ଆଲିୟା ଭଟ୍ଟଙ୍କ ଏହି ସୁନ୍ଦରୀ ବନ୍ଧୁଙ୍କୁ ଡେଟ କରୁଛନ୍ତି କେ.ଏଲ.ରାହୁଲ, ପଚାରିବା ପରେ ମିଳିଲା ଉତ୍ତର…

Spread the love

ଚଳଚ୍ଚିତ୍ର ଏବଂ କ୍ରିକେଟର ସମ୍ବନ୍ଧ ବହୁତ ପୁରୁଣା ଅଟେ ଏବଂ ଏଠାରେ କେତେକ ଏପରି ଅଭିନେତ୍ରୀ ଅଛନ୍ତି; ଯେଉଁମାନେ କି କ୍ରିକେଟର ମାନଙ୍କ ସହିତ ଅଫେର କରିଛନ୍ତି ନଚେତ ସେମାନଙ୍କ ସହ ବିବାହ କରି ନିଜର ସଂସାର ଗଢି ନିଅନ୍ତି । କ୍ରିକେଟ ଦୁନିଆ ଚଳଚ୍ଚିତ୍ର ଦୁନିଆରୁ ଭିନ୍ନ ନୁହେଁ । କାରଣ ସମସ୍ତେ ଏହି ଦୁଇଟି ଜୀବିକା ବା ବ୍ୟବସାୟ କ୍ଷେତ୍ରର ଦିୱାନା ଅଟନ୍ତି । ଏମିତିରେ ସମସ୍ତ କ୍ରିକେଟରଙ୍କ ଅଫେରର କଥା ସାମ୍ନାକୁ ଆସିଥାଏ । ଏଠାରେ ଆମେ ଆଲୋଚନା କରୁଛୁ କ୍ରିକେଟ ଦଳର ବହୁତ ଭଲ ବ୍ୟେଟସ୍ ମ୍ୟାନ କେ.ଏଲ.ରାହୁଲଙ୍କ ବିଷୟରେ । ଯାହାଙ୍କ ଅଫେର ବିଷୟଟି ଅଧିକାଂଶ ଆପଣ ମାନଙ୍କୁ ଶୁଣିବାକୁ ମିଳୁଥିବ । ଆଲିୟା ଭଟ୍ଟଙ୍କ ଏହି ସୁନ୍ଦରୀ ବନ୍ଧୁ ବା ସାଙ୍ଗଙ୍କୁ ଡେଟ କରୁଛନ୍ତି କେ.ଏଲ.ରାହୁଲ । ଚାଲନ୍ତୁ ଜାଣିବା ରାହୁଲ ଏହା ବିଷୟରେ କଣ କହୁଛନ୍ତି ?

ଆଲିୟା ଭଟ୍ଟଙ୍କ ଏହି ସୁନ୍ଦରୀ ବାନ୍ଧବୀଙ୍କୁ ଡେଟ କରୁଛନ୍ତି କେ.ଏଲ.ରାହୁଲ :

ଭାରତୀୟ କ୍ରିକେଟ ଟିମ ବା ଦଳର ଖେଳାଳୀ ପୁଣି ଆଉ ଥରେ ଚର୍ଚ୍ଚାରେ ଆସିଛନ୍ତି । ଏହା ପୂର୍ବରୁ ସେ କରନ ଜୋହରଙ୍କ “ଟକ ଶୋ” କଫି ବିଦ କରନରେ ହାର୍ଦିକ ପାଣ୍ଡିୟାଙ୍କ ସହିତ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନ ସେ, ତାଙ୍କର ଗାର୍ଲଫ୍ରେଣ୍ଡଙ୍କ ନାମ ସାମ୍ନାକୁ ଆସିବା ପରେ ଖବରରେ ଆସିଛନ୍ତି । ଏଥର କ୍ରିକେଟର କେ.ଏଲ.ରାହୁଲ ନିଜର ଗାର୍ଲଫ୍ରେଣ୍ଡକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚା ସାଉଁତିଛନ୍ତି । ବର୍ତ୍ତମାନ ହିଁ ବ୍ୟାଟସ୍ ମ୍ୟାନ କେ.ଏଲ.ରାହୁଲ ଏବଂ ସୁନୀଲ ସେଟ୍ଟୀଙ୍କ ଝିଅ ଆତ୍ୟା ସେଟ୍ଟୀଙ୍କ ଡେଟିଙ୍ଗର ଖବର ଶୁଣିବାକୁ ମିଳିଥିଲା ଏବଂ ବି-ଟାଉନରେ ତାଙ୍କରି ଖବର ହିଁ ଜୋରଜର ଚଚ୍ଚା ପାଲଟିଥିଲା । କିନ୍ତୁ ବର୍ତ୍ତମାନ ଖବର ଏହା ଆସୁଛି ଯେ, କ୍ରିକେଟର କେ.ଏଲ.ରାହୁଲ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଘନିଷ୍ଟ ବାନ୍ଧବୀ ଆକାଂକ୍ଷା ରଞ୍ଜନ କପୂରଙ୍କୁ ଡେଟ କରୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ହିଁ ଆକାଂକ୍ଷା କେ.ଏଲ.ରାହୁଲଙ୍କୁ “ଗଲି ବୟ” ଅଭିନେତା ରଣବିର ସିଂଙ୍କ ସହିତ ଦେଖା କରେଇ ଥିଲେ ।

ଯଦିଓ, ବମ୍ବେ ଟାଇମସ୍ ରିପୋର୍ଟ, ଆଲୋଚନା ଏବଂ କଥାବାର୍ତ୍ତା କରୁଥିବା ସମୟରେ କେ.ଏଲ.ରାହୁଲ ଏହି ଖବର ଗୁଡିକୁ ମିଛ ବୋଲି କହିଥିଲେ । ବମ୍ବେ ଟାଇମସ୍ କୁ ଦେଇଥିବା ଗୋଟିଏ ଇଣ୍ଟରଭ୍ୟୁରେ ରାହୁଲ କହିଲେ ଯେ, ତାଙ୍କୁ ଏହି କଥାକୁ ନେଇ କିଛି ଜଣା ନାହିଁ ଯେ, ମିଡ଼ିଆରେ ତାଙ୍କ ସମ୍ପର୍କକୁ ନେଇ କଣ ସବୁ ଖବର ଆସିଥାଏ । ରାହୁଲ ଇଣ୍ଟରଭ୍ୟୁ ଦେଉଥିବା ସମୟରେ କହିଲେ ଯେ, “ଏହି କଥାଗୁଡ଼ିକ ମୋ ବିଷୟରେ ଲେଖା ଯାଉଛି । ମୁଁ ଖବର କାଗଜ ପଢେ ନାହିଁ ଏବଂ ମୋ ନିଜେ ମଧ୍ୟ ଜାଣେ ନାହିଁ ଯେ ମୋର ବ୍ୟକ୍ତିଗତ ଜୀବନରେ କଣ ଚାଲୁଅଛି । ମୁଁ ନିଜେ ଜୀବନକୁ ବ୍ୟକ୍ତିଗତ ଭାବରେ ବଞ୍ଚିବା ଶିଖି ଯାଇଛି । ମୁଁ କୌଣସି ସମ୍ପର୍କରେ ଅଛି କିମ୍ବା ନାହିଁ ଏହା ମୋର ବ୍ୟକ୍ତିଗତ ଜୀବନ ଅଟେ ଏବଂ ଏହାକୁ ମୁଁ ମୋ ଶୈଳୀରେ ହି ବଞ୍ଚିବାକୁ ଚାହେଁ । ବର୍ତ୍ତମାନ ମୋତେ ଜଣା ନାହିଁ ଯେ, ଏପରି କିଛି ଅଛି କିମ୍ବା ନାହିଁ ଯଦି ଅଛି; ତେବେ ଏହା ବିଷୟରେ ଆପଣ ମାନଙ୍କୁ ନିଶ୍ଚୟ ଜଣେଇବି ।”

ସୌଜନ୍ୟ : www.newstrend.news