କେଉଁ ବାରରେ ଜନ୍ମ ହେଲେ କେଉଁ ପ୍ରକାରର ସ୍ଵଭାବ ଓ ବ୍ୟବହାର ହୋଇଥାଏ ? ଆସନ୍ତୁ ସେ ବିଷୟରେ ସମ୍ପୁର୍ଣରୂପେ ଜାଣିବା…

Spread the love

ବ୍ୟକ୍ତିର ରାଶି ବ୍ୟକ୍ତି ବିଷୟରେ ରହସ୍ୟ ଖୋଲିଥାଏ । ରାଶି ଆପଣଙ୍କ ଜୀବନ ସହ ଜଡିତ ଅନେକ ବିଷୟ ଜଣାଇଥାଏ । ଠିକ ସେହିପରି ଜନ୍ମ ବାର ମନୁଷ୍ୟ ଜୀବନରେ ବହୁତ ପ୍ରଭାବ ପକାଇଥାଏ ଓ ବ୍ୟକ୍ତିର ସ୍ଵଭାବ, ପ୍ରକୃତି ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ । ବିଭିନ୍ନ ବାରରେ ଜନ୍ମ ହୋଇଥିବା ଲୋକଙ୍କ ଭିନ୍ନ ଭିନ୍ନ ପ୍ରକାରର ଚାଲିଚଳନ, ଆଚାର, ବ୍ୟବହାର, ବିଦ୍ୟା, ବୁଦ୍ଧି, ଜ୍ଞାନ, ପଣ୍ଡିତ ଏବଂ କ୍ରୋଧିତ ହେବାର ଜଣାଯାଏ । ଆଜି ଆମେ ଜାଣିବା କେଉଁ ବାରରେ ଲୋକ ଜନ୍ମ ହେଲେ କେଉଁ ସ୍ୱଭାବର ହୋଇଥାନ୍ତି । ତେବେ ଚାଲନ୍ତୁ ଏହି ବିଷୟରେ ଆଜି ଆମେ ସମ୍ପୁର୍ଣରୂପେ ଜାଣିବା ।

୧) ସୋମବାର –

ସୋମବାର ଦିନ ଜନ୍ମଗ୍ରହଣ ହୋଇଥିବା ବ୍ୟକ୍ତି ବହୁତ ଅଳସୁଆ, ଧୀର ନୀତି, ଭୋଗ ବିଳାସୀ, ରୀତି କାର୍ଯ୍ୟରେ ଉତ୍ତେଜିତ, ନିଜ ସ୍ତ୍ରୀକୁ ରୀତି କ୍ରୀଡ଼ାରେ ଶାନ୍ତି ପ୍ରଦାନ କରିବା, ସୁଖ ପ୍ରଦାନ କରିବା ସହ, ନ୍ୟାୟ ପରାୟଣତା, ଶାନ୍ତଶୀଳ ସ୍ୱଭାବର ହୋଇଥାନ୍ତି ।

୨) ମଙ୍ଗଳବାର –

ମଙ୍ଗଳବାର ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ସାହସୀ, ଚଞ୍ଚଳମତି, ଶତ୍ରୁ ବିରୋଦ୍ଧି, କ୍ଷଣ କ୍ରୋଧି, ବୁଦ୍ଧିମନ୍ତ, ବିଦ୍ୟା ପ୍ରବଳ, କାର୍ଯ୍ୟ କରିବାରେ କୌଶଳୀ, ରୀତି ସୁଖରେ ସୁଖୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।

୩) ବୁଧବାର –

ବୁଧବାର ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଗଭୀର ଚିନ୍ତାରେ ଚିନ୍ତାଶୀଳ, ନ୍ୟାୟବଦ୍ଧ, ଅତି ଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗ ବିଳାସୀ ପ୍ରିୟ, ଅନେକ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିଥାନ୍ତି । ତଥା ଅତି ଉତ୍ତମ ରୀତି କ୍ରୀଡ଼ାରେ ପାରଙ୍ଗମ ରଖିଥାନ୍ତି ଏବଂ କର୍ମବଦ୍ଧ ମଧ୍ୟ ହୋଇଥାନ୍ତି ।

୪) ଗୁରୁବାର –

ଯେଉଁ ଲୋକ ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ବହୁଗୁଣ ସମ୍ପର୍ଣ୍ଣର ଅଧିକାର ହୋଇଥାନ୍ତି । ବୁଦ୍ଧି ବିଦ୍ୟାର ବିଚକ୍ଷଣ ହେବ ସଙ୍ଗେ ସଙ୍ଗେ ପଶୁ ପରି ସ୍ଵଭାଵ ଦେଖାଇଥାନ୍ତି । ଶାସ୍ତ୍ର, ଧାର୍ମିକ ଓ କ୍ଷମାମନ୍ତ ଆଦି ଗୁଣର ମଧ୍ୟ ଅଧିକାରୀ ହୋଇଥାନ୍ତି ।

୫) ଶୁକ୍ରବାର –

ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥାନ୍ତି, ସେମାନେ ନୀତିନିୟମକୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି । ସେ ପରଉପକାର, ଭ୍ରମଣ ପ୍ରିୟ ଏବଂ କାମ ବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀକୁ ନୀତି ସୁଖ ପ୍ରଦାନ କରିବାରେ କେବେ ମଧ୍ୟ ଅବହେଳା କରନ୍ତି ନାହିଁ ।

୬) ଶନିବାର –

ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମଗ୍ରହଣ କରିଥାନ୍ତି, ସେମାନେ ବହୁତ ଚଞ୍ଚଳତା, ଅହଂକାର ପୂର୍ଣ୍ଣ, ତାମସିକ ବିଦ୍ୟାରେ ପ୍ରବୀଣ, ପର ଧନରେ ଲୋଭ, ତଥା ଯଶସ୍ୟ ଅଟନ୍ତି ।

୭) ରବିବାର –

ରବିବାର ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନି, କ୍ରୋଧି, କାମାତୁର, ରୀତି କ୍ରୀଡ଼ାରେ ପାରଙ୍ଗମ, ସ୍ତ୍ରୀକୁ ଭରପୁର ସୁଖ ପ୍ରଦାନ କରେ । ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିର ପ୍ରିୟ ହୋଇଥାନ୍ତି ।

ଆଶା କରୁଛୁ ଅନୁଛେଦଟି ଭଲ ଲାଗିଥିବା । ଭଲ ଲାଗିଲେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ମଧ୍ୟରେ ଶେୟର କରନ୍ତୁ । ହଁ, ନିଜ ମତାମତ ଦେବାକୁ ଭୁଲିବେ ନାହିଁ । ତା’ସଙ୍ଗେ ସଙ୍ଗେ ଗୋଟିଏ ଲାଇକ ମଧ୍ୟ କରନ୍ତୁ ।