ନିଜ ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ କୁଣ୍ଡଳୀରେ କେତୋଟି ସନ୍ତାନ ଯୋଗ ରହିଛି ।

Spread the love

ଆଜିକାଲିର ବ୍ୟସ୍ତବହୁଲ ଜୀବନରେ ନିଜ ବୋହୂ କିମ୍ବା ପୁଅକୁ ଶାଶୁ ଅନେକ ପ୍ରଶ୍ନ କରିଥାନ୍ତି । ପ୍ରାୟ ଶାଶୁମାନେ ପଚାରିଥାନ୍ତି ବିବାହକୁ ବହୁତ ବର୍ଷ ହୋଇ ସାରିଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଜେଜେମାଆ ହେବାର ସୋଭାଗ୍ୟ ମିଳି ନାହିଁ । ମହିଳାମାନେ ନିଜ ପୁଅ ବୋହୂଙ୍କୁ ନାତିର ଲାଳସା ଜଣାଇଥାନ୍ତି । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟାରେ ଲୋକଙ୍କୁ ନିଜ କ୍ୟାରିଅର ପ୍ରତି ଅଧିକ ଧ୍ୟାନ ରଖିଥାନ୍ତି । ତେଣୁ ନିଜ କ୍ୟାରିୟାରକୁ ଧ୍ୟାନ ରଖିବା କାରଣରୁ ବାପାମାଆ ହେବା ଏବଂ ପିଲାଙ୍କ ଯତ୍ନ ନେବା ଜଞ୍ଜାଳରୁ ଦୁରେଇ ରହିବା ପାଇଁ ଚେଷ୍ଠା କରିଥାନ୍ତି । ପ୍ରାୟତଃ ବ୍ୟକ୍ତି କହିଥାନ୍ତି, କେବଳ ଗୋଟିଏ ଛୁଆ ହିଁ ଆମେ ଦରକାର କରୁଛୁ । ଯଦି ଆପଣଙ୍କୁ ମଧ୍ୟ ଏହିପରି କିଛି ବିଚାର ମନକୁ ଆସେ ତେବେ ଏହି ଲେଖାଟି ନିଶ୍ଚୟ ପଢନ୍ତୁ ଏବଂ ନିଜ ରାଶି ଅନୁସାରେ କେତେ ଜଣ ପିଲାଙ୍କ ପିତାମାତା ହେବେ ଜାଣନ୍ତୁ ।

ରାଶି ଅନୁସାରେ ଜାଣନ୍ତୁ କେତେ ଜଣ ସନ୍ତାନ ଯୋଗ ଆପଣଙ୍କ ଭାଗ୍ୟରେ ରହିଛି ।

ମେଷ:

ଏହି ରାଶିର ବ୍ୟକ୍ତିମାନେ ଏତେ ସକ୍ଷମ ହୋଇଥାନ୍ତି ଯେ, ଏମାନେ ଏକ କ୍ରିକେଟ ଟିମ୍ ତିଆରି କରି ପାରିବେ । କିନ୍ତୁ ଆମେ ଆପଣଙ୍କୁ ଏପରି କରିବା ପାଇଁ କହୁ ନାହୁଁ ବରଂ ଏମିତି ନ କରିବା ଆପଣଙ୍କ ପାଇଁ ଉତ୍ତମ ରହିବା । ଆପଣଙ୍କ ଅର୍ଥାତ ଏହି ରାଶିର ବ୍ୟକ୍ତିମାନେ ଅନେକ ଲୋକଙ୍କ ସହ ଭଲ ସମ୍ପର୍କ ରଖିଥାନ୍ତି ତେଣୁ ଆପଣ ଅନେକ ପିଲାଙ୍କ ଯତ୍ନ ଠିକ୍ ରୂପେ ନେଇପାରିବେ ।

ବୃଷ:

ଏହି ରାଶିର ବ୍ୟକ୍ତିମାନେ ନିଜକୁ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ । ଏହି ରାଶିର ଲୋକଙ୍କ ପାଇଁ ଅଧିକ ସନ୍ତାନ ହେବା ଠିକ ନୁହେଁ । ଗୋଟିଏ କିମ୍ବା ଦୁଇଟି ଛୁଆର ପିତାମାତା ହେବା ଆପଣଙ୍କ ପାଇଁ ଠିକ ହେବ ।

ମିଥୁନ :

ଏହି ରାଶିର ବ୍ୟକ୍ତିମାନଙ୍କ ଛୋଟ ପରିବାର ହୋଇଥାଏ । ଏମାନଙ୍କୁ ଗୋଟିଏ କିମ୍ବା ଦୁଇଟି ସନ୍ତାନ କରିବା ଉଚିତ୍ । ଏମାନେ ଛୋଟ ପରିବାର ସୁଖୀ ପରିବାର କଥାରେ ସହମତ ହୋଇଥାନ୍ତି ।

କର୍କଟ :

ପିଲାଙ୍କ ଖୁସି ପାଇଁ ଏହି ରାଶିର ବ୍ୟକ୍ତିମାନେ କିଛି ମଧ୍ୟ କରିପାରନ୍ତି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏକ କିମ୍ବା ଦୁଇ ସନ୍ତାନ ହେବା ଉତ୍ତମ ଅଟେ ।

ସିଂହ :

ଏହି ରାଶିର ବ୍ୟକ୍ତିମାନେ ଅନେକ କାମକୁ ଗୋଟିଏ ସମୟରେ କରିପାରନ୍ତି । ଅନେକ ପିଲାଙ୍କୁ ଏମାନେ ଠିକ ରୂପେ ସମ୍ଭାଳି ପାରନ୍ତି । ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଆପଣଙ୍କୁ କେତୋଟି ସନ୍ତାନ ଦରକାର ଅଛି ।

କନ୍ୟା :

ଅଧିକ ସନ୍ତାନକୁ ସମ୍ଭାଳିବା ଏମାନଙ୍କ ପାଇଁ କଷ୍ଠସାଧ୍ୟ ଅଟେ । କାରଣ ଏହି ରାଶିର ବ୍ୟକ୍ତିଙ୍କ ପାଖରେ ଧର୍ଯ୍ୟର ଅଭାବ ରହିଥାଏ । ଏଣୁ ଏହି ରାଶିର ବ୍ୟକ୍ତିମାନେ କମ ଅର୍ଥାତ ଗୋଟିଏ କିମ୍ବା ଦୁଇଟି ସନ୍ତାନର ବାପାମାଆ ହେବା ଉତ୍ତମ ହୋଇଥାଏ ।

ତୁଳା :

ସମସ୍ତଙ୍କ ସହ ଭଲ ରୂପେ ମିଳାମିଶା କରିପାରୁଥିବା ଏହି ରାଶିର ବ୍ୟକ୍ତିମାନେ ନିଜ ସନ୍ତାନ ମାନଙ୍କ ଯତ୍ନ ଠିକ ରୂପେ ନେଇ ପାରନ୍ତି । ସେଥିପାଇଁ ଲୋକେ ଏମାନଙ୍କୁ ପସନ୍ଦ କରିଥାନ୍ତି । ନିଜ ଇଚ୍ଛା ଅନୁସାରେ ଆପଣ ନିଜ ପରିବାର ବଢ଼ାଇ କିମ୍ବା କମାଇ ପାରିବେ ।

ବିଛା :

ଏହି ରାଶିର ବ୍ୟକ୍ତିମାନେ ଦାୟିତ୍ଵକୁ ଠିକ ରୂପରେ ତୁଲାଇ ପାରନ୍ତି । ଅଧିକ ସନ୍ତାନଙ୍କୁ ଅର୍ଥାତ ୩ଟି କିମ୍ଭା ୪ଟି ସନ୍ତାନକୁ ଏମାନେ ଠିକ ରୂପେ ସମ୍ଭାଳି ପାରନ୍ତି ।

ଧନୁ :

ଧନୁ ରାଶି ସମପର୍ଣ୍ଣ ବ୍ୟକ୍ତିମାନେ ପିଲାଙ୍କ ପ୍ରତି ଗମ୍ଭୀର ହୋଇନଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ପରିବାର ଯେତେ ଛୋଟ ହେବ, ତାହା ସେମାନଙ୍କ ପାଇଁ ଉଚିତ୍ ହେବ ।

ମକର :

ଏହି ରାଶିର ବ୍ୟକ୍ତିମାନେ ନିଜ ସନ୍ତାନଙ୍କ ପ୍ରତି ଗମ୍ଭୀର ହୋଇଥାନ୍ତି । ଏମାନେ ଭଲ ରୂପେ ଜାଣିଥାନ୍ତି କିପରି ସନ୍ତାନ ମାନଙ୍କର ଠିକ ରୂପେ ଯତ୍ନ ନିଆଯାଇ ପାରିବ । ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କର ୩ଟି ଜଣ ସନ୍ତାନ ହେଲେ ମଧ୍ୟ ଏମାନେ ଠିକ ରୂପେ ସେମାନଙ୍କ ଯତ୍ନ ନେଇ ପାରନ୍ତି ।

କୁମ୍ଭ :

ଏହି ରାଶିର ବ୍ୟକ୍ତିଙ୍କ ପାଖରେ ଧର୍ଯ୍ୟର ଅଭାବ ରହିଥାଏ । ଏହି କାରଣ ପାଇଁ ଏହି ରାଶିର ସନ୍ତାନଙ୍କ ସହ ଭଲ ସମ୍ପର୍କ ହୋଇନଥାଏ । ଏମାନଙ୍କୁ ଛୋଟ ପରିବାର କଲେ ଠିକ ରହିବ ।

ମୀନ :

ଏହି ରାଶିର ବ୍ୟକ୍ତିମାନେ ପରିବାରର ମୂଲ୍ୟ ଠିକ୍ ରୂପେ ଜାଣିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ଭଲ ମାତାପିତା ହୋଇଥାନ୍ତି । ଯଦି ଆପଣଙ୍କ ପରିବାର ବଡ଼ ହୋଇଥାଏ, ତେବେ ମଧ୍ୟ ଆପଣ ମାନେ ଠିକରେ ନିଜ ପରିବାରର ଯତ୍ନ ନେଇପାରନ୍ତି ।