ଖାଲି ପେଟରେ ଦୁଇଟି ଗୋଲ ମରିଚ ସେବନ କଲେ ଓଜନ ହ୍ରାସ ହେବ ସଂଗେ ସନେ ଏହି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ

Spread the love

ଆପଣ ସମସ୍ତେ ଜାଣନ୍ତି ଯେ ଆମର ରୋଷେଇ ଘରେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରାଯାଏ। କିନ୍ତୁ ଆଜିର ଏହି ପୋଷ୍ଟରେ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଗୋଲ ମରିଚ । ଆପଣ ସମସ୍ତେ ଜାଣନ୍ତି ଯେ ଗୋଲ ମରିଚକୁ ଗରମ ମସଲା ଶ୍ରେଣୀରେ ରଖାଯାଇଛି । ଏହାର ବ୍ୟବହାର ସର୍ବଦା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହିତ ବହୁତ ରୋଗକୁ ଦୁର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ଖାଇଲେ ଅଳ୍ପ ରାଗ ହୋଇଥାଏ ଏବଂ ଏହାର ସ୍ୱାଦ ଖାଦ୍ୟକୁ ବଢ଼ାଇ ଦେଇଥାଏ। ବହୁତ ଲୋକ ଜାଣି ନାହାନ୍ତି ଯେ ଗୋଲ ମରିଚ ସେବନ କରିବା ଦ୍ବାରା ଅନେକ ଲାଭ ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଗୋଲ ମରିଚ ନା କେବଳ ମସଲାରେ ବ୍ୟବହାର କରାଯାଏ ବରଂ ଏହାର ବ୍ୟବହାର ବହୁତ ଗୁଡିଏ ରୋଗରେ ମଧ୍ୟ କରାଯାଏ । ଏହା ସ୍ବାସ୍ଥ୍ୟ ପାଈଁ ଲାଭକାରି ହୋଇଥାଏ ଏବଂ ଏହାକୁ ଖାଇଲେ ବହୁତ ଗୁଡିଏ ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ନଖ ଉଷୁମ ପାଣିରେ ଦୁଇରୁ ତିନିଟି ଗୋଲ ମରିଚ ଦାନାକୁ ସେବନ କରିବେ ତା’ହେଲେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା :

ଓଜନ ହ୍ରାସ କରିବା ପାଇଁ :-

ଯଦି ଆପଣ ପ୍ରତିଦିନ ନଖ ଉଷୁମ ଗରମ ପାଣିରେ ନାଲି ଲଙ୍କା ଖାଇବେ ତା’ ହେଲେ ଶରୀରର ଅତିରିକ୍ତ ଚର୍ବି କମିବାକୁ ଥାଏ । ଯାହାଫଳରେ ମେଦବହୁଳତା ନିୟନ୍ତ୍ରଣ ହୋଇଥାଏ ଏବଂ ଏହାକୁ ନିୟମିତ ଖାଇଲେ ଓଜନ ସନ୍ତୁଳିତ ରହିବ ସଂଗେ ସଂଗେ ଶରୀରର ଓଜନ ହ୍ରାସ ମଧ୍ୟ ହୋଇଥାଏ । ଏହାକୁ ଖାଇଲେ ବଢ଼ିଯାଇଥିବା କେଲରିଜ୍ ବି ମଧ୍ୟ କମ ହୋଇଯାଏ । ଯାହା ଓଜନ କମ କରିବା ପାଇଁ ବହୁତ ସାହାର୍ଯ୍ୟକାରୀ ହୋଇଥାଏ।

ଶାରୀରିକ କ୍ଷମତାକୁ ବଢ଼ାଇବା ପାଇଁ :-

ଯଦି ଆପଣ ପ୍ରତିଦିନ ସକାଳୁ ଉଷୁମ ପାଣିରେ ଗୋଲ ମରିଚକୁ ଖାଇବେ ତା’ହେଲେ ଏହା ଶରୀରର ଶକ୍ତିକୁ ବଢ଼ାଇଥାଏ । ଯେଉଁ କାରଣରୁ ଶାରୀରିକ କ୍ଷମତା ବଢ଼ି ଥାଏ ଏବଂ ଏହା କରିବା ଦ୍ବାରା ପାଣିର କମି ମଧ୍ୟ ଦୁର ହୋଇଥାଏ। ଏହା ସହିତ ଏସିଡ଼ୀଟିର ସମସ୍ୟାରେ ପୀଡିତ ଲୋକମାନଙ୍କୁ ମଧ୍ୟ ଆରାମ ମିଳିଥାଏ ।

କୋଷ୍ଟକାଠିନ୍ୟରୁ ଆରାମ ପାଇବା ପାଇଁ:-

ଯଦି ଆପଣ କବ୍ଜ ବା କୋଷ୍ଟକାଠିନ୍ୟରେ ପୀଡ଼ିତ ହେଉଛନ୍ତି, ତା’ହେଲେ ଆପଣ ଗୋଲ ମରିଚ ଖାଇବା ଉଚିତ । ଏମିତି କଲେ କୋଷ୍ଟକାଠିନ୍ୟର ସମସ୍ୟା ସମ୍ପୂର୍ଣ ଭାବରେ ଭଲ ହୋଇଯାଏ । ଏଥି ପାଈଁ ଆପଣ ସକାଳୁ ଖାଲି ପେଟରେ ଗୋଟେ ଗ୍ଲାସ ହାଲ୍କା ଉଷୁମ ପାଣିରେ ଅଧା କଟା ହୋଇଥିବା ଲେମ୍ବୁ ରସରେ କଳା ଲୁଣ ଗୋଟେ ଚାମଚର ଚାରି ଭାଗରୁ ଭାଗେ ସହିତ ଗୋଲ ମରିଚ ପାଉଡର ମିଶେଇ ଖାଆନ୍ତୁ। ଏମିତି କରିଲେ ବହୁତ ପୁରୁଣା କୋଷ୍ଟକାଠିନ୍ୟର ସମସ୍ୟାରୁ ଚିରଦିନ ପାଇଁ ମୁକ୍ତି ମିଳିଥାଏ ।