କେଉଁ ମାସରେ ବିବାହ କରିଲେ କିପରି ରହିବ ଆପଣଙ୍କ ବୈବହାରିକ ଜୀବନ ! ଆସନ୍ତୁ ଜାଣିବା ।

Spread the love

ମଇ ମାସରେ ବିବାହ କରୁଥିବା ବ୍ୟକ୍ତି ଥରେ ଜାଣି ରଖନ୍ତୁ ଯେ, ମଇ ମାସରେ ବିବାହ କରିଲେ ସେମାନଙ୍କ ଜୀବନ ଉପରେ କଣ ପ୍ରଭାବ ପଡିବ ?

ବିବାହର ସମ୍ପର୍କ ଏକ ଏପରି ବନ୍ଧନ ଅଟେ, ଯେଉଁଥିରେ ଦୁଇଜଣ ସବୁଦିନ ପାଇଁ ବାନ୍ଧି ହୋଇଯାଆନ୍ତି । କିନ୍ତୁ କେବେ କେବେ ଏପରି ହୋଇଥାଏ ଯେ, ଏହି ପ୍ରେମଭରା ସମ୍ପର୍କରେ ଟିକିଏ ଖଟାପଣ ଆସିଯାଇଥାଏ ଏବଂ ଏହି ସମ୍ପର୍କ ଦୁର୍ବଳ ହେବାକୁ ଲାଗିଯାଏ । ଯେପରି ସବୁ ମଣିଷ ନିଖୁଣ ହୋଇ ନଥାନ୍ତି କିମ୍ବା ଦୁହିଁଙ୍କର ବିଚାରଧାରା ମଧ୍ୟ ସବୁବେଳେ ସମାନ ହୋଇନଥାଏ । କିନ୍ତୁ ଏହିସବୁ କଥାକୁ ଧ୍ୟାନ ରଖି ପରସ୍ପରକୁ ବୁଝିବା ସହ ସମ୍ପର୍କକୁ ନିଖୁଣ କରିପାରିବ । ଏହି ପ୍ରକାରର ବିବାହର ସମ୍ପର୍କ ମଧ୍ୟ ଏପରି ହୋଇଥିବ ଯେ, ଦୁହେଁ ପରସ୍ପରକୁ ବୁଝିବା ସହ ପରସ୍ପରକୁ ସମ୍ମାନ କରୁଥିବେ ।

ବିବାହରେ କୌଣସି ସମସ୍ୟା ଯେପରି ନ ଉପୁଜେ ଏବଂ ଦୁହେଁ ଏହି ବିବାହରେ ଯେପରି ଖୁସିରେ ରହିବେ, ଏଥିପାଇଁ ଜାତକ ମିଶା ଯାଇଥାଏ । ସେମାନଙ୍କର ଗୁଣଗୁଡିକୁ ମିଶା ଯାଇଥିଲେ ମଧ୍ୟ ଅନେକଙ୍କ ସମ୍ପର୍କ ଭଲ ରୁପରେ ତିଷ୍ଠି ପାରେନାହିଁ । କିନ୍ତୁ ଆଜିକାଲି ଲୋକେ ଜାତକ ମିଶାଇବା ସହ ବିବାହର ମାସକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଆପଣ କେଉଁ ମାସରେ ବିବାହ କରୁଛନ୍ତି; ତାହା ଆପଣଙ୍କର ସମ୍ପର୍କ ଉପରେ ପ୍ରଭାବ ପକାଏ । ତେବେ କେଉଁ ମାସରେ ବିବାହ କରିଲେ ଆପଣଙ୍କ ବୈବହାରିକ ଜୀବନ ଉପରେ କିପରି ପ୍ରଭାବ ପଡିବ, ଆସନ୍ତୁ ଜାଣିବା ।

ଜାନୁଆରୀ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତି କୁମ୍ଭ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କ ସବୁବେଳେ ଭଲ ହୋଇ ଥାଏ । ଏମାନେ ପରସ୍ପରକୁ ସମୟ ସମୟରେ ବିସ୍ମିତ କରିବାକୁ ଭଲ ପାଆନ୍ତି । ଏହି ମାସରେ ବିବାହ କରିଥିବା ବ୍ୟକ୍ତିଙ୍କ ସମ୍ପର୍କ ସହଜରେ ଭାଙ୍ଗେ ନାହିଁ ।

ଫେବ୍ରୁଆରୀ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ବହୁତ ଭାବୁକ ହୋଇଥାନ୍ତି । ଏହି ମାସରେ ହେଉଥିବା ବିବାହଗୁଡିକ ମୀନ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ । ଏହା ସହିତ ପରସ୍ପରର ପ୍ରତି ଦାୟିତ୍ୱବାନ ମଧ୍ୟ ହୋଇଥାନ୍ତି ଏବଂ ପରସ୍ପରର ଖୁସିର ଧ୍ୟାନ ରଖିବା ସହ ତାହାକୁ ପୁରଣ କରିବାକୁ ସବୁ ପ୍ରକାରର ଚେଷ୍ଟା କରନ୍ତି ।

ମାର୍ଚ୍ଚ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କ ସବୁବେଳେ ଖଟାମିଠା ପୂର୍ଣ୍ଣ ଝଗଡା ଲାଗି ରହିଥାଏ । ଅନେକ ଥର ଏପରି ମଧ୍ୟ ହୋଇଥାଏ ଯେ, ଉଭୟଙ୍କର ଚିନ୍ତାଧାରା ପରସ୍ପରର ମେଳ ନ ଖାଇବା କାରଣରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇ ଯାଇଥାଏ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କର ସମ୍ପର୍କ କୁମ୍ଭ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ ।

ଅପ୍ରେଲ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କର ସମ୍ପର୍କ ବୃଷ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ବିବାହ କରିବା ସବୁଠାରୁ ଶୁଭ ହୋଇଥାଏ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବଦା ପ୍ରେମ ରହିଥାଏ ।

ମଇ :- ଯେଉଁ ଲୋକଙ୍କ ବିବାହ ଏହି ମାସରେ ହୋଇଥାଏ, ସେମାନଙ୍କ ସମ୍ପର୍କ ମିଥୁନ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ । ସେମାନଙ୍କର ସମ୍ପର୍କ ସବୁବେଳେ ଅଧାରେ ହିଁ ଝୁଲି ରହିଥାଏ । ଏମାନେ କୌଣସି ଗୋଟିଏ ଛୋଟିଆ ବିଷୟକୁ ବଢ଼ାଇ ଦେଇଥାନ୍ତି ଏବଂ ଏହା ସହିତ ପରସ୍ପର ସହିତ ସାମଞ୍ଜସ୍ୟ ରଖି ପାରନ୍ତି ନାହିଁ । ଅଥବା ଏମାନେ ଜୀବନ ସାରା ମିଳିମିଶି ରୁହନ୍ତି କିମ୍ବା ପରସ୍ପର ଠାରୁ ଅଲଗା ହୋଇଯାନ୍ତି ।

ଜୁନ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତି କର୍କଟ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏହି ମାସରେ ହେଉଥିବା ବିବାହଗୁଡିକୁ ଏକ ଉଦାହରଣ ସହ ଦେଖାଯାଏ । ଏମାନଙ୍କ ମଧ୍ୟରେ ପ୍ରେମ ଏବଂ ପରସ୍ପର ପ୍ରତି ଆଦର ସବୁବେଳେ ରହିଥାଏ । ସେମାନେ କେବଳ ପରସ୍ପରକୁ ସମ୍ମାନ କରିବା ଛଡା ଜଣେ ଅନ୍ୟର ପରିବାରର ଭାବନାକୁ ମଧ୍ୟ ସମ୍ମାନ ଦେଇଥାନ୍ତି ।

ଜୁଲାଇ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ସବୁବେଳେ ନିଜର ସମ୍ପର୍କରକୁ ସାଉଁଟି ରଖିଥାନ୍ତି । ଏହାସହ ସେମାନଙ୍କୁ ନିଜ ନିଜର ଜୀବନକୁ ସଠିକ ଭାବରେ ବିତାଇବାକୁ ପସନ୍ଦ କରନ୍ତି । ଏମାନଙ୍କୁ ବଡ଼ ବଡ଼ ସ୍ଵପ୍ନ ଦେଖି ତାହାକୁ ପୂରଣ କରିବାକୁ ପସନ୍ଦ କରନ୍ତି । ଏହାସହ ପରସ୍ପର ପ୍ରତି ଆକର୍ଷଣ ସବୁବେଳେ ରହିଥାଏ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କର ଜୀବନ ସିଂହ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ ।

ଅଗଷ୍ଟ :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କର ଜୀବନ ସବୁବେଳେ ସଙ୍ଘର୍ଷରେ ଲାଗି ରହିଥାଏ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ସିଂହ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଯଦି ଏମାନେ ନିଜର ସାଥୀଙ୍କ ଆବଶ୍ୟକତାକୁ ସଠିକ ଭାବରେ ବୁଝି ପାରିବେ; ତେବେ ଏମାନଙ୍କର ସମ୍ପର୍କ ଆହୁରି ଭଲ ହୋଇପାରିବ ।

ସେପ୍ଟେମ୍ବର :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିକୁ ନିଜର ଜୀବନକୁ ସବୁବେଳେ ସମାନତାରେ ରଖି ଚାଲିବାକୁ ହେବ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ତୁଳା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଟିକିଏ ଝଗଡା ମଧ୍ୟ ଲାଗିଥାଏ ।

ଅକ୍ଟୋବର :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ନିଜର ଜୀବନକୁ ସବୁ ସମୟରେ ଖୁସିରେ ବିତାନ୍ତି । ଏମାନଙ୍କୁ ଅସୁବିଧା ସମୟରେ ମଧ୍ୟ ଶାନ୍ତିରେ ଜୀବନ ବିତାଇବାର ଶୈଳୀ ଏମାନଙ୍କୁ ଜଣା ଅଛି । ଏହି ବ୍ୟକ୍ତିମାନଙ୍କ ଜୀବନରେ ବୃଷ ରାଶିର ପ୍ରଭାବ ରହିଥାଏ । ଏହାସହ ନିଜର ଜୀବନକୁ ଏକ ଯୋଜନା ମାଧ୍ୟମରେ ବିତାଇବା ସହ ନିଜ ପରିବାରକୁ ସାଥିରେ ନେଇ ଚଳନ୍ତି ।

ନଭେମ୍ବର :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କ ଜୀବନ ଧନୁ ରାଶି ଦ୍ଵାରା ପ୍ରଭାବିତ ହୋଇଥାଏ । ଏହି ଲୋକଙ୍କର ଜୀବନରେ ବଞ୍ଚିବାର ଏକ ଲକ୍ଷ୍ୟ ଥାଏ । ଏହା ସହ ନିଜର ଜୀବନକୁ କିଭଳି ଭାବରେ ଉତ୍ତମ କରିବାର ଅଛି; ଏହା ସେମାନଙ୍କୁ ଭଲ ଭାବରେ ଜଣାଥାଏ । ଏମାନଙ୍କର ସମ୍ପର୍କ ଏତେ ଅତୁଟ ଥାଏ ଯେ, ଏମାନଙ୍କୁ କଦାପି ଏକୁଟିଆପଣ ଅନୁଭବ ହୁଏ ନାହିଁ ।

ଡିସେମ୍ବର :- ଏହି ମାସରେ ବିବାହ କରୁଥିବା ବ୍ୟକ୍ତିଙ୍କୁ ଏହି ମନ୍ତ୍ରର ଅନୁସରଣ କରିବା ଉଚିତ । ‘ବିଗତର ସୁଖକୁ ଭୁଲି, ବର୍ତ୍ତମାନରେ ବଞ୍ଚ ଏବଂ ଭବିଷ୍ୟତକୁ ବାରଣ କରେ’ । ଏହି ମାସରେ ବିବାହ କରୁଥିବା ବ୍ୟକ୍ତି ନିଜର ଭବିଷ୍ୟତର ଚିନ୍ତା କରି ନିଜର ବର୍ତ୍ତମାନକୁ ସଠିକ ଭାବରେ ବିତାଇ ପାରନ୍ତି ନାହିଁ । ଏମାନେ ସାରା ଜୀବନ ଅର୍ଥକୁ ସଞ୍ଚୟ କରିବାରେ ଏବଂ ପରସ୍ପର ମଧ୍ୟ ବୁଝାମୁଣା କରି ଜୀବନ ଅତିବାହିତ କରନ୍ତି । ଏମାନଙ୍କର ବିବାହ ଭାଙ୍ଗିବା ବିଷୟ ଅନ୍ୟ ମାନଙ୍କଠାରୁ ଅଧିକ ଥାଏ ।