ଚାଣକ୍ୟ ନୀତି: ସୁଖୀ ଜୀବନ ପାଇଁ ଏହି କଥାଗୁଡିକୁ ଧ୍ୟାନ ଦିଅନ୍ତୁ । ଜୀବନର ସବୁ କଷ୍ଟ ହୋଇଯିବ ଦୂର ।

Spread the love

ଆପଣମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କେଉଁଠି ଶୁଣିଥିବେ କିମ୍ବା ପଢିଥିବେ, ସେ ତାଙ୍କ ଯୁଗରେ ବହୁତ ଭଲ ନିତିକାର ଥିଲେ । ସେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯାହାର ନାମ ଅଟେ “ଚାଣକ୍ୟ ନୀତି” । ଏହି ପୁସ୍ତକରେ ମଣିଷର ହିତ ପାଇଁ ବହୁତ କିଛି ସୂଚନା ଦିଆଯାଇଛି, ଯଦି ଏହି ପୁସ୍ତକରେ କୁହାଯାଇଥିବା ନୀତି ଗୁଡିକୁ ମଣିଷ ଆପଣାଇ ନିଏ; ତେବେ ତା ଜୀବନର ସମସ୍ତ ଚିନ୍ତା ଦୂର ହୋଇ ଯାଇପାରିବ ଏବଂ ନିଜ ଜୀବନକୁ ସୁଖମୟ ଭାବରେ ବିତାଇ ପାରିବ ।

ଆଚାର୍ଯ୍ୟ ଚାଣକ୍ୟ ମାନବ ସମାଜର କଲ୍ୟାଣ ପାଇଁ ଏମିତି କେତେକ ନୀତି କହିଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିର ଜୀବନର ସମସ୍ତ ପର୍ଯ୍ୟାୟରେ ବହୁତ ସିଦ୍ଧି ଭାବେ ସାବ୍ୟସ୍ତ ହୋଇଛି । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଏକ ମହାନ୍ ଅର୍ଥଶାସ୍ତ୍ର ଏବଂ ରାଜନୀତିଜ୍ଞ ଭାବେ ମାନ୍ୟତା ଦିଆଯାଇଛି । ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ରେଷ୍ଠ ଗୁରୁ ମଧ୍ୟ ଥିଲେ କାହିଁକି ନା ଆଚାର୍ଯ୍ୟ ଚାଣକ୍ୟଙ୍କ ମାର୍ଗଦର୍ଶନ ଦ୍ଵାରା ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ରାଜା ହୋଇଥିଲେ । ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ବହୁତ କିଛି ଉଲ୍ଲେଖ କରିଛନ୍ତି, ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ, ଯାହା ଉପରେ ଆପଣ ଯଦି ଧ୍ୟାନ ଦିଅନ୍ତି; ତେବେ ଆପଣ ଆପଣଙ୍କ ଜୀବନକୁ ସୁଖମୟ କରିପାରିବେ ।

ସୁଖୀ ଜୀବନ ପାଇଁ ଏହି କଥା ଉପରେ ରଖନ୍ତୁ ଧ୍ୟାନ :

– ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏହି କଥାର ଉଲ୍ଲେଖ କରିଛନ୍ତି ଯେ, ଯେଉଁ ବ୍ୟକ୍ତି ସତ୍ୟର ମାର୍ଗ ଆପଣାଈ ଥାଏ; ସେ ସର୍ବଦା ସଫଳତା ପାଇଥାଏ । ସତ୍ୟ କହିବା ବ୍ୟକ୍ତିଙ୍କୁ ସର୍ବଦା ବିଜୟ ପ୍ରାପ୍ତ ହୋଇଥାଏ । ଏମିତି ଲୋକ ନିଜ ମାର୍ଗ ନିଜେ ହିଁ ବନାଇଥାନ୍ତି ଏବଂ ଏମାନଙ୍କୁ ସବୁ ସ୍ଥାନରେ ପ୍ରଶଂସା ମିଳିଥାଏ ।

– ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ଉଚିତ୍ କର୍ମ କରିଥାଏ ଏବଂ ଧର୍ମ ମାର୍ଗରେ ଚାଲିଥାଏ, ତାର ଜୀବନ ସଫଳ ହୋଇଥାଏ । ମନୁଷ୍ୟର ଧର୍ମ ହିଁ ତାକୁ ସକରାତ୍ମକ ବନାଇଥାଏ । ସେଥିପାଇଁ ମନୁଷ୍ୟକୁ ସର୍ବଦା ଧର୍ମ ମାର୍ଗରେ ଚାଲିବା ଉଚିତ ।

– ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ବ୍ୟକ୍ତିକୁ ସର୍ବଦା ଦୟାଳୁ ହେବା ଉଚିତ । ଦୟାକୁ ମିତ୍ର ସମାନ ମାନିବା ଉଚିତ କାହିଁକି ନା ଯେଉଁ ବ୍ୟକ୍ତିର ମନରେ ଦୟା ରହିଥାଏ; ସେ କେବେ ମଧ୍ୟ ଭୁଲ ମାର୍ଗରେ ଚାଲିନଥାଏ ଏବଂ ଭୁଲ କାର୍ଯ୍ୟ ମଧ୍ୟ କରିନଥାଏ ।

– ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଶାନ୍ତ ରହିବା ଉଚିତ ଏବଂ ତାର ସ୍ଵଭାବ ସନ୍ତୋଷ ହେବା ଉଚିତ । କାହିଁକି ନା କୌଣସି କାର୍ଯ୍ୟକୁ କରିବାକୁ ହେଲେ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଯଦି ଆପଣ ଆପଣଙ୍କ ମନକୁ ଶାନ୍ତ ରଖି କାର୍ଯ୍ୟ କରିବେ; ତେବେ ଆପଣଙ୍କ ଜୀବନରେ କେବେ ବି କୌଣସି ଚିନ୍ତା ଆସିବ ନାହିଁ ।

– ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ଭୂଲକୁ କ୍ଷମା ଦେବା ହିଁ ଜୀବନର ସବୁଠାରୁ ବଡ଼ ପୁଣ୍ୟ ଅଟେ । ଯେଉଁ ବ୍ୟକ୍ତି ଭୁଲକୁ କ୍ଷମା ଦେଇଥାଏ; ତାର ଜୀବନରେ କୌଣସି ସମସ୍ୟା ଉତ୍ପନ ହୋଇନଥାଏ । ସେଥିପାଇଁ ଆପଣଙ୍କୁ ଯଦି କେହି ତା ଭୁଲର କ୍ଷମା ମାଗୁଛି, ତେବେ ଆପଣଙ୍କୁ କ୍ଷମା ଦେବାରେ ବିଲକୁଲ୍ ବିଳମ୍ବ କରିବା ଉଚିତ୍ ନୁହେଁ, ସେହି ବ୍ୟକ୍ତିକୁ ଶୀଘ୍ର କ୍ଷମା କରିଦେବା ଉଚିତ ।

– ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ବହୁତ ବଡ ମହତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ, ବ୍ୟକ୍ତିଙ୍କୁ ସର୍ବଦା ଜ୍ଞାନକୁ ନିଜର ସମ୍ପର୍କୀୟ ମାନିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଜ୍ଞାନକୁ ସର୍ବଦା ନିଜ ପିତା ସମାନ ମାନିବା ଉଚିତ । କାହିଁକି ନା ସଂପତି ତ ଆସିଥାଏ ଏବଂ ଯାଇଥାଏ କିନ୍ତୁ ଜ୍ଞାନ ଏକ ଏମିତିକା ଜିନିଷ ଅଟେ, ଯାହା ସର୍ବଦା ଆପଣଙ୍କ ପାଖରେ ରହିଥାଏ । ଜ୍ଞାନ କେବେ ମଧ୍ୟ ଖର୍ଚ୍ଚ ହୋଇନଥାଏ, ଜ୍ଞାନକୁ ଯେତେ ବଣ୍ଟା ଯାଇଥାଏ, ସେ ସେତିକି ଅଧିକ ବଢ଼ିଥାଏ ।