କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ : ରାହୁଲ ଗାନ୍ଧୀ

Spread the love

କୋରାପୁଟ: ଆଜି ଓଡିଶା କୋରାପୁଟ ଜୟପୁରର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଯୋଗ ଦେଇଥିଲେ ଓ ନିଜ ଉଦବୋଧନରେ ନବୀନ ସରକାରଙ୍କୁ ସମାଲୋଚନା କରିବା ସହିତ ଓଡ଼ିଶାବାସୀଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଓଡ଼ିଶାରେ କଂଗ୍ରେସ ସରକାର ଗଢିଲେ ରାଜ୍ୟବାସୀଙ୍କ ତଥା ଓଡ଼ିଶାର ମାଆ ଏବଂ ଭଉଣୀଙ୍କୁ ସମ୍ମାନ ସହ ଅନେକ ସୁବିଧା ମିଳିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ ।

ତିନୋଟି ରାଜ୍ୟରେ ଦଳ ବିଜୟ ହାସଲ କରିଥିବାରୁ ବେଶ୍‍ ଆ ବିଶ୍ୱାସର ସହିତ ସେ ଦଳର କାର୍ଯ୍ୟକର୍ତ୍ତା ଓ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । କୋରାପୁଟ ଜିଲ୍ଲା ଜୟପୁରରେ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଓଡ଼ିଶାରେ କଂଗ୍ରେସସ ସରକାର କ୍ଷମତାକୁ ଆସିଲେ :

ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ । ଏହାସହ ୨୦୧୯ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଗୃହିତ କରାଯିବ ।

ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।

ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଅଧିକାରୀ ରହିବେ ।

ମହିଳା ଉଦ୍ୟୋଗିଙ୍କୁ ପ୍ରୋତ୍ସାହନ ଦେବାପାଇଁ ଅର୍ଥ ନିଗମ ଗଠନ କରାଯିବ । ଯେଉଁ ମହିଳା ମାନେ ଛୋଟ ବ୍ୟବସାୟ ଚଳାଉଛନ୍ତି, ସେମାନଙ୍କ ପାଇଁ ଏକ ଫାଇନାନ୍ସିଆଲ କର୍ପୋରେସନ, ଯେଉଁମାନେ କି ସେମାନଙ୍କୁ ସହାୟତା କରିବ ଏବଂ ସେମାନଙ୍କର ବ୍ୟବସାୟକୁ ସଂପୂର୍ଣ୍ଣ ସହଯୋଗ କରିବ।

ଲୋକସଭା ଏବଂ ବିଧାନ ସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

କଂଗ୍ରେସ କ୍ଷମତାକୁ ଆସିଲେ ମହିଳାମାନଙ୍କ ପାଇଁ ମାଗଣାରେ ଉଚ୍ଚ ଶିକ୍ଷା ଏବଂ ଗୁଣାମତ୍କ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ।

ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ନାରୀ ନିର୍ଯାତା ବା ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ମୁତୟନ କରାଯିବ ।