ଆପଣଙ୍କର କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କ ନାମ ‘R’ରୁ ଆରମ୍ଭ ହୋଇଛି କି ? ତେବେ ଜାଣନ୍ତୁ ‘R’ ଅକ୍ଷର ସହ ଜଡ଼ିତ କେତେକ ବିଶେଷ କଥା ।

Spread the love

ନାମର ପ୍ରଥମ ଅକ୍ଷରରୁ ରାଶି ଜଣା ପଡ଼ିଥାଏ । ଏହି ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହିତ ଜଡ଼ିତ ସୂଚନା ମିଳିଥାଏ । ଆଜି ଆମେ ଇଂରାଜୀର ୧୮ ତମ ଅକ୍ଷର ‘R’ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି ‘R’ ଅକ୍ଷର ଥିବା ବ୍ୟକ୍ତି ।

ସ୍ୱଭାବ :

ଯେଉଁ ବ୍ୟକ୍ତିଙ୍କ ନାମ “R” ଅକ୍ଷରରୁ ଆରମ୍ଭ ହୋଇଥାଏ; ସେ ବ୍ୟକ୍ତି ବହୁତ କଥା ହୋଇଥାନ୍ତି ନଚେତ ଏକ ଦମ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଶାନ୍ତ ରହୁଥିବା ବ୍ୟକ୍ତିମାନଙ୍କୁ ଅଯଥା କଥା ବଦଳରେ କେବଳ କାମର କଥାରେ ହିଁ ମନ ଲଗାଇବା ପସନ୍ଦ ଥାଏ । ଏହି ଲୋକମାନେ କମ କଥା ହୁଅନ୍ତି ଏବଂ ନିଜ ଦୁନିଆରେ ହିଁ ବ୍ୟସ୍ତ ରୁହନ୍ତି । ଅନ୍ୟପକ୍ଷରେ ବହୁତ କଥା ହେବା ବ୍ୟକ୍ତି ନିଜର ବହୁତ କଥା ହେବା ଗୁଣ ଯୋଗୁଁ ଲୋକଙ୍କୁ ବହୁତ ହଇରାଣ କରି ଦିଅନ୍ତି । ଏମାନେ ସର୍ବଦା କିଛି ନୂଆ କଥାର ଅନୁସନ୍ଧାନରେ ଲାଗି ପଡ଼ିଥାନ୍ତି । ଏମାନଙ୍କୁ ସେହି ସ୍ଥାନ ଭଲ ଲାଗେ ଯେଉଁଠାରେ କି ତାଙ୍କୁ ଜ୍ଞାନ ମିଳେ । ଏହି ନାମର ବ୍ୟକ୍ତି ବହୁତ ଶୀଘ୍ର ଗତିରେ ଆଗକୁ ବଢ଼ନ୍ତି ।

କ୍ୟାରିୟର :

ଏହି ଲୋକମାନେ ଯେଉଁ କ୍ଷେତ୍ରକୁ ଯାଆନ୍ତି; ସେଠାରେ ପ୍ରଥମ ହୁଅନ୍ତି ଓ ସମସ୍ତ କାର୍ଯ୍ୟକୁ ମନଧ୍ୟାନ ଲଗାଇ କାମ କରନ୍ତି । ଏମାନଙ୍କୁ ଧନ ସମ୍ପତ୍ତି ଓ ମାନସମ୍ମାନ ଉଭୟ ମିଳିଥାଏ । ଏମାନେ ଦରକାର ପଡ଼ିଲେ ଅନ୍ୟ ଲୋକଙ୍କ ସାହାଯ୍ୟ ମଧ୍ୟ କରନ୍ତି । R ଅକ୍ଷର ଥିବା ଲୋକ ଯେଉଁ କ୍ଷେତ୍ରରେ ମଧ୍ୟ କାମ କରନ୍ତି, ନିଜର ପରିଶ୍ରମ ବଳରେ ସେଠାରେ ସଫଳତା ହାସଲ କରନ୍ତି । ଅନ୍ୟଙ୍କୁ ପରଖିବାର ଏକ ଅଦ୍ଭୁତ କଳା ଏମାନଙ୍କ ଠାରେ ରହିଥାଏ । ଏମାନେ ପରିଶ୍ରମୀ ଏବଂ ଲଗ୍ନଶୀଳ ହୋଇଥାନ୍ତି ।

ପ୍ରେମ :

ଏମାନେ ଜାତକ ଅନୁସାରେ ବହୁତ ସୁନ୍ଦର ଏବଂ ଚତୁର ହୋଇଥାନ୍ତି । ତେଣୁ ଲୋକମାନେ ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏହି ଜାତକକୁ ଭଲ ପାଉଥିବା ଲୋକଙ୍କ ଏକ ଲମ୍ବା ଲିଷ୍ଟ ରହିଥାଏ । କିନ୍ତୁ R ଅକ୍ଷର ବ୍ୟକ୍ତିଙ୍କ ବିଷୟରେ କହିବ ତ; ତେବେ ଏହି ବ୍ୟକ୍ତିମାନେ ନିଜର ସମ୍ପୂର୍ଣ୍ଣ ଜୀବନ କୌଣସି ଜଣେ ବ୍ୟକ୍ତିଙ୍କୁ ଭଲ ପାଇଁ ହିଁ ବିତାଇ ଦେଇଥାନ୍ତି । କିନ୍ତୁ ଏହି ଲୋକମାନେ ନିଜ ପ୍ରେମ ପାଇଁ ବହୁତ ଅଶୁଭ ବା ମନ୍ଦ ଭାଗ୍ୟର ହୋଇଥାନ୍ତି । କାରଣ ଏମାନଙ୍କୁ ପ୍ରେମରେ ଅଧିକାଂଶ ଛଳନା ହିଁ ମିଳିଥାଏ । ନିଜ ପ୍ରେମକୁ ନେଇ ଏମାନେ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏହି ଅକ୍ଷରର ବ୍ୟକ୍ତି ଯାହାର ମଧ୍ୟ ଜୀବନସାଥୀ ହୁଅନ୍ତି ବୁଝି ଯାଆନ୍ତୁ ଯେ, ସେହି ବ୍ୟକ୍ତି ଭାଗ୍ୟଶାଳୀ ଅଟେ ।

ଗୁଣ :

ଜ୍ଞାନର ସାଗର ବୋଲି କୁହାଯାଉଥିବା ଏହି ଲୋକମାନେ ସର୍ବଦା ଲୋକ ଓ ସମାଜ ପାଇଁ ଲାଭଦାୟକ ହୋଇଥାନ୍ତି । ଏହିପରି ଲୋକ ବାହାରୁ ବହୁତ ଗମ୍ଭୀର ନଜର ଆସନ୍ତି କିନ୍ତୁ ଭିତରୁ ପ୍ରେମର ଭାବନା ସହିତ ଜଡ଼ିତ ଥାଆନ୍ତି ।

ନିଜର ଉଚ୍ଚ ଅଧିକାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଠାରୁ ନିଜର କାର୍ଯ୍ୟ ହାସଲ କରିବା ଏମାନଙ୍କ ପାଇଁ ବହୁତ ସହଜ ହୋଇଥାଏ । ଯେପରି ଏମାନଙ୍କ ବୟସ ବଢ଼ିଥାଏ; ସେମିତି ହିଁ ଏମାନେ ଜୀବନରେ ମାନ-ପ୍ରତିଷ୍ଠା, ପଦ ଓ ସମ୍ମାନର ଅଧିକାରୀ ହୋଇଥାନ୍ତି । ଏପରି ବ୍ୟକ୍ତି ନିଶ୍ଚିତ ଭାବରେ ସ୍ୱାର୍ଥପର ହୋଇଥାନ୍ତି ।

କିଏ କଣ କହୁଛି, କଣ କରୁଛି, ଏଥିରୁ ଏମାନଙ୍କୁ କିଛି ଯାଏ ଆସେ ନାହିଁ । ଏଥିପାଇଁ ଅଧିକାଂଶ ଏମାନଙ୍କ ବୈବାହିକ ଜୀବନରେ ଏହି କଥାକୁ ନେଇ କଳହ ଆରମ୍ଭ ହୋଇଥାଏ । ଏମାନଙ୍କୁ ଧନ, ସମ୍ପତ୍ତି, ପଦ ପଦବୀ ସବୁକିଛି ମିଳିଥାଏ । ଏପରି ବ୍ୟକ୍ତି ହୃଦୟରୁ ବହୁତ ଭଲ ସ୍ଵଭାବର ହୋଇଥାନ୍ତି ।

ଏପରି ବ୍ୟକ୍ତି କୌଣସି କଥାକୁ ମଧ୍ୟ ବହୁତ ଗମ୍ଭୀରତାର ସହ ବିଚାର ବିମାର୍ଚ କରନ୍ତି ଓ ଏହା ପରେ କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତି, ଯାହାକି ଅଧିକାଂଶ ପରିସ୍ଥିତିରେ ଠିକ ସାବ୍ୟସ୍ତ ହୋଇଥାଏ ।

ଏମାନେ ନିଜ ବାଣୀ ଦ୍ୱାରା କାହାକୁ ମଧ୍ୟ ନିଜର କରି ନିଜ କାର୍ଯ୍ୟ ହାସଲ କରିବା ବହୁତ ଭଲ ଭାବରେ ଜାଣନ୍ତି । ଏମାନେ ବିନା କୌଣସି ପ୍ରଶିକ୍ଷଣ ଦ୍ୱାରା ମଧ୍ୟ ଅନ୍ୟର ଗୁଣକୁ ନକଲ କରିବାରେ ନିପୁଣ ଥାନ୍ତି ।

ଏହି ଲୋକମାନେ ଶ୍ରେଷ୍ଠ ବ୍ୟକ୍ତିତ୍ଵର, ଧନୀ, ପ୍ରଭାବଶାଳୀ ଏବଂ ମଧୁର ଭାଷୀ ହୋଇଥାନ୍ତି ।