ରାମଜାନ ମାସରେ ଏପରି ନିଜକୁ ହାଇଡ୍ରେଟ ରଖନ୍ତୁ । ହେବ ନାହିଁ ଡିହାଇଡ୍ରେସନ୍ ।

Spread the love

ରମଜାନ ମାସରେ ଗରମରୁ ବର୍ତ୍ତିବା ପାଇଁ ଏହି କଥା ଗୁଡିକ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ମୁସଲିମ ଧର୍ମରେ ପୁଣ୍ୟ ମାସ ହେଉଛି ରମଜାନ ଯାହା ଆରମ୍ଭ ହୋଇଯାଇଛି । ରାମଜାନର ଏହି ପବିତ୍ର ମାସରେ ମୁସଲିମମାନେ ଏକ ମାସ ପର୍ଯ୍ୟନ୍ତ ରୋଜା ରଖନ୍ତି ।ରୋଜାର ଦିନ ଗୁଡିକରେ ଲୋକେ ଉପବାସ ରୁହନ୍ତି । ସକାଳର ନମାଜ ସମୟରେ ସହରି ଏବଂ ସନ୍ଧ୍ୟାରେ ଇଫତାରୀ କରି ରୋଜା ଖୋଲା ଯାଇଥାଏ । ଗରମ ଦିନ ଗୁଡିକରେ ରୋଜା ରଖିବା ଭାରି କଷ୍ଟଦାୟକ ହୋଇଥାଏ । କାରଣ ପାଣି ନ ପିଇବା କାରଣରୁ ଡ଼ିହାଇଡ୍ରେସନ୍ ପରି ସମସ୍ୟା ଉପୁଜି ଥାଏ । ଆଜି ଆମେ ଏହି ଲେଖାରେ କହିବୁ କିପରି ଆପଣ ରମଜାନ୍ ମାସରେ ଗରମରୁ ବର୍ତ୍ତି ଡିହାଇଡ୍ରେସନ ପରି ସମସ୍ୟାରୁ ମୁକୁଳି ପାରିବେ ।

ଖାଦ୍ୟପେୟରେ ସନ୍ତୁଳନ ରଖନ୍ତୁ :

ସାରା ଦିନ ଉପାସ ରହିବା ପରେ ସନ୍ଧ୍ୟାରେ ଇଫତାରି ସମୟରେ ଖାଇବା ଉପରେ ଧ୍ୟାନ ରଖି ଏକ ସମୟରେ ଭୋକରେ ରହିବା କାରଣରୁ ଅତ୍ୟଧିକ ଖାଆନ୍ତୁ ନାହିଁ । ଏକ ସମୟରେ ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପେଟ ଖରାପ ହୋଇପାରେ ଏବଂ ଡିହାଇଡ୍ରେସନ ପରି ସମସ୍ୟା ହୋଇପାରେ । ଏହା ସହ ସନ୍ଧ୍ୟାରେ ଆପଣ ଏପରି ଖାଦ୍ୟ ଖାଆନ୍ତୁ, ଯାହାକୁ ହଜମ ହେବା ପାଇଁ ଅଧିକ ସମୟ ଯେପରି ନ ଲାଗେ । ଏହାର ଅର୍ଥ ହେଉଛି ରୋଜା ଖୋଲିବା ପରେ ହଲକ୍କା ଖାଦ୍ୟ ଗ୍ରହଣ କରନ୍ତୁ । ସକାଳେ ସହରି ସମୟରେ ମଧ୍ୟ ଆପଣ ଏପରି ଖାଦ୍ୟ ଖାଆନ୍ତୁ; ଯାହା ଆପଣଙ୍କୁ ଦିନ ତମାମ ଶକ୍ତି ଯୋଗାଇବ । ଏଥିପାଇଁ ଆପଣ ପନିପରିବା, ମସୁର ଡାଲି, ଶାଗୁ ଦାନା ଏବଂ ଅଞ୍ଜିରର ସେବନ କରନ୍ତୁ ।

ଗଭୀର ନିଦ ନିଅନ୍ତୁ :

ଏହି ଦିନ ଗୁଡିକରେ ଧ୍ୟାନ ଦିଅନ୍ତୁ ନିଦ ଯେପରି ପୁରା ହୋଇ ପାରିବ । ଅତି କମରେ ଆଠ ଘଣ୍ଟାର ପୁରା ନିଦ୍ରା ନିଅନ୍ତୁ । ଯଦି କୌଣସି କାରଣରୁ ଆପଣଙ୍କ ନିଦ ପୁରା ହୋଇପାରୁ ନାହିଁ । ତେଵେ ଦିନ ବେଳେ ଆରାମ କରି ନିଅନ୍ତୁ । ଏହା ସହ କଷ୍ଟ ଜନିତ କାର୍ଯ୍ୟରୁ ନିଜକୁ ନିବୃତ ରଖନ୍ତୁ । ଯାହାଫଳରେ ଆପଣଙ୍କ ଶରୀରରୁ ଉର୍ଜା କ୍ଷୟ ହେବ ନାହିଁ ।

ଡିହାଇଡ୍ରେସରୁ ବଞ୍ଚନ୍ତୁ :

ଏହି ମାସରେ ଗରମ ଦିନରେ ରମଜାନ ମାସ ଆସିଛି । ଏହି ସମୟରେ ଉପାସ ରହିବା ପୂର୍ବରୁ କମ ସେ କମ ଆଠ ଗ୍ଲାସ ପାଣି ନିଶ୍ଚିତ ପିଅନ୍ତୁ । ନିଜ ଖାଦ୍ୟରେ ଖୀର, ତାଜା ଫଳ, ଜୁସ ଇତ୍ୟାଦି ସାମିଲ କରନ୍ତୁ । ଏହି ଦିନ ଗୁଡିକରେ ଚାହା ଏବଂ ଥଣ୍ଡା ପନୀୟରୁ ଦୁରେଇ ରୁହନ୍ତୁ ।

ହାଲ୍କାଫୁଲ୍କା ବ୍ୟାୟାମ କରନ୍ତୁ :

ଏହି ଦିନ ଗୁଡିକରେ ହାଲ୍କାଫୁଲ୍କା ବ୍ୟାୟାମ କରିବା ଭୁଲନ୍ତୁ ନାହିଁ । ଆପଣଙ୍କୁ ଯୋଗ ବ୍ୟାୟାମ କରିବା ଜରୁରୀ ଅଟେ ଯାହା ଆପଣଙ୍କୁ ଚିନ୍ତାମୁକ୍ତ ରଖି ପାରିବ ।

ଏହି ଦିନ ଗୁଡିକରେ ନିଜକୁ ଡିହାଇଡ୍ରେସନରୁ ନିବୃତ ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଦିନଚର୍ଯ୍ୟା ଆରମ୍ଭ କରନ୍ତୁ ।