ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ପରେ କ୍ଷୀରର ପିଇବା ବିଷ ସମାନ ହୋଇଥାଏ….

Spread the love

ଦୈନନ୍ଦିନ ଜୀବନରେ ମନୁଷ୍ୟ ଅଜାଣତରେ ଏପରି ଅନେକ ଭୁଲ କରିଥାଏ, ନିଜର ଖାଦ୍ୟ ପେୟକୁ ନେଇ । ଆଜିକାର ଦୁନିଆରେ ମନୁଷ୍ୟ ଏତେ ବ୍ୟସ୍ତ ଯେ, ନିଶ୍ୱାସ ନେବାକୁ ମଧ୍ୟ ବେଳେବେଳେ ସମୟ ମିଳି ନ ଥାଏ । ଆମ ଶରୀରକୁ ଯଦି କିଛି ସବୁଠାରୁ ବେଶି ପ୍ରଭାବିତ କରେ ତାହା ହେଉଛି ଖାଦ୍ୟ । ଖାଦ୍ୟ ଉପରେ ହିଁ ମଣିଷର ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ତେବେ ଏହି ଖାଦ୍ୟ ଆମେ ଯଦି ଭୁଲ୍‌ ସମୟରେ ଖାଆନ୍ତି ତାହାର ଶରୀରରେ ବିଷର ପ୍ରଭାବ ଦେଖାଏ ।

ପ୍ରତ୍ୟେକ ଖାଦ୍ୟ ଭିତରେ ଭିନ୍ନ ଉପାଦାନ ରହିଥାଏ । ପ୍ରତ୍ୟେକ ଖାଦ୍ୟକୁ ଅନ୍ୟ ଏକ ଖାଦ୍ୟ ପଦାର୍ଥ ସହ ମିଶାଇ ଖାଇବା ଉଚିତ ନାହିଁ । ଏହିପରି ଖାଇବା ଦ୍ୱାରା ଆମ ଶରୀର ଉପରେ ଓଲଟା ପ୍ରଭାବ ପଢ଼ିଥାଏ ।

ମନେ ରଖନ୍ତୁ କେବେ ବି ମଧ୍ୟାହ୍ନ ଭୋଜନ କରିବା ପରେ ଫଳ ଖାଇବେ ନାହିଁ । ବିଶେଷ କରି ଯଦି ଭାତ ଖାଇ ସାରିଛନ୍ତି ତେବେ ଫଳ ଖାଇବା ମନା ।

ସେହିପରି କ୍ଷୀରକୁ ଅନେକ ଖାଦ୍ୟ ସହ ମିଶାଇ କରି ଖାଇବା ମନା । ଆମିଷ, ଫଳ କିମ୍ବା ଥଣ୍ଡା ପାନୀୟ ସହ କ୍ଷୀର ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ । ପାରୁଛନ୍ତି ଯଦି ଉଚିତ ବ୍ୟବଧାନ ରକ୍ଷା କରନ୍ତୁ ।

ଭାତ, ରୁଟି କିମ୍ବା କୌଣସି କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ଖାଇବା ପରେ ଥଣ୍ଡା ପାନୀୟ ପିଅନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇ ଥାଏ ।

ଯଦି ଆପଣ ସବୁଜ ଚା’ ପିଇଛନ୍ତି ତେବେ ପ୍ରାୟ ୪ ଘଣ୍ଟା ଭିତରେ ନାଲି ଚା’ କିମ୍ବା କ୍ଷୀର ଚା’ ପିଅନ୍ତୁ ନାହିଁ ।

ରାତି ସମୟରେ ଭୁଲ୍‌ରେ ଦହି ଖାଆନ୍ତୁ ନାହିଁ । କ୍ଷୀର ପରି ଦହି ସହ ମଧ୍ୟ ଆମୀଷ ଭକ୍ଷଣ କ୍ଷତିକାରକ ଅଟେ ।

ଏହି ସୂଚନାଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଏବଂ share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନାଥ!!