ୍ ୨୪ ଚ୍ୟାନେଲରେ କାମ କରୁଥିଲେ ଏବଂ ଏହି ସମୟରେ ତାଙ୍କର ସାକ୍ଷାତ ହୋଇଥିଲା ।

google

ଆଜ୍ ତକ୍ ନ୍ୟୁଜ୍ ଏଙ୍କର ଚିତ୍ରା ତ୍ରିପାଠୀ ସୋସିଆଲ ମିଡିଆରେ ପ୍ରାୟ ଖୁବ୍ ପ୍ରସିଦ୍ଧ ଅଟନ୍ତି । ଚିତ୍ରାଙ୍କ ବିବାହ ୨୦୦୮ରେ ଅତୁଲ ଅଗ୍ରୱାଲଙ୍କ ସହିତ ହୋଇଥିଲା ।ଚିତ୍ରା ଏବଂ ଅତୁଲ ଦୁହେଁ ପ୍ରେମ ବିବାହ କରିଥିଲେ । ବୃତ୍ତିରେ ଅତୁଲ ଅଗ୍ରୱାଲ ମଧ୍ୟ ଜଣେ ପତ୍ରକାର ଏବଂ ଟିଭି ନ୍ୟୁଜ୍ ଏଙ୍କର ଅଟନ୍ତି । ଅତୁଲ ଏବଂ ଚିତ୍ରାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।