ମହାଭାରତରେ କୁହାଯାଇଛି କେବେ ହେଲେ ଏହି ୪ ଟି କାମ କରନ୍ତୁ ନାହିଁ, ହୋଇଯିବ ଅପମୃତ୍ୟୁ

Spread the love

ଯେପରିକି ଆପଣ ଜାଣିଛନ୍ତି ଆଜିର ସମୟରେ ଯେପରି ବଢି ବଢି ଚାଲିଛି ଵିଜ୍ଞାନ ମଧ୍ୟ ସେହି ଅନୁସାରେ ଉନ୍ନତି କରି କରି ଚାଲିଛି ବିଜ୍ଞାନ ଦ୍ୱାରା ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରୁଛି ।ବିଜ୍ଞାନ ଦ୍ୱାରା ଆମର ଅନେକ କାର୍ଯ୍ୟ ସହଜ ହେଉଛି କିନ୍ତୁ ଧାର୍ମିକ ଗ୍ରନ୍ଥରେ ମଧ୍ୟ ଆମ ଜୀବନ ପାଇଁ ନୂତନ ଦିଗନ୍ତ ଆଣିଛି । ଧର୍ମ ଶାସ୍ତ୍ର ଅନୁସାରେ କେଉଁ କାର୍ଯ୍ୟ କଲେ କେଉଁ ଆୟ ରହିଥାଏ ଏହାର ମଧ୍ୟ ଅକଳନା ମଧ୍ୟ କରାଯାଇଥାଏ ଏବଂ କାର୍ଯ୍ୟ ଅନୁସାରେ ଲୋକେ ଶହେରୁ ମଧ୍ୟ ଅଧିକ ବର୍ଷ ବଞ୍ଚିଥାନ୍ତି । ମହାଭାରତ ଗ୍ରନ୍ଥ ହିନ୍ଦୁ ଧର୍ମରେ ଏପରି ଏକ ଗ୍ରନ୍ଥ ଯାହା ଅନୁଶେଷଣ ପର୍ଵ ଗତିବିଧି ସାମିଲ ରହିଛି । ସେଥିରେ ଏହା ଉଲ୍ଲେଖ ରହିଛିକି ଜଣେ ବ୍ୟକ୍ତିର ଆୟୁ କେଉଁ କାରଣରୁ କମିଥାଏ । କେଉଁ କାରଣରୁ ବଢ଼ିଥାଏ । ବିଶେଷ ଭାବ ଉଲ୍ଲେଖ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେହି ୪ ଟି କାମ ଯାହାକୁ କରିବା ଦ୍ୱାରା ହୋଇଥାଏ ଅପମୃତ୍ୟୁ :-

୧. ଅଭିମାନ ଓ ଅଧିକ କଥା କହୁଥିବା ବ୍ୟକ୍ତି

ଅଭିମାନ ଓ ଅଧିକ କଥା କହୁଥିବା ବ୍ୟକ୍ତି ନିଜ ପଦବୀର ଅହଂକାର ନିଜ ପ୍ରଶଂସା ଶୁଣୁଥିବା ବ୍ୟକ୍ତି ବଳବାନ, ବୁଦ୍ଧିମାନ, ତ୍ୟାଗୀ ଓ ମହାତ୍ମା ବୋଲି ନିଜକୁ ଅଭିମାନ କରୁଥିବା ବ୍ୟକ୍ତି ସର୍ବଦା ନିଜକୁ ଶ୍ରେଷ୍ଠ ବୋଲି ଭାବୁଥାନ୍ତି ଆଉ ଏହି ଅଭିମାନର ଜଣେ ବ୍ୟକ୍ତି ଏକ ଶ୍ରେଷ୍ଠ ବ୍ୟକ୍ତିକୁ ମଧ୍ୟ ହୀନ ଆଡରେ ଦେଖିଥାଏ । ଏପରି କିଛି ବ୍ୟକ୍ତି ଯେଉଁମାନେ ସତ୍ୟର ପାଳନ କରନ୍ତି ନାହିଁ ଏବଂ ଖରାପ ବାଣୀର ମଧ୍ୟ ବ୍ୟବହାର କରିଥାନ୍ତି ଏପରି ବ୍ୟକ୍ତିଙ୍କର ଆୟୁ ମଧ୍ୟ କମିଥାଏ ।

୨. କ୍ରୋଧ ଓ ତ୍ୟାଗର ଅଭାଵ

ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ହେଉଛି ମନୁଷ୍ୟର କ୍ରୋଧ ଜଣେ ମନୁଷ୍ୟ ଅଧିକ କ୍ରୋଧ କରିବା ଓ ମନରେ ଯଦି ତ୍ୟାଗ ଭଵନା ଆସିନଥାଏ । ତେବେ ସେହି ବ୍ୟକ୍ତିଙ୍କର ପତନ ନିଶ୍ଚିତ ଅଟେ ।

୩. ସ୍ଵର୍ଥୀ ଓ ମିତ୍ରଦ୍ରୋହୀ

ସ୍ୱାର୍ଥ ଅର୍ଥାତ ଲୋଭ ହିଁ ଅଧର୍ମର ମୂଳ ଅଟେ । ସ୍ୱାର୍ଥରୁ ମନୁଷ୍ୟ ବଡ ବଡ ପାପ କରିବା ଆରମ୍ଭ କରିଥାଏ । ମିତ୍ରଦ୍ରୋହୀ ପୁରୁଷଙ୍କ ଅଧରି ମଧ୍ୟ କୁହାଯାଇଥାଏ ଏବଂ ଯେଉଁମାନେ ମିତ୍ରଙ୍କ ସହ ଧୋକା ଦେବା ଭଳି କାର୍ଯ୍ୟ କରିଥାନ୍ତି ସେମାନେ ସବୁଠାରୁ ଅଧିକ ପାପର ଭାଗିଦାରୀ ହୋଇଥାନ୍ତି ।

୪. ଧର୍ମର ଉଲଙ୍ଘନ କରିବା

ମହାଭାରତ ଅନୁସାରେ ଯେଉଁ ଲୋକ ଧର୍ମର ଉଲଂଘନ କରିଥାଏ କିମ୍ୱା ଧର୍ମରୁ ବାହାରି କିଛି କାର୍ଯ୍ୟ ମଧ୍ୟ କରିଥାନ୍ତି ଏପରି ଲୋକଙ୍କର ଆୟୁ ମଧ୍ୟ କମିଥାଏ ।