କେବଳ ହାର୍ଟ ଅଟାକରେ ନୁହେଁ, ଏହି ୫ଟି ରୋଗର କାରଣରୁ ମଧ୍ୟ ହୋଇଥାଏ ଛାତିରେ ଯନ୍ତ୍ରଣା ।

Spread the love

ଛାତି ରେ ଯନ୍ତ୍ରଣା ହେଲେ ଲୋକମାନେ ସବୁବେଳେ ଏହାକୁ ହାର୍ଟ ଅଟାକ୍ ବୋଲି ଭାବନ୍ତି, କିନ୍ତୁ ଏହା ହାର୍ଟ ଅଟାକ୍ ନୁହେଁ । ଛାତିରେ ଯନ୍ତ୍ରଣା ଅନ୍ୟ କାରଣରୁ ବି ହୋଇଥାଏ । ତେଣୁ ଯଦି କୌଣସି ବ୍ୟକ୍ତିଙ୍କୁ ଅଚାନକ ଛାତିରେ ଯନ୍ତ୍ରଣା ହୋଇଥାଏ ତ ଭୟଭୀତ ନ ହୋଇ ତୁରନ୍ତୁ ଡାକ୍ତରଙ୍କୁ ଦେଖାନ୍ତୁ । ଫୁସଫୁସର କୋଶାଝିଲ୍ଲୀରେ ପ୍ରସାରଣରେ, ଏସୋଫେଗୁସ, ମାଂସପେଶୀରେ କିଛି ଅସୁବିଧା ହେଇଥିଲେ ମଧ୍ୟ ହାର୍ଟରେ ଯନ୍ତ୍ରଣା ଅନୁଭୂତ ହୋଇପାରେ ।

୧- ଫୁସଫୁସର କୋଷଝିଲ୍ଲୀରେ ଫୁଲବା :

ଛାତିରେ ଯନ୍ତ୍ରଣା ଛାତି ଭିତରେ ଥିବା ପଞ୍ଜରା ହାଡ଼ ବା ମାଂସପେଶୀରେ ଫୁଲିବା ଦ୍ୱାରା ମଧ୍ୟ ହୋଇଥାଏ । ପଞ୍ଜରାର କାନ୍ଥରେ ଉପର ଭାଗରେ ଥିବା ଝିଲ୍ଲୀ ଫୁଲିଯିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେଲେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣାକୁ ମେଡିକାଲ ଭାଷାରେ Pelurites କୁହାଯାଏ । ଏହାର କାରଣ ବ୍ୟକ୍ତି ଟିବି ଓ ନିମୋନିଆର ପରି ଭୟାନକ ରୋଗର ଇନଫେକ୍-ସନ୍ ର ଶିକାର ହୋଇଥାଏ, ଏହିପରି ସ୍ଥିତିରେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେବା ନିହାରୀ ଜରୁରୀ ଅଟେ ।

୨- ହୃଦୟରେ ଦୁଇ ପାଖରେ ଥିବା ଥଳୀ ଫୁଲିଯିବା :

ହୃଦୟର ଦୁଇ ପାଖରେ ଥିବା ଥଳିରେ ଫୁଲିବା ବା ସ୍ପିତ୍ତ ହେବା ସମସ୍ୟା କୁ pericardities କୁହାଯାଏ । ଏହିପରି କଷ୍ଟ Enjyna କାରଣ ଯୋଗୁଁ ହୃଦ ରୋଗ ସମୟରେ ଯନ୍ତ୍ରଣାର ଅନୁଭୂତ ହୋଇଥାଏ । ଏହା ବେଳେବେଳେ ବେକ ଓ କାନ୍ଧର ମାଂସପେଶୀରେ ହେଉଥିବା ଯନ୍ତ୍ରଣା କାରଣରୁ ହୋଇଥାଏ । ବେଳେବେଳେ ଶ୍ୱାସ ନେବା ସମୟରେ ବା ଖାଇବା ସମୟରେ ବା ପିଠି ଦେଇ ଶୋଇବା ଦ୍ୱାରା ଯନ୍ତ୍ରଣା ଅସହ୍ୟ ହୋଇଥାଏ ।

୩- ଅମ୍ଳଜାନ ର ଅଭାଵ :

ହୃଦୟର ଶିରାଗୁଡିକ ଯେତେବେଳେ ବନ୍ଦ ହୋଇଯାଏ ବା ବ୍ଲୋକ୍ ହୋଇଗଲେ, ହୃଦୟର ମାଂସପେଶୀରେ ରକ୍ତ ପ୍ରବାହ ଓ ଅମ୍ଳଜାନ କମ ହୋଇଯାଇଥାଏ । ଏହି କାରଣରୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । କିନ୍ତୁ ହୃଦୟକୁ କୌଣସି ପ୍ରକାରର ହାନୀ ନ ଥାଏ । Enjyna ଦ୍ୱାରା ହୋଇଥିବା ଛାତିରେ କଷ୍ଟ କାନ୍ଧ , ହାତ, ଓ ଜବଡା ପର୍ଯ୍ୟନ୍ତ ଯାଇଥାଏ। Enjyna ରୁ ହୋଉଥିବା କଷ୍ଟ ଭାବନା , ଉତ୍ସାହ, ବ୍ୟାୟାମ ଯୋଗୁଁ ହୋଇଥାଏ। ଓ ଆରାମ କରିବା dwara କଷ୍ଟ ଦୂର ମଧ୍ୟ ହୋଇଥାଏ।

୪- ପେଟର ଗ୍ୟାସ

ପେଟରେ ଗ୍ୟାସ ହେବା ଯୋଗୁ ବା କୌଣସି ବି ପେଟ ରୋଗ କାରଣରୁ ଛାତିରେ ଯନ୍ତ୍ରଣା ହୋଇପାରେ । ଅନ୍ତ୍ର ଘା ଓ ଗ୍ୟାଷ୍ଟିକ (Ulcers and gastric) ଏହି ସମସ୍ୟାରୁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ । ଯେବେ ପିତ୍ତକୋଷରେ ଗ୍ୟାସ ହୋଇଥାଏ ଓ ସେହି ପିତ୍ତକୋଷ ଛାତି ଆଡକୁ ଯାଇଥାଏ, ତେବେ ବି ଛାତିରେ କଷ୍ଟ ଯନ୍ତ୍ରଣା ହୋଇଥାଏ ଓ ଛାତିରେ ଜ୍ବଳନ ବି ଥାଏ ଓ ଯେତେବେଳେ ଆମେ ଶୋଇବା ସେହି ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ ।

୫- ଏସୋଫେଗସ ର ସମସ୍ୟା

ଏହାକୁ ଗ୍ରାସନଳୀ ବୋଲି କୁହାଯାଏ । ଏହା ସେହି ନଳୀ ଯାହା ପାଟିରୁ ପେଟ ପର୍ଯ୍ୟନ୍ତ ଯାଇଥାଏ, ଯାହାଦ୍ୱାରା ଆହାର ପେଟରେ ପହଂଚି ଥାଏ । ଏହା ଯେଉଁଠାରେ ପେଟ ସହ ଯୋଡିତ ହୋଇଥାଏ ସେଠାରେ ଏହାର ଆକାର ଏକ ଅଲଗା ପ୍ରକାରର କୋଶିକିୟ ପ୍ରଣାଳୀରେ ହୋଇଥାଏ । ଏହି ସମସ୍ୟା ହେଲା ବ୍ୟକ୍ତିଙ୍କୁ ଖାଇବା ପିଇବା ଜିନିଷକୁ ଗିଳିବା ଓ ପେଟ ଭରିବା ମଧ୍ୟ କଷ୍ଟ ହୋଇଥାଏ । ବେଳେବେଳେ ଏହାର ଲକ୍ଷଣଗୁଡିକ ହାର୍ଟ ଅଟାକ ବା ଏସିଡ ରିଫ୍ଲେକ୍ସ ରୋଗର ଲକ୍ଷଣ ସହ ପ୍ରାୟ ସମାନ ହୋଇଥାଏ, ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗକୁ ଚିତ୍କିସା କରିବା କଷ୍ଟସାଧ୍ୟ ହୋଇଥାଏ ଓ ବେଳେବେଳେ ଡାକ୍ତର ମଧ୍ୟ ଭୁଲ ଚିକିତ୍ସା କରିଦେଇଥାନ୍ତି ।