ଓଜନ କମ ହେବା ସହ ଶରୀରକୁ ମିଳିଥାଏ ଅନେକ ଫାଇଦା ପିଅନ୍ତୁ ଖାଲି ପେଟରେ ‘ଆପଲ ଟି’

Spread the love

ଖାଲି ପେଟରେ ପିଅନ୍ତୁ ଆପଲ ଟି, ଓଜନ କମ ହେବା ସହ ଶରୀରକୁ ମିଳିଥାଏ ଅନେକ ଫାଇଦା

ନିଜକୁ ଫିଟ୍‌ ରଖିବା ପାଇଁ ଆପଣମାନେ ଗ୍ରୀନ୍‌ ଟି (Green Tea) ବା ଲେମନ ଟି (Lemon Tea) ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଓଫଳର ଚା’ ବା (Apple Tea) କେବେ ଆପଣ ପିଇଛନ୍ତି କି ? ଏହା ଅର୍ଥାତ ସେଓ ଫଳର ଚାହା ବା (Apple Tea) ଶରୀରକୁ ସମସ୍ୟାରୁ ରକ୍ଷା କରିଥାଏ ! ତେବେ ଆଜି ଆମେ Apple Teaରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ । ପ୍ରତିଦିନ Apple Tea ପିଇବା ଦ୍ୱାରା ଓଜନ କମ ହେବା ସହ ତ୍ୱଚାରେ ଚମକ ଆସିଥାଏ । ଭାରତରେ ଏହାକୁ କମ ବ୍ୟବହାର କରାଯାଉଥିବା ବେଳେ ୟୁରୋପରେ ଏହି ଚା’କୁ ଲୋକମାନେ ଅଧିକ ବ୍ୟବହାର କରିଥାନ୍ତି ।

ପ୍ରସ୍ତୁତି :

ଏହି ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ ସେଓ,୩କପ ପାଣି,ଗୋଟେ ଚାମଚ ଲେମ୍ବୁ ରସ,ଦୁଇଟି ଟି ବ୍ୟାଗ୍‌ ଏବଂ ଡ଼ାଲଚିନି ପାଉଡ଼ର ନିଅନ୍ତୁ । ଏକ ପାତ୍ରରେ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଗରମ କରନ୍ତୁ । ଫୁଟିବା ସମୟରେ କଟା ହୋଇଥିବା ସେଓଫଳ ସେଥିରେ ପକାନ୍ତୁ । ଏହା ପରେ ସେଥିରେ ଡ଼ାଲଚିନି ପାଉଡ଼ର ପକାନ୍ତୁ । କିଛି ସମୟରେ ଫୁଟାଇବା ପରେ ଆପଣଙ୍କ ଆପଲଟି ପ୍ରସ୍ତୁତ ହୋଇଯିବ ।

ଶରୀର ପାଇଁ ଲାଭଦାୟକ :

– ଆପଲ ଟିରେ ଭିଟାମିନ୍‌ Cର ପରିମାଣ ପ୍ରଚୁର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।

– ଆପଲ ଟିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ । ଯାହାଦ୍ୱାରା ଫ୍ୟାଟ୍‌ ମଧ୍ୟ କମ ହୋଇଥାଏ ।

– ଆପଲ ଟିରେ ସଲ୍ୟୁବୁଲ ଫାଇବର ଥିବା ହେତୁ ଏହା ପାଚକତନ୍ତ୍ରକୁ ଠିକ୍‌ ରଖିଥାଏ । ଖାଦ୍ୟ ଠିକ୍‌ ଭାବରେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଯାଇ ନଥାଏ ।

୪.ଆପଲ ଟି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ଆପଣଙ୍କୁ ଏହି ଅନୁଛେଦଟି କିପରି ଲାଗିଲା Comment କରି ନିଜ ମତାମତ ଜଣାନ୍ତୁ ! ଧନ୍ୟବାଦ