ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏହି ଜିନିଷ, ମହଲକ୍ଷ୍ମୀଙ୍କ ଆଶିର୍ବାଦରୁ ବଢିବ ଧନ ସମ୍ପତ୍ତି ।

Spread the love

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ସୁଖ ଶାନ୍ତି ରହିବା ଦରକାର ଏବଂ ଆମ ପାଇଁ ଆମ ଘରର ମୁଖ୍ୟ ଦ୍ୱାର ହିଁ ଖୁସିର ଦ୍ୱାର ବୋଲି କୁହାଯାଏ । କାହିଁକି ନା ଯାହା ବି ଖୁସି ଆମ ଜୀବନରେ ବା ଆମ ଘରକୁ ଆସେ, ତାହା ସବୁ ଆମ ଘରର ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ଥାଏ । ଏହି କାରଣରୁ ଆପଣ ଦେଖୁଥିବେ, ବହୁତ ଲୋକ ନିଜ ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ସଫାସୁତୁରା ରଖନ୍ତି । ଯଦି ଆପଣଙ୍କ ଘରକୁ କେହି ସମ୍ପର୍କୀୟ ବା ବନ୍ଧୁ ଆସନ୍ତି; ତେବେ ସେମାନଙ୍କର ନଜର ପ୍ରଥମେ ଆପଣଙ୍କ ମୁଖ୍ୟଦ୍ୱାରରେ ପଡିଥାଏ ପରେ ସେମାନେ ଆପଣଙ୍କ ଘରେ ପ୍ରବେଶ କରନ୍ତି । ଯଦି ଦେବୀ ଦେବତାଙ୍କ କଥା କହିବା, ତା’ହେଲେ ସେମାନେ ମଧ୍ୟ ଘରର ମୁଖ୍ୟ ଦ୍ୱାର ଦେଇ ଘରକୁ ଆସନ୍ତି । ଏମିତ ସ୍ଥିତିରେ ଯଦି ଆପଣଙ୍କ ଘର ମୁଖ୍ୟ ଦ୍ୱାର ଠିକ ନ ଥିବ କିମ୍ବା ସଫାସୁତୁରା ହୋଇନଥିବ; ତେବେ ଦେବୀ ଦେବତା ଆପଣଙ୍କ ଦ୍ୱାରରୁ ହିଁ ଫେରି ଯାଆନ୍ତି ।

ବିଶେଷ କରି ଧନ ପ୍ରଦାୟିନ ଦେବୀ ମାଆ ଲକ୍ଷ୍ମୀ ଯଦି ଆପଣଙ୍କ ଦ୍ୱାରରେ ଆବର୍ଜନା ଦେଖନ୍ତି; ତେବେ ସେ ସେଠାରୁ ଫେରି ଯାଆନ୍ତି । ଏହି ସବୁ କଥାକୁ ଆଖି ଆଗରେ ରଖି ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଘରର ମୁଖ୍ୟ ଦ୍ଵାରକୁ କିପରି ରଖିଲେ ଆପଣଙ୍କ ଘରେ ଧନ ସମ୍ପତ୍ତି, ସୁଖ ଶାନ୍ତି ଓ ସକରାତ୍ମକ ଉର୍ଜ୍ଜା ଟିଷ୍ଟି ପାରିବ ସେହି ବିଷୟରେ କହିବୁ ? ଆଜି ଆମେ ଏହି ବିଷୟରେ କହିବୁ, ଯଦି ଆପଣ ମୁଖ୍ୟଦ୍ୱାର ସମ୍ବନ୍ଧିତ, ଏହି ବିଶେଷ ଗୁଡିକ ଧ୍ୟାନ ଦିଅନ୍ତି; ତେବେ ଆପଣଙ୍କ ଘରେ ନକାରତ୍ମକ ଉର୍ଜ୍ଜା ପ୍ରବେଶ କରି ପାରିବ ନାହିଁ ଏବଂ ଆପଣଙ୍କ ପରିବାରରେ ସୁଖ ଶାନ୍ତିର ଲହରୀ ସର୍ବଦା ପ୍ରବାହିତ ହେଉଥିବା ।

ଘରର ମୁଖ୍ୟ କବାଟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା :

ଆପଣଙ୍କୁ ସର୍ବପ୍ରଥମେ ଧ୍ୟାନ ଦେବାକୁ ହେବ ଯେ, ଆପଣ ସକାଳୁ ଉଠିଲେ ଘରର ମୁଖ୍ୟ କବାଟକୁ ଖୋଲି ଦିଅନ୍ତୁ ଏବଂ ପୂଜା କାର୍ଯ୍ୟ ସମାପନ ହେବା ପର୍ଯ୍ୟନ୍ତ ଖୋଲା ହିଁ ରଖନ୍ତୁ । ଯେତେବେଳେ ଆପଣ ଘରର ମୁଖ୍ୟ କବାଟ ଖୋଲୁଛନ୍ତି; ଏହାପରେ ଦ୍ୱାରରେ ପାଣି ଛଡା ଦିଅନ୍ତୁ, ସକାଳେ ଦ୍ୱାରରେ ପାଣି ଛଡା ଦେବା ପାଇଁ ରାତିରେ ତମ୍ବା ଢଳରେ ପାଣି ଭରି ଐଶାନ୍ୟ କୋଣ ବା ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ । ଆପଣ ଯଦି ପାରିବେ; ତେବେ ଏଥିରେ କିଛି ହଳଦୀ, ଗୁଲାପ ଜଳ କିମ୍ବା କିଛି ଅତର ମିଶେଇ ପାରିବେ ।

ଯଦି ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଫୋଟ ଲଗାନ୍ତି; ତାହା ହେଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଆପଣ ବାହାରକୁ ଗଲେ ଓ ଆସିଲେ ଏହି ଫୋଟକୁ ଦର୍ଶନ କରନ୍ତୁ ।

ଯଦି ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଘଣ୍ଟି ଲଗାନ୍ତି, ତାହାହେଲେ ଆପଣ ଡ଼ାହାଣପଟେ ଲଗାନ୍ତୁ । କାରଣ ଆପଣ ଯେତେବେଳେ ମଧ୍ୟ ଡୋରବେଲ ବା ଘଣ୍ଟି ବଜେଇବେ ତ ଆପଣ ନିଜ ଡ଼ାହାଣ ହାତକୁ ବ୍ୟବହାର କରିପାରିବେ । ଏହାର ପରିବର୍ତ୍ତେ ଆପଣ ବାମପଟେ ଜୋତାଷ୍ଟାଣ୍ଡ ରଖନ୍ତୁ ।

ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ କୁମକୁମ୍ ହେଉ ଅବା ଚନ୍ଦନରେ ସ୍ୱସ୍ତିକ କିମ୍ବା ଓଁ ଲେଖନ୍ତୁ, ଏହା ଶୁଭ ହୋଇଥାଏ ।

ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରବନ୍ଧରେ ଅଶୋକ ପତ୍ର କିମ୍ବା ଆମ୍ବ ପାତ୍ରର ମାଳା ଲଗାନ୍ତୁ । ଯଦି ଆପଣ ମାଳା ମଙ୍ଗଳବାର ଦିନ ଲାଗେଇବେ, ତେବେ ଏହା ଫଳପ୍ରଦ ହୋଇଥାଏ ।

ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ତୁଲସୀ ଗଛ ନିଶ୍ଚିତ ଭାବେ ଲଗାନ୍ତୁ । ଯଦି ଆପଣ ତୁଲସୀ ଗଛ ମୁଖ୍ୟ ଦ୍ୱାରରେ ଲାଗନ୍ତି; ତେବେ ଯେତେ ନକାରତ୍ମକ ଉର୍ଜା ଥିବ ସବୁ ନଷ୍ଟ ହୋଇଯିବ ଏବଂ ଆପଣଙ୍କ ଘରକୁ ନକାରତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ । ଯାହାଦ୍ୱାରା ଆପଣଙ୍କ ଘର ସକାରାତ୍ମକ ଉର୍ଜାରେ ପରିପୂର୍ଣ୍ଣ ରହିବ ।

ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ସନ୍ଧ୍ୟା ହେଲା ପରେ ଦୁଇଟି ଦୀପ ଜଳାନ୍ତୁ । ଏହା ପରିବର୍ତ୍ତେ ଆପଣ ଲାଇଟ ମଧ୍ୟ ଜଳେଇ ପାରିବେ । ଆମର କହିବାର ଅର୍ଥ ହେଉଛି ଜମା ଅନ୍ଧାର ରଖନ୍ତୁ ନାହିଁ, ଉଜ୍ଜ୍ୱଳ କରି ଦିଅନ୍ତୁ । ଘରର ମୁଖ୍ୟ ଦ୍ୱାରରେ ଅନ୍ଧାର ହେବା ଆଦୌ ଶୁଭ ନୁହେଁ ।