ନିପାହ ଭାଇରସ ଠାରୁ ନିଜକୁ ଦୂରେଇ ରଖନ୍ତୁ ! କେବଳ ଏହି ୫ଟି ଜିନିଷ ବ୍ୟବହାର କରନ୍ତୁ ।

Spread the love

ନିପାହ ଭାଇରସର ଆତଙ୍କ ଦେଶରେ ଅହରହ ବଢି ଚାଲିଛି । କୁହାଯାଉଛି ଯେ, ଏହି ଭୟଙ୍କର ସଂକ୍ରମଣର ଭାଇରସ କର୍ଣ୍ଣାଟକରୁ ନେଇ ତେଲେଙ୍ଗାନା ଯାଏଁ ବ୍ୟାପିରେ ଲାଗିଛି । ଖବର ଅନୁସାରେ, ଯେବେ ଠାରୁ ନିପାହ ଭାଇରସର ସଂକ୍ରମଣ ବ୍ୟାପିଛି, ସେହି ଦିନଠାରୁ ପାଖା ପାଖି ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ୨୫ରୁ ଅଧିକ ଲୋକଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣାପଡିଛି । ଆଉ ଏଥିପାଇଁ ନିପାହ ଭାଇରସର ଭୟ ସବୁଆଡେ ଲୋକଙ୍କ ମଧ୍ୟରେ ଘାରିଛି । ଏହାଠାରୁ ଦୁରେଇ ରହିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣା-ଉଛନ୍ତି । ଏହାର ନିରାକରଣ ପାଇଁ ଦେଶର ବିଭିନ୍ନ ରାଜ୍ୟ ଚେଷ୍ଟା ଜାରି ରଖିବା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନିପାହ ଭାଇରସର ମୁକାବିଲା କରିବା ସମ୍ଭବପର ହୋଇପାରି ନାହିଁ । ନିପାହ ଭାଇରସର ଭୟ ଠାରୁ ଦୂରେଇ ରହିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଘୋରେଇ ଉପାୟ ନେଇ ଆସିଛୁ, ଯାହା ଦ୍ୱାରା ଆପଣ ଘରେ ବସି ହିଁ ଏହି ଭୟାନକ ନିପାହ ଭାଇରସ ଠାରୁ ଦୂରରେ ରହି ପାରିବେ । ଜାଣିବା ଆସନ୍ତୁ ।

ନିପାହ ଠାରୁ ଦୁରେଇ ରହିବା ପାଇଁ ଘୋରେଇ ଉପାୟ :-

ତୁଳସୀ :

ତୁଲସୀ ଗଛ ଆପଣ ସମସ୍ତଙ୍କ ଘରେ ଥିବା । ତୁଳସୀ ଏମିତି ଏକ ଗଛ ଅଟେ, ଯେଉଁଥିରେ ଏଣ୍ଟିଫଙ୍ଗଲ ତତ୍ୱ ଭରପୁର ମାତ୍ରାରେ ରହିଛି । ତେଣୁ ପ୍ରତି ଦିନ ୪ ରୁ ୫ଟି ତୁଲସୀ ପତ୍ର ଛିଣ୍ଡେଇ, ଏହାର ସେବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ସମସ୍ତ ପ୍ରକାରର ସଂକ୍ରମଣରୁ ରକ୍ଷା ପାଇପାରିବେ ।

କର୍ପୁର :

କର୍ପୁରକୁ ପ୍ରତ୍ୟେକ ବ୍ୟକ୍ତି ପୂଜା ସମୟରେ ବ୍ୟବହାର କରିଥାନ୍ତି । କୁହାଯାଇ ଥାଏ ଯେ, କର୍ପୂର ସହିତ ଅଳେଇଚର ସେବନ କରିବା ଦ୍ୱାରା ଶ୍ଵାସ ସମ୍ବନ୍ଧୀୟ ରୋଗ ଓ ସ୍ୱାଇନ ଫ୍ଲୁ ଠାରୁ ରକ୍ଷା ପାଇପାରିବ । କେବଳ ଗହମ ଦାନା ସଦୃଶ କିମ୍ବା ଏହା ଠାରୁ ଆହୁରି କମ୍ ମାତ୍ରାରେ କରିବା ସେବନ କରିବା ଦରକାର ଅଟେ । ଏହା ଛଡା ଆପଣ କର୍ପୂର ଓ ଅଳେଇଚକୁ ଶୁଙ୍ଘି କରି ମଧ୍ୟ ଏହି ରୋଗରୁ ରକ୍ଷା ପାଇ ପାରିବେ । ଏହା ନିପାହ ଭାଇରସ ଠାରୁ ବି ଆପଣଙ୍କୁ ଦୂରରେ ରଖିଥାଏ ।

ନିମ୍ବ :

ନିମ୍ବ ଭିତରେ ଏଣ୍ଟିବାୟୋଟିକ, ଏଣ୍ଟିଇଂଫ୍ଲେମେଟେରୀ ତତ୍ତ୍ଵ ଭରି ରହିଥାଏ । ନିମ୍ବ ବହୁତ ପୁରାତନ ସମୟରୁ ଔଷଧ ରୂପରେ ବ୍ୟବହାର ହୋଇ ଆସୁଅଛି । ନିପାହ ଯେମିତି ଭୟଙ୍କର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନିମ୍ବ ପତ୍ରର ସେବନ କରିବା ଆବଶ୍ୟକ । ଏହା ଛଡା ଏଥିରେ ରକ୍ତ ବି ଶୁଦ୍ଧ ହୋଇଥାଏ ।

ଗିଲୋୟ :

ଗିଲୋୟକୁ ଔଷଧ ରୂପେ ବ୍ୟବହାର କରିବା କୌଣସି ଅମୃତ ଠାରୁ କମ୍ ନୁହେଁ ବୋଲି ମାନ୍ୟତା ଦିଆଯାଇଛି । ତୁଳସୀ ପତ୍ର, ଗୋଲ ମରିଚ, କଳା ଲୁଣ ଓ ମିଶ୍ରି ଏସବୁ ଏକକାଳୀନ ଫୁଟେଇ, ଏହାକୁ ଚାହା ଭଳି ସେବାନ କରନ୍ତୁ । ଏହା ଦ୍ୱାରା ଆପଣ ବହୁତ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟା ଠାରୁ ରକ୍ଷା ପାଇପାଇବେ । ଏହା ସହିତ ଆପଣ ନିପାହ ଭାଇରସ ସଂକ୍ରମଣରୁ ଦୂରରେ ରହିବେ ।

ରସୁଣ :

ରସୁଣର ଉପଯୋଗ ସବୁ ଲୋକ ଖାଦ୍ୟ ପ୍ରତୁତ କରିବା ପାଇଁ ହିଁ କରିଥାନ୍ତି । ଯେଉଁ ଲୋକମାନେ ପ୍ରତିଦିନ ରସୁଣର ଉପଯୋଗ କରିଥାନ୍ତି, ସେମାନଙ୍କୁ କୌଣସି ରୋଗ ସହଜରେ ପ୍ରବେଶ କରି ପାରି ନ ଥାଏ । ନିପାହ ଭାଇରସ ଠାରୁ ଦୂରେଇ ରହିବା ପାଇଁ ଏହାର ଉପଯୋଗ ନିଶ୍ଚିତ କରନ୍ତୁ ।