ନିଦ ଠିକ୍ ସେ ହେଉନଥିବା ବ୍ୟକ୍ତି ନିଜ ଶୋଇବା କକ୍ଷରେ ଏହି ସୁଗନ୍ଧିତ ଫୁଲ ବା ଗଛ ଲଗାନ୍ତୁ; ଯାହାଦ୍ୱାରା ଆପଣଂକୁ ଶାନ୍ତିର ନିଦ ହେବ ମନରୁ ଚିନ୍ତା ଦୂର ହେବ ।

Spread the love

ଆଜିକାଲିର ଯୁଗରେ ଲୋକେ ନିଜ କାମରେ ଏତେ ବ୍ୟସ୍ତ ରୁହନ୍ତି ଯେ, ସେମାନେ ରାତ୍ରି ସମୟରେ ମଧ୍ୟ ଠିକ୍ ଭାବରେ ଶୋଇ ପାରନ୍ତିନାହିଁ । ରାତିରେ ହଜାର ଥର ଚେଷ୍ଟା କଲେ ମଧ୍ୟ ସେମାନଙ୍କ ମନ ଓ ମସ୍ତିଷ୍କ ଶାନ୍ତ ହୁଏ ନାହିଁ ଓ ନିଦ ମଧ୍ୟ ଆସେନାହିଁ । ଯଦି ଆପଣ ମଧ୍ୟ ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ନିଜ ଶୋଇବା କକ୍ଷରେ ଏହି ଫୁଲ ବା ଫୁଲଗଛକୁ ଲଗାନ୍ତୁ । କାରଣ ଏହି ଫୁଲ ବା ଗଛ ଆପଣଂକ କକ୍ଷର ବାତାବରଣକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେବ ଓ ଆପଣଂକୁ ଶାନ୍ତିର ନିଦ ଆସିବ ।

ନିଦ ନ ଆସିଲେ ନିଜ ଶୋଇବା କକ୍ଷରେ ଏହି ଫୁଲ ବା ଗଛକୁ ରଖନ୍ତୁ :

ମଲ୍ଲି ବା ମାଳତୀ :

ଏହି ଫୁଲ ନିଜ ମହକ ପାଇଁ ବହୁତ ପରିଚିତ । ଏହି ଫୁଲ ଉପରେ କରାଯାଇଥବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଏହାର ମହକରେ ମନକୁ ଶାନ୍ତି ମିଳିଥାଏ, ଯାହାଦ୍ୱାରା ଭଲ ନିଦ ଆସିଥାଏ । ଏହା ବ୍ୟତୀତ ଏହି ଫୁଲର ମହକ ଦ୍ୱାରା ମନରେ କୌଣସି ପ୍ରକାରର ଭୟ ରହିନଥାଏ । ସର୍ବଦା ମନରେ ସକରତ୍ମକ ଭାବନା ବଜାୟ ରହିଥାଏ ।

ଗାର୍ଡେନିଆ :

ମନ ଶାନ୍ତି ନ ରହିବା ଦ୍ୱାରା ବହୁତ ଲୋକଙ୍କୁ ନିଦ ଆସିନଥାଏ । ବହୁତ ଲୋକ ଚିନ୍ତାଗ୍ରସ୍ତ ଥିବା ଯୋଗୁଁ ଶୋଇ ପାରନ୍ତିନାହିଁ । ଯଦି ଆପଣ ମଧ୍ୟ ଏପରି ପରସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଏହି ଫୁଲକୁ ନିଜ କକ୍ଷରେ ରଖନ୍ତୁ । ଏହା ଏକ ଧଳା ରଙ୍ଗର ଫୁଲ ଓ ଏହା ଏକ ବିଦେଶୀ ଫୁଲ ଅଟେ । ଏହି ଫୁଲରୁ ଆସୁଥିବା ମହକରେ ମନ ଶାନ୍ତ ହୋଇଥାଏ ଓ ମହକକୁ ଶୁଂଘିବା ଦ୍ୱାରା ଦୁଃଖ ବା ଚିନ୍ତା ମଧ୍ୟ କମ ହୋଇଥାଏ । ଆପଣଂକୁ ଏହି ଫୁଲ କୌଣସି ବି ଫୁଲ ଦୋକାନରେ ମିଳିଯିବ ।

ସ୍ନେକ।

ଏହି ଗଛ କକ୍ଷରେ ରଖିବା ଦ୍ୱାରା କଠୋରୀରେ ଥିବା ବିଭିନ୍ନ ବିଷାକ୍ତ ଗ୍ୟାସ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ଶୋଷି ନିଏ । ଏପରି ହେବା ଦ୍ୱାରା ଆପଣଂକୁ କେବଳ ଭଲ ବାୟୁ ଥିବା ବାତାବରଣ ମିଳିଥାଏ ଯାହାଦ୍ଵାରା ଭଲ ନିଦ ଆସିଥାଏ ।

ଲେଭେଣ୍ଡର :

ଏହି ଫୁଲର ନାମ ଆପଣ ନିଶ୍ଚୟ ଶୁଣିଥିବେ । ଏହି ଫୁଲକୁ ବିଭିନ୍ନ ପ୍ରକାରର ସାବୁନ, ସ୍ୟାମ୍ପୋ ଓ ଅତରରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଆରୋମାଥେରାପି କରିବା ସମୟରେ ଏହି ଫୁଲର ପ୍ରୟୋଗ କରାଯାଇଥାଏ । ଏହି ଫୁଲର ମହକ ଦ୍ୱାରା ମଣିଷର ଥକାପଣ ଦୂର ହୋଇଥାଏ । ଏହାର ସୁଗନ୍ଧରେ ମନ ଶାନ୍ତି ହୋଇଥାଏ । ଏଥିପାଇଁ ଏହି ଫୁଲକୁ ନିଜ ରୁମ୍ ରେ ରଖନ୍ତୁ ।

ଏଲୋଭେରା :

ଏହାର ଉପଯୋଗ ଆଜିକାଲି ବହୁତ କରାଯାଉଛି । ଏହାକୁ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ବହୁତ ଫାଇଦା ମିଳିଥାଏ । ଏହାର ଜେଲି ଲଗାଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ନିଜ ରୁମ୍ ରେ ଲଗାଇବା ଦ୍ୱାରା ବହୁତ କିଛି ଫାଇଦା ମିଳିଥାଏ ଓ ଏହାକୁ ପାଖରେ ରଖିବା ଦ୍ୱାରା ନିଦ ମଧ୍ୟ ଭଲ ଆସିଥାଏ । ଏହା ରୁମ୍ ର ବାୟୁକୁ ମଧ୍ୟ ଶୁଦ୍ଧ କରିଥାଏ । ଏଥିପାଇଁ ଛୋଟ ଆଲୋଭେରା ଗଛକୁ ନିଜ ରୁମ୍ ର କୌଣସି କୋଣରେ ରଖନ୍ତୁ ।