କେନ୍ଦ୍ରୀୟ ମନ୍ତ୍ରୀ ନୀତିଶ ଗଡ଼କରି ଦେଲେ ପାକିସ୍ତାନକୁ ଚେତାବନୀ ! ଆମକୁ ବାଧ୍ୟତା କରନାହିଁ ନଚେତ…

Spread the love

ଜବଲପୁର : ଶୁକ୍ରବାର ଦିନ କେନ୍ଦ୍ରୀୟ ମନ୍ତ୍ରୀ ନୀତିଶ ଗଡ଼କରି ପୁଣି କହିଲେ କି ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରେ ଓ ଆତଙ୍କବାଦୀଙ୍କୁ ଭାରତକୁ ପଠେଇବା କାମ ଜାରି ରଖିଲା ଯଦି ଭାରତ ରୁ ପାକିସ୍ତାନର ନଦୀଗୁଡିକୁ ଗୋଟିଏ ବୁନ୍ଦ ପାଣି ଯେପରି ଯିବା ନାହିଁ ସେହିପରି ଵ୍ୟଵସ୍ଥା ଆପଣାଇବୁ ।

ପୁଲୱାମାର ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶଙ୍କ ମଧ୍ୟରେ ବଢୁଥିବା ଅଶାନ୍ତିରେ ଜଳ ସଂଶୋଧନ ମନ୍ତ୍ରୀ ଗଡ଼କରି ଜବଲପୁର ରେ ବିଜେପି ର କାର୍ଯ୍ୟକର୍ତା ଏକ ବୈଠକ ରେ ପାକିସ୍ତାନ କୁ ଅବଗତ କରି କହିଲେ “ଯଦି ତୁ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ କରିବା ଓ ସେମାନଙ୍କୁ ଭାରତକୁ ପଠେଇବା କାମ କରିବୁ ତେବେ ଗୋଟିଏ ବୁନ୍ଦ ମଧ୍ୟ ପାଣି ପାକିସ୍ତାନ କୁ ଜୀବନାହିଁ ଏହା ମନେ ରଖିଥା” ।

ନୀତିଶ ଗଡ଼କରି କହିଲେ କି, ଆଭ୍ୟନ୍ତରୀଣ ଓ ବର୍ହିସୁରକ୍ଷା ବିଷୟରେ ଆମେ କିଛି ସୁପାରିଶ କରିବୁ ନାହିଁ । ପୂର୍ବରୁ ପାକିସ୍ତାନ ଭଲଭାବରେ ଜାଣିଛି ଯେ, ସେ ଭାରତକୁ ହରାଇପାରିବ ନାହିଁ । ତେଣୁ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତକୁ ପଠେଇ ଏକ “ଫ୍ରକ୍ସି ଯୁଦ୍ଧ” ଆରମ୍ଭ କରିଦେଲା ।

ଗଡ଼କରି କହିଲେ “ଇମରାନ୍ ଖାନ୍ ନିଶ୍ଚୟ କହନ୍ତି କି ଏହି ଆକ୍ରମଣରେ ଆମର କିଛି ସମ୍ବନ୍ଧ ନାହିଁ ହେଲେ ଯେଉଁ ଆତଙ୍କବାଦୀ ଆସିଥାନ୍ତି, ଯାହାକୁ ଆମେ ଧରିଥାଉ, ସେମାନେ ପାକିସ୍ତାନ ର ନାଗରିକ ଅଟନ୍ତି । ସେମାନଙ୍କ ପାଖରେ ମୋବାଇଲ୍ ଫୋନ ଅଛି । ପାକିସ୍ତାନ ସୈନିକ ଙ୍କ ଦ୍ଵାରା ଦିଆଯାଇଥିବା ଅସ୍ତ୍ର ଅଛି ଏତେ ଥିଲାପରେ ମଧ୍ୟ ପାକିସ୍ତାନ ମିଛ କହୁଅଛି ।

କେନ୍ଦ୍ରୀୟ ମନ୍ତ୍ରୀ କହିଲେ କି, ୧୯୬୦ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ମତି ହୋଇଥିଲା । ଇଣ୍ଡସ୍ ଟ୍ରିଟି ର ନାମରେ ପ୍ରସିଦ୍ଧ ଅଟେ । ଭାରତ ଓ ପାକିସ୍ତାନ ମଧ୍ୟରେ ୬ଟି ନଦୀ ଥିଲା । ତିନୋଟି ନଦୀ ପାକିସ୍ତାନ କୁ ମିଳିଲା ଓ ତିନୋଟି ନଦୀ ଭାରତକୁ ମିଳିଲା ଓ ଆମ ଅଧିକାରର ଯେଉଁ ପାଣି ଥିଲା ତାହା ମଧ୍ୟ ପାକିସ୍ତାନ କୁ ଯାଉଥିଲା ।

ଗଡ଼କରି କହିଲେ ” ଆମେ ନିର୍ଣ୍ଣୟ କରିଲୁ ଓ କ୍ୟାବିନେଟ ସ୍ୱୀକାର କରିଲେ” ଆମେ ତିନୋଟି ପ୍ରୋଜେକ୍ଟ କରିବାକୁ ଯାଉଛୁ ଯାହା ଆମ ଅଧିକାରରେ ପାଇବାର ଅଛି । ଆମେ ପଞ୍ଜାବ, ହରିୟାଣା,ରାଜସ୍ଥାନ ଓ ଉତ୍ତରପ୍ରଦେଶ ଦେବାପାଇଁ କାମ ଆମେ କରିବାକୁ ଯାଉଛୁ ଓ ବାକି ତିନୋଟି ନଦୀ ଗୁଡିକ ମଧ୍ୟ ଭାରତରୁ ହିଁ ଯାଉଅଛି ।

ଗଡ଼କରି କହିଲେ କି, ସେହି ସମ୍ମତିରେ ଲେଖା ହୋଇଛି କି ଦୁଇ ଦେଶରେ ପ୍ରେମ, ସଦ୍-ଭାବ ସହଯୋଗ ଓ ଭାଇଚାର ବଢୁ । କିନ୍ତୁ ଆଜି ଯେତେବେଳେ ଭାବିଥାଉ ତ କୁଆଡେ ଗଲା ସଦ୍ଭାବ, କୁଆଡେ ଗଲା ମୈତ୍ରୀ । ଗଡ଼କରି ପାକିସ୍ତାନକୁ ଚେତାବନୀ ଦେଇ କହିଲେ କି, ” ଯଦି ତୁ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ କରିବା ଓ ସେମାନଙ୍କୁ ପଠେଇବା କାମ କରିବୁ ଯଦି ଗୋଟିଏ ବୁନ୍ଦ ମଧ୍ୟ ପାଣି ପାକିସ୍ତାନ କୁ ଜୀବନାହିଁ ଏହା ମନେ ରଖିଥା” ମୈତ୍ରୀ, ସହଯୋଗ ଓ ସଦ୍ଭାବ ଦୁହେଁଙ୍କ ସହଯୋଗ ରେ ହେଇଥାଏ ।

ଏହା ଆଗରୁ କେନ୍ଦ୍ରୀୟ ମନ୍ତ୍ରୀ ଜବଲପୁର ସହରରେ ପଶ୍ଚିମ ଦିଗରେ ଲଗେଇବାକୁ ଯାଉଥିବା ପରିବହନ ଗହଳି ରୁ ମୁକ୍ତି ଦେବାପାଇଁ ୭୫୮.୫୪ ହଜାର କୋଟି ଟଙ୍କା ଖର୍ଚ୍ଚ କରି ତାହା ନିର୍ମାଣ କରାଯାଉଛି ୫.୯୦ କିଲୋମିଟର ଫ୍ଲାଇ ଓଭର foundation କରିଲେ । ଏହି ପ୍ଲାଇ ଓଭର ଦମୋହ, ନାକା, ରାନିତାଲ, ମଦନ ମହଲ ଚୌକ ରୁ medical collage road ପର୍ଯ୍ୟନ୍ତ ନିର୍ମାଣ ହେବ ।