ଖାଦ୍ୟ ଖାଇବା ସମୟରେ ବା ଖାଇବା ତୁରନ୍ତ ପାଣି ପିଉଛନ୍ତି କି ?

Spread the love

ଖାଦ୍ୟ ଖାଇବାବେଳେ ପାଣି ପିଇବା ଉଚିତ ନୁହେଁ । କାରଣ ଏହା ହଜମ ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ । ଆମେ ଜାଣିରଖିବା ଉଚିତ୍ ଯେ, ଖାଦ୍ୟ ଖାଇବା ଆରମ୍ଭ ହେବ ମାତ୍ରେ ହଜମକାରୀ ପାଚକ ରସ ସ୍ୱତଃ ଉତ୍ପନ୍ନ ହୋଇଥାଏ, ଯାହା ଖାଦ୍ୟ ସହ ମିଶି ତାହାକୁ ହଜମ କରାଇଥାଏ । ଯଦି ଖାଇବା ସମୟରେ ଆମେ ପାଣି ପିଇବା ତାହା ହେଲେ ପାଚକ ରସ ପତଳା ହୋଇଯାଏ, ଫଳରେ ହଜମ ପ୍ରକ୍ରିୟା ଧୀମା ହୋଇଯାଏ ଏବଂ ଦୀର୍ଘ ସମୟ ଧରି ଖାଦ୍ୟ ପାଚକ ହୋଇପାରେ ନାହିଁ । ଏହିରୁ ବଦ୍-ହଜମି, ଗ୍ୟାସ୍, ଛାତି ପୋଡାଜଳା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ଦୀର୍ଘଦିନ ଲାଗି ରହିଲେ ମାରାତ୍ମକ ରୋଗ ସୃଷ୍ଟି ହୁଏ । ଆମ ଶରୀର ଖାଦ୍ୟକୁ ଭଲ ଭାବରେ ହଜମ କରିବାରେ ସକ୍ଷମ ନ ହେଲେ ଖାଦ୍ୟରୁ ଗ୍ଲୁକୋଜ ସୃଷ୍ଟି ହୋଇ ଯକୃତରେ ଜମାଟ ବାନ୍ଧେ । ପରବର୍ତ୍ତୀ ସମୟରେ ଶରୀରର ଇନ୍-ସୁଲିନ ସ୍ତର ପ୍ରଭାବିତ ହେବ ସହ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇଥାଏ, ଯାହା ମଧୁମେହ ରୋଗର କାରଣ ହୋଇଥାଏ ।

ଖାଦ୍ୟ ଖାଇବା ବେଳେ ପାଣି ପିଇବାକୁ ଇଚ୍ଛା କହିବା ପଛରେ କେତେକ କାରଣ ରହିଛି : ଆସନ୍ତୁ ଜାଣିବା

ଖାଦ୍ୟରେ ଅଧିକ ପରିମାଣରେ ଲୁଣ ରହିଲେ ଆମକୁ ଆଧିକ ଶୋଷ ହେବେ । ଫଳରେ ଖାଇଲାବେଳେ ପାଣି ପିଇବାକୁ ଇଛା ହୁଏ ।
ସେହି ଅନେକ ସମୟରେ ଆମେ ଶୀଘ୍ର ଖାଇଥାଉ । ଯାହାଫଳରେ ଗଳାରେ ଖାଦ୍ୟ ଅଟକିଯାଏ ଓ ଆମେ ବାରମ୍ବାର ପାଣି ପିଇଥାଉ ।
ଏହିସବୁକୁ ନିୟନ୍ତ୍ରଣ କରିପାରିଲେ ଖାଇବାବେଳେ ପାଣି ପିଇବାକୁ ପଡିବ ନାହିଁ । ଏହାଛଡା ଖାଦ୍ୟକୁ ଭଲ ଭାବରେ ଏବଂ ଧୀରେ ଧୀରେ ଚୋବାଇ ଖାଇବା ଉଚିତ । ଏହାଦ୍ୱାରା ପାଚକ ରସ ଭଲ ଭାବରେ ଖାଦ୍ୟ ସହ ମିଶି ପେଟକୁ ଯାଇଥାଏ ଓ ହଜମ କାର୍ଯ୍ୟକୁ ସହଜ କରିଥାଏ ।

ବିଶେଷଜ୍ଞଙ୍କ ମତରେ ଖାଦ୍ୟ ଖାଇବାର 30 ମିନିଟ୍ ପୂର୍ବରୁ ବା 30 ମିନିଟ୍ ପରେ ପାଣି ପିଇବା ଉଚିତ୍ । ଏହାଦ୍ୱାରା ଆମ ଶରୀରରେ ଖାଦ୍ୟ ହଜମ ପାଇଁ ଉତ୍ତମ ସ୍ଥିତି ସୃଷ୍ଟି ହୋଇଥାଏ । ଭୋଜନ ଶେଷ ହେବ ପରେ ତୁରନ୍ତ ପାଣି ପିଇବା ବିଷୁତୁଲ୍ୟ । ଏହା 100 ପ୍ରକାର ରୋଗ ସୃଷ୍ଟି କରିଥାଏ ।

ଆଶା କରେ, ଏହି ଅନୁଚ୍ଛେଦଗୁଡିକ ଆପଣଙ୍କୁ ଭଲ ଲାଗୁଥିବା ! ଅନୁଛେଦକୁ ଭିତ୍ତି କରି ନିଜର ମନ୍ତବ୍ୟ ପପ୍ରଦାନ କରନ୍ତୁ । ନମସ୍କାର

!! ଜୟ ଜଗନ୍ନାଥ !!