ବିବାହର ୮ ମାସ ପରେ ପତ୍ନୀ ଗର୍ଭବତୀ ହୋଇଥିଲେ; ସୈନିକ ପତି ଏହିପରି କିଛି କରିଥିଲେ । ଫୋନରେ କହିଥିଲେ ପାପ ପ୍ଲିଜ …

Spread the love

ନୂଆ ଦିଲ୍ଲୀ : ଯୌତୁକ ଏହିପରି ଏକ କୁପ୍ରଥା ଅଟେ, ଯାହା ସମାଜକୁ ଅଭିଶପ୍ତ କରି ଦେଇଛି । ଏହା ସତ୍ତ୍ୱେ ଲୋକେ ଆଜି ନୁହେଁ ବହୁ ପୁରାତନରୁ ଏହି ପ୍ରଥାକୁ ଜୀବିତ ରଖିଛନ୍ତି । ଭାରତୀୟ ଆଇନ କାନୁନ ଅନୁସାରେ ଯୌତୁକ ନେବା ଏବଂ ଯୌତୁକ ଦେବା ଅପରାଧ ଅଟେ । ଏହା ସତ୍ତ୍ୱେ ଲୋକେ ଯୌତୁକ ନେବା ଏବଂ ଦେବା ବନ୍ଦ କରି ନାହାନ୍ତି । ଯାହାଫଳରେ ଅନେକ ପରିବାର ବର୍ବାଦ ହୋଇଯାଉଛି । ଏହା ସହ ଅନେକ ନିରୀହ ଯୁବତୀଙ୍କ ଜୀବନ ମଧ୍ୟ ଚାଲିଯାଉଛି, ଏହି ଯୌତୁକ କାରଣରୁ । ଆଜି ଯୌତୁକ ସମ୍ବନ୍ଧିତ ଏକ ଘଟଣା ବିଷୟରେ ଆପଣମାନଙ୍କୁ ଆମେ ଜଣାଇବୁ । ଏହି ଘଟଣା ଶୁଣିବା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ ଏବଂ ଆପଣ ମଧ୍ୟ ଯୌତୁକ ବିରୁଦ୍ଧରେ ସ୍ୱର ଉତ୍ତୋଲନ କରିବେ ।

ଯୌତୁକ ସମ୍ବନ୍ଧିତ ଏହି ଘଟଣା ଗୁରୁଦାସପୁରର ଅଟେ । ଯେଉଁଠି ଆଜିଠାରୁ ୮ ମାସ ପୂର୍ବରୁ ବିବାହ କରିଥିବା ଏକ ଝିଅ ନିଜ ଶଶୁର ଘରକୁ ଆସିଥିଲେ । ଶଶୁର ଘରକୁ ଆସିବାର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ କିଛି ଦିନ ପରେ ଶଶୁରଘର ଲୋକେ ଝିଅଟି ଉପରେ ଯୌତୁକ ପାଇଁ ଚାପ ପକାଇବାରେ ଲାଗିପଡିଲେ । ଗାଁର ସରପଞ୍ଚ ହରପ୍ରୀତ ସିଂହଙ୍କ ଅନୁସାରେ ତାଙ୍କର ଦାଦା ହରଜିତ ସିଂହଙ୍କ ପୁଆ ମାନଜିତ କୌରଙ୍କ ବିବାହ ୨୨ ଅକ୍ଟୋବର ୨୦୧୮ ହୋଇଥିଲା । ବିବାହ ସମୟରେ ମାନଜିତଙ୍କ ପିତା ନିଜ ଶକ୍ତି ମୁତାବକ ଯୌତୁକ ପୁଅ ଘର ଲୋକଙ୍କୁ ଦେଇଥିଲେ । ଯୌତୁକ ନେବା ପରେ ପୁଅଘର ଲୋକେ ବିବାହ କରିବା ପାଇଁ ରାଜି ହୋଇଯାଇ ଥିଲେ ଏବଂ ପରେ ଦୁହିଁଙ୍କ ବିବାହ ଧୁମଧାମରେ ହୋଇଥିଲା ।

ବିବାହ ସମ୍ପନ୍ନ ହେବା ପରେ ଶାଶୂରଘରେ ଲୋକେ ମାନଜିତ କୌରକୁ ଯୌତୁକ ପାଇଁ ପ୍ରତାଡିତ କରିବାରେ ଲାଗିପଡିଲେ । ଯୌତୁକ ପାଇଁ ହିଁ ମାନଜିତଙ୍କ ଶଶୁର ଘର ଲୋକେ ପ୍ରତିଦିନ ମାରପିଟ କରୁଥିଲେ । ମଞ୍ଜିତଙ୍କ ପିତା ହରଜିତଙ୍କୁ ଫୋନ କରି କୁହାଯାଉଥିଲା, ଝିଅକୁ ଫେରାଇ ନିଅ କିମ୍ବା ଯୌତୁକ ଟଙ୍କା ଦିଅ ଓ ଆମ ଇଛା ପୁରଣ କର । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପଡିବେ, ମାନଜିତର ବିଵାହ ଯେଉଁ ବ୍ୟକ୍ତି ସହ ହୋଇଥିଲା, ସେ ଜଣେ ସୈନିକ ଅଟନ୍ତି । ସୈନିକ ହୋଇ ମଧ୍ୟ ସେ ମାନଜିତକୁ ଏବଂ ମାନଜିତଙ୍କ ପିତାଙ୍କୁ ଯୌତୁକ ପାଇଁ ଫୋନ କରି ହଇରାଣ କରୁଥିଲା ।

ପଡିଶା ଘରର ଲୋକଙ୍କ କହିବା ଅନୁସାରେ, ମାନଜିତଙ୍କ ପତି ଦୁଇଦିନ ପୂର୍ବରୁ ଘରକୁ ଆସିଥିଲେ । ଘରକୁ ଆସିବା ପରେ ସେ ନିଜ ପତ୍ନୀଙ୍କ ସହ ଝଗଡା କରିଥିଲା ଏବଂ ପରେ ନିଜ ଡିୟୁଟି କରିବା ପାଇଁ ଚାଲି ଯାଇଥିଲା । କିନ୍ତୁ ତାହାର ପର ଦିନ ମାନଜିତ କୌର ବାପାଙ୍କୁ ଫୋନ କରି କହିଥିଲା, ତା’ ଶଶୁର ଘର ଲୋକେ ଯୌତୁକ ପାଇଁ ମାରପିଟ କରୁଛନ୍ତି । ଯଦି ଶୀଘ୍ର କୌଣସି ସାହାଯ୍ୟ ନ ମିଳେ; ତେବେ ମୋତେ ଜୀବନରୁ ମାରିଦେବେ । ଝିଅର ଏହି କଥା ଶୁଣିବା ପରେ ପିତା ଝିଅର ଶଶୁର ଘରେ ପହଞ୍ଚିଥିଲେ । ସେଠାରେ ପହଂଚିବା ପରେ ସେଠାକାର ପରିସ୍ଥିତି ଦେଖି ମାନଜିତଙ୍କ ପିତାଙ୍କ ହୋସ ଉଡ଼ି ଯାଇଥିଲା । ମାନଜିତଙ୍କ ପିତାଙ୍କ ଅନୁସାରେ ମାନଜିତଙ୍କ ଶବ ତାଙ୍କର ଅଗଣାରେ ପଡିଥିଲା । ନିଜ ଝିଅର ଶବକୁ ଦେଖିବା, ପରେ ପିତା ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମାନଜିତଙ୍କ ଶବକୁ ନିଜ କବ୍ଜାରେ ନେଇଥିଲେ ଏବଂ ଶଶୁରଘର ଲୋକଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରିଥିଲେ । ମାମଲା ରଜ୍ଜୁ ହେବା ପରଠାରୁ ହିଁ ମାନଜିତଙ୍କ ଶଶୁର ଘର ଲୋକେ ଫେରାର ଅଛନ୍ତି ।

ବନ୍ଧୁଗଣ ନିଜ ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ ।