ସୁଷମା ସ୍ୱରାଜଙ୍କ ରାଶି କୁମ୍ଭ ଥିଲା । ଜାଣନ୍ତୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ତଥ୍ୟ ।

Spread the love

୬ ଅଗଷ୍ଟ 2019ରେ ବିଜେପିର ବରିଷ୍ଠ ନେତା ସୁଷମା ସ୍ୱରାଜଙ୍କ ନିଧନ ହୋଇଥିଲା ଏବଂ ସାରା ଦେଶରେ ଶୋକର ବାତାବରଣ ଖେଳି ଯାଇଥିଲା । ସୁଷମାଙ୍କ ଭିତରେ ଅନେକ ଭଲ ଗୁଣ ଥିଲା ଯାହାଦ୍ୱାରା ଲୋକେ ସୁଷମାଙ୍କୁ ଖୁବ ପସନ୍ଦ କରୁଥିଲେ । ସୁଷମା ସ୍ୱରାଜ କୁମ୍ଭ ରାଶି ଜାତକର ମହିଳା ଥିଲେ । ସୁଷମାଙ୍କ ଜନ୍ମ ୧୪ ଫେବୃଆରୀ ୧୯୫୨ରେ ସକାଳ ୪ଟା ୧୫ ମିନିଟରେ ଅମ୍ବାଳାରେ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶି ସହ ଜଡିତ କିଛି ବିଶେଷତା ବିଷୟରେ ଅବଗତ କରାଇବୁ । ଯଦି ଆପଣ ମଧ୍ୟ କୁମ୍ଭ ଜାତକର ବ୍ୟକ୍ତି ତେବେ ଜାଣନ୍ତୁ ଆପଣଙ୍କ ଭିତରେ କଣ ରହସ୍ୟ ରହିଛି, ଆସନ୍ତୁ ଜାଣିବା :

1. କୁମ୍ଭ ରାଶିର ଲୋକେ ନିଜ ସାହାସିକତା ପାଇଁ ପରିଚିତ । ଏହି ରାଶିର ବ୍ୟକ୍ତି କଦାପି କାହାରିକୁ ଡରନ୍ତି ନାହିଁ ଏବଂ ସର୍ବଦା ନିଜର ମତ ଅନ୍ୟ ସାମ୍ନାରେ ପ୍ରକାଶ କରିବା ପାଇଁ ଭୟ ପ୍ରକାଶ କରନ୍ତି ନାହିଁ । ଏହି ରାଶିର ଲୋକଙ୍କୁ ଆପଣ ଡରାଇ ଧମକାଇ ପାରିବେ ନାହିଁ । ଏମାନେ ଅନ୍ୟର ଚାପରେ ଦବି ପରାଧୀନ ରୂପରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ ।

2. ଏହି ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ ହୋଇଥାନ୍ତି । ସଚ୍ଚୋଟତାର ରାସ୍ତାରେ ଚାଲିବା ଏମାନଙ୍କ ମୌଳିକତା ହୋଇଥାଏ । ଏମାନେ କଦାପି ଅସତ୍ୟର ମାର୍ଗ ଆପଣନ୍ତି ନାହିଁ । ଏମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ । ଏମାନଙ୍କୁ ଧୋକା ଦେବା ପସନ୍ଦ ହୋଇନଥାଏ । ଯଦି କୌଣସି ବ୍ୟକ୍ତି ସହ କିଛି ସମସ୍ୟା ସୃଷ୍ଟି ହୋଇଥାଏ; ତେବେ କୁମ୍ଭ ରାଶିର ବ୍ୟକ୍ତି ସେମାନଙ୍କୁ ସାମ୍ନାରେ ହିଁ ଶୁଣାଇ ଦିଅନ୍ତି ।

3. ଏମାନଙ୍କ ଭିତରେ ବିନମ୍ରତା ମଧ୍ୟ ରହିଛି । ଦୟାଭାବ ଏମାନଙ୍କ ଭିତରେ ରହିଛି । ଏମାନେ ଅନ୍ୟକୁ ସାହାଯ୍ୟ କରିବାରେ ବିଶ୍ୱାସ ରଖନ୍ତି ।ଯଦି କେହି ଏମାନଙ୍କୁ ସାହାଯ୍ୟ କରିବା ପାଇଁ କହିଥାଏ, ଏମାନେ ପୂର୍ଣ୍ଣ ସହଯୋଗ କରିଥାନ୍ତି । ଏମାନେ ବିନା ସ୍ୱାର୍ଥରେ ଅନ୍ୟର ସାହାଯ୍ୟ କରୁଥିବାର ଦେଖିବା ପାଇଁ ମିଳିଥାଏ । ଏମାନଙ୍କ ଏହି ଗୁଣ ଯୋଗୁଁ ଲୋକେ ଏମାନଙ୍କୁ ପସନ୍ଦ କରିଥାନ୍ତି ।

4. ଏମାନେ ସର୍ବଦା ସତ୍ୟତାର ସାଥ ଦେଇଥାନ୍ତି । ଯାହା ସଠିକ ହୋଇଥାଏ ତାହା କରିବା ପାଇଁ ପସନ୍ଦ କରିଥାନ୍ତି । ବେଇମାନି ଏବଂ ଧୋକାବାଜି ଏମାନଙ୍କୁ ପସନ୍ଦ ହୋଇନଥାଏ । ଏହି କାରଣରୁ ସମାଜରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥାନ୍ତି । ଲୋକେ ଏମାନଙ୍କୁ ମାନସମ୍ମାନ ଦେଇଥାନ୍ତି ।

5. ନିଜର ବନ୍ଧୁତା ଗୁଣ ଯୋଗୁଁ ଏମାନେ ନିଜ ବନ୍ଧୁ ଗହଣରେ ଲୋକପ୍ରିୟ ଅଟନ୍ତି । ଲୋକେ ଏମାନଙ୍କ ସହ ବନ୍ଧୁତା ରଖିବା ପାଇଁ ପସନ୍ଦ କରନ୍ତି । ଯେତେବେଳେ ଏମାନେ ଗ୍ରୁପରେ ନଥାନ୍ତି; ତେବେ ଏମାନଙ୍କ ଅଭାବ ଜଣା ପଡିଥାଏ । ଏମାନେ ନିଜ ଗ୍ରୁପର ପ୍ରସିଦ୍ଧ ବ୍ୟକ୍ତି ହୋଇଥାନ୍ତି ।

6. ଏମାନଙ୍କ ଭିତରେ ସର୍ବଦା ଜୀବନରେ ଆଗକୁ ବଢ଼ିବା ଏବଂ କିଛି କରି ଦେଖାଇବାର ଜୋସ ରହିଥାଏ । ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ଏମାନଙ୍କ ଉପରେ ମାତାପିତା ଗର୍ଵ କରିଥାନ୍ତି । ଏମାନେ ପରିବାର ପାଇଁ ଖ୍ୟାତି ଆଣିଥାନ୍ତି ।

7. ଏମାନେ କଦାପି ହାରିବା ଭଳି ଚିନ୍ତାଧାରା ରଖନ୍ତି ନାହିଁ । ଏମାନଙ୍କ ଜୀବନରେ କୌଣସି ମଧ୍ୟ ସମସ୍ୟା ଆସିଲେ, ଏମାନେ ଭୟଭିତ ହୁଅନ୍ତି ନାହିଁ । ସେହି ପରିସ୍ଥିତିରୁ ମୁକୁଳିବାର ପନ୍ଥା ଖୋଜିଥାନ୍ତି । ଏହି ଜିନିଷ ଏମାନଙ୍କୁ ସଫଳତା ପାଇବା ପାଇଁ ସାହାଯ୍ୟ କରିଥାଏ । ନିଜ କାର୍ଯ୍ୟ ମାଧ୍ୟମରେ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଯୋଗାଇ ଥାନ୍ତି । ଏମାନଙ୍କ ନାମ ପ୍ରତି ସ୍ଥାନରେ ସ୍ମରଣୀୟ ହୋଇଥାଏ ।