ବଲିଉଡ ଜଗତର ପ୍ରଖ୍ୟାତ ଅଭିନେତା କେଦାର ଖନାଙ୍କ ପରଲୋକ

Spread the love

ବଲିଉଡ ଜଗତର ପ୍ରଖ୍ୟାତ ଅଭିନେତା କାଦର ଖାନଙ୍କ ଦେହାନ୍ତ । କାନାଡର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେଦାର ଖାନଙ୍କୁ ନିମୋନିଆ ହୋଇଥିବା ଜାଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାଦର ଖାନ ନିଶ୍ବାସ ପ୍ରଶ୍ବାସରେ ନେବାରେ କଷ୍ଟ ଅନୁଭବ କରୁଥିବାରୁ ଭେଣ୍ଟିଲେଟର ରଖାଯାଇଥିଲା ତଥାପି ଜୀବନର ଶେଷ ଯୁଦ୍ଧରେ ହରି ଯାଇଥିଲେ । ୮୧ ବର୍ଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନରୁ କାଦର ପ୍ରୋଗ୍ରେସିଭ ସୁପ୍ରାନ୍ୟୁକ୍ଲିୟର ରୋଗରେ ପୀଡିତ ଥିଲେ । ଯଦ୍ୱାରାରେ ସେ ଖାଦ୍ୟପାନୀୟ ଖାଇବା ମଧ୍ୟ କଷ୍ଟ ଅନୁଭବ କରୁଥିଲେ ଏବଂ କଥାବାର୍ତ୍ତା ହେବ ଓ ଦେଖିବା ମଧ୍ୟ ତାଙ୍କ ପକ୍ଷେ କଷ୍ଟ କର ହୋଇଯାଇଥିଲେ ।

କେଦାର ଖାନା କେବଳ ଜଳେ ହାସ୍ୟ କଳାକାର ନ ଥିଲେ, ବାସ୍ତବ ଜୀବନରେ ମଧ୍ୟ ସେ ଦର୍ଶକଙ୍କୁ ନିଜ ହସ୍ୟାତ୍ମକ ମଜା କଥାରେ ଲୋକଙ୍କୁ ହସୁଥିଲେ । ୧୯୭୩ ମସିହାରେ କାଦର ଖାନ ପ୍ରଥମ କରି ଚଳଚିତ୍ର ଜଗତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଦାଗ’ ଥିଲା ତାଙ୍କ ପ୍ରଥମ ଫିଲ୍ମ । ପ୍ରାୟ ୩୦୦ଟି ଫିଲ୍ମରେ ନିଜ ଅଭିନୟ ଦ୍ବାରା ଦର୍ଶକଙ୍କ ହୃଦୟକୁ ଜିଣି ପାରିଛନ୍ତି ଏଥିମଧ୍ୟରୁ ମାତ୍ର 33ଟି ଫିଲ୍ମ ହିଁ ଫ୍ଲାବ ହୋଇଛି ।

କେବଳ ଅଭିନୟ ନୁହେଁ, କେବାର ଖାନା ଡାଇଲଗ ମଧ୍ୟ ଲେଖୁଥିଲେ । ସେ ପ୍ରାୟ ୨୫୦ଟି ଫିଲ୍ମର ଡାଇଲଗ ମଧ୍ୟ ଲେଖିଛନ୍ତି । ଅଭିନେତା ହେବା ପ୍ରୂ୍ବରୁ ସେ ରଣଧୀର କପୁର-ଜୟା ବଚ୍ଚନଙ୍କ ଫିଲ୍ମ ‘ଜୱାନୀ-ଦିୱାନୀ’ର ଡାଇଲଗ ଲେଖିଥିଲେ । ସେହି ଫିଲ୍ମ ଗୁଡିକ ମଧ୍ୟରେ ଗଙ୍ଗା ଯମୁନା ସରସ୍ବତୀ, କୁଲି, ଦେଶପ୍ରେମୀ, ସୁହାଗ, ପରଓ୍ବରିଶ, ଅମର ଆକବର ଆନ୍ଥୋନୀ, ଜ୍ବାଳାମୁଖୀ, ଶରାବୀ, ଲାୱାରିସ ଓ ମୁକ୍କଦର କା ସିକନ୍ଦର ଆଦି ଅନ୍ୟତମ ।