କ’ଣ ଆପଣ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରୁଛନ୍ତି କି ? ଏହି ୯ଟି କଥାକୁ ଅପଣାଇ ବଢ଼ାନ୍ତୁ ଦେଶର ଗୌରବ ।

Spread the love

ଆମ୍ଭେମାନେ ପ୍ରତି ନୂଆ ବର୍ଷରେ କିଛି ନା କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଚାହୁଁଛେ ଓ କେତେକ ଲୋକ ଜୀବନରେ କିଛି ଭଲ କାମ କରିବା ପାଇଁ ଶପଥ ମଧ୍ୟ କରନ୍ତି । କିନ୍ତୁ, ଆପଣ କେବେ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ କିଛି କରିବାକୁ ଚାହିଁଛନ୍ତି କି ? ଆପଣଙ୍କୁ ଲାଗୁଥିବ ଆପଣ ଜଣେ କଣ କରିପାରିବ, ସତ୍ୟ କଥା କିନ୍ତୁ ଆପଣ ସମସ୍ତେ ଯଦି କିଛି basic କଥା ଗୁଡିକୁ ନିଜର ଅଭ୍ୟାସ ରୂପେ ପରିବର୍ତ୍ତନ କରିଲେ ତେବେ ରାଷ୍ଟ୍ର ନିର୍ମାଣରେ ଆପଣ ନିଶ୍ଚୟ ଯୋଗଦାନ ଦେଇପାରିବେ । ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ବିଷୟ କହିବୁ ଯାହା ଦ୍ୱାରା ଆପଣ ମଧ୍ୟ ଦେଶର ଗୌରବ ବଢ଼ାଇ ପାରିବେ ।

୧. ଯେତେବେଳେ ଆପଣ ନିଜ ଦେଶରୁ ବିଦେଶ ଯାତ୍ରାରେ ଯାଇଥାଅ, ସେତେବେଳେ ଆପଣ ଆପଣଙ୍କ ଦେଶର ପ୍ରତିନିଧିତ୍ଵ କରୁଥିବ । ବିଦେଶରେ ଆପଣଙ୍କ ବ୍ୟବହାର ଓ ସଂସ୍କାରକୁ ଦେଖି ମଧ୍ୟ ଆମ ଭାରତ ବିଷୟରେ ବହୁତ କିଛି ଜାଣିପାରନ୍ତି । ସେହି ସମୟରେ ଆପଣ ଏଭଳି କିଛି କାମ କରନ୍ତୁ ନାହିଁ କି ଆପଣଙ୍କ ଦେଶକୁ ମୁଣ୍ଡ ନୁଆଁଇବାକୁ ପଡିବ ।

୨. ଯେତେବେଳେ କୌଣସି ବିଦେଶୀ ଆମ ଦେଶକୁ ଆସିଥାଏ, ତେବେ ତାଙ୍କ ସହିତ ଦୁର୍ବ୍ୟବହାର କରନ୍ତୁ ନାହିଁ । ତା ସହ ଭଲରେ ବ୍ୟବହାର କରନ୍ତୁ ତାହାଲେ ସେ ଏଠାରୁ କିଛି ଭଲ ସ୍ମୁତି କୁ ନେଇଥାଏ । ସବୁବେଳେ ମନେ ରଖିଥାଅ ଆମ ଭାରତର ଚିନ୍ତା ଧାରା ହେଉଛି ‘ ଅତିଥି ଦେବ ଭବ ‘ ସେମାନଙ୍କୁ ସ୍ୱାଗତ ସତ୍କାରରେ ବିଦେଶୀ ଙ୍କୁ ଏହି କଥାର ଅନୁଭବ କରାଇ ଦିଅନ୍ତୁ ।

୩. ଯେତେ ସମ୍ଭବ ହେବ, ଭାରତରେ ତିଆରି ହୋଇଥିବା ଜିନିଷ ଗୁଡିକୁ ବ୍ୟବହାର କରନ୍ତୁ । ଯେଉଁଥିରେ ଖର୍ଚ୍ଚ ହୋଇଥିବା ଟଙ୍କା ଆମ ଦେଶରେ ରହିବ ଦେଶର ଲୋକମାନଙ୍କୁ କାମ ମିଳୁଥିବ । ସେଥିପାଇଁ ନିଜ ଦେଶର ଜିନିଷ ଗୁଡିକୁ ଅଧିକ ମାତ୍ରାରେ ବ୍ୟବହାର କରନ୍ତୁ ।

୪. ଆପଣଙ୍କ ଦେଶ ବି ଆପଣଙ୍କ ଘର ଅଟେ ତେଣୁ ଏଣେତେଣେ ମଇଳା ଆବର୍ଜନା ଫପାଡ଼ି ପରିବେଶକୁ ପ୍ରଦୂଷଣ କରନ୍ତୁ ନାହିଁ ।

୫. ଟ୍ରିଫିକ ନିୟମ ସମେତ ଅନ୍ୟାନ୍ୟ ନିୟମଗୁଡିକୁ ମଧ୍ୟ ପାଳନ କରନ୍ତୁ ।

୬. ନିଜ ଘର ଓ ବାହାର, ପ୍ରତ୍ୟେକ ମହିଳା ଓ ବୃଦ୍ଧ ଲୋକଙ୍କୁ ସମ୍ମାନ କରନ୍ତୁ ।

୭. ଆପଣଙ୍କ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖ । ନିଜ ମାତୃ ଭାଷା ସହ ଅନ୍ୟ ଭାଷା ଗୁଡିକୁ ମଧ୍ୟ ଶିଖନ୍ତୁ । ବିଦେଶୀ ଭାଷା କୁ ଶିଖିବା ଭଲ ତା ସହ ଆମ ସ୍ବଦେଶୀ ଭାଷାରେ ମଧ୍ୟ କଥା ହୁଅନ୍ତୁ । ଯେଉଁଭଳି ଓଡ଼ିଆ ଭାଷା ଓ ହିନ୍ଦୀ ରେ କଥା ହୋଇଥାଅ ସେହିଭଳି ସଂସ୍କୃତି ଭାଷାରେ ମଧ୍ୟ କଥା ହେବାପାଇଁ ଚେଷ୍ଟା କରନ୍ତୁ ଓ ଅନ୍ୟ ଭାଷା ଗୁଡିକର ମଧ୍ୟ ଲୁପ୍ତ ହେବାକୁ ଦିଅନ୍ତୁ ନାହିଁ ।

୮. ସବୁ ପ୍ରକାରର ପୋଷାକ ପିନ୍ଧନ୍ତୁ ତାହା ସହ ଆପଣଙ୍କ ପାରମ୍ପରିକ ପୋଷାକ ମଧ୍ୟ ମିନ୍ଧନ୍ତୁ । ଧୋତି ଓ ଶାଢ଼ୀ କୁ ପିନ୍ଧିବାକୁ ନିଜକୁ କେବେବି ଲାଜ ଅନୁଭବ କରିବେ ନାହିଁ । ତାହାକୁ ଗର୍ବ ହୋଇ ବେଳେବେଳେ ପିନ୍ଧନ୍ତୁ ।

୯. ଆପଣଙ୍କ ରାଷ୍ଟ୍ରୀୟ ପକ୍ଷୀ, ପଶୁ, ଖେଳ, ସଙ୍ଗୀତକୁ ଓ ତ୍ରିରଙ୍ଗା କୁ ସମ୍ମାନ କରନ୍ତୁ । ଯେତେବେଳେ ଆପଣ ନିଜ ଦେଶକୁ ସମ୍ମାନ କରିବେ ସେତେବେଳେ ହି ଅନ୍ୟ ଦେଶର ଲୋକ ଆପଣଙ୍କ ଦେଶକୁ ସମ୍ମାନ କରିବେ ।

ଜୟ ହିନ୍ଦ୍, ଭାରତ ମତ କି ଜୟ