ଶନିଦେବ, କେବଳ ଏହି ଗୋଟିଏ ଉପାୟ ଦ୍ଵାରା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇଥାଏ । ଜାଣନ୍ତୁ :

Spread the love

ଏହି ଦୁନିଆରେ ସମସ୍ତ ଖେଳ ଭାଗ୍ୟର ହିଁ ହୋଇଥାଏ । ଯଦି ଆପଣଙ୍କ ଭାଗ୍ୟ ଭଲ ଥାଏ, ତେବେ ଆପଣଙ୍କ ସମସ୍ତ ବିଗିଡି ଯାଇଥିବା କାମ ସୁଧୁରି ଯାଇଥାଏ । କିନ୍ତୁ ଯଦି ଭାଗ୍ୟ ଖରାପ ଥାଏ, ତେବେ ହେଉଥିବା କାମ ମଧ୍ୟ ବିଗିଡି ଯାଇଥାଏ । ଆପଣ କେତେ ମଧ୍ୟ ବୁଦ୍ଧିବନ୍ତ ହୋଇଥାନ୍ତୁ ଅଥବା ଆପଣ କେତେ କଷ୍ଟ କରି ନିଅନ୍ତୁ କିନ୍ତୁ ଯଦି ଆପଣଙ୍କ ଭାଗ୍ୟ ଧୋକା ଦେଇଦେଇଥାଏ; ତେବେ ସମସ୍ତ କାର୍ଯ୍ୟ ବନ୍ଦ ହୋଇ ରହିଯାଇଥାଏ । ସେଥିପାଇଁ ଜୀବନରେ ଭାଗ୍ୟର ସାହାର୍ଯ୍ୟ ଅବଶ୍ୟ ଆବଶ୍ୟକ । ସୁଖ ଏବଂ ଦୁଃଖ ଦୁଇଟି ଏମିତି ଜିନିଷ ଅଟେ, ଯାହା ଜୀବନରେ ଆସିଥାଏ ଏବଂ ଚାଲି ଯାଇଥାଏ । ଯଦିଓ ଆପଣଙ୍କ ଜୀବନରେ ଦୁଃଖ ଯିବାର ନାମ ନେଉନାହିଁ; ତେବେ ହୁଏତ ଆପଣଙ୍କ ଭାଗ୍ୟ ଖରାପ ଚାଲୁଛି । ଏମିତିରେ ଏହି ଦୁଃଖର ନିବାରଣ ପାଇଁ ଆମେ ଭଗବାନଙ୍କ ସରଣଙ୍କୁ ଯାଇପାରିବା ।

ଯେତେବେଳେ ଭଗବାନଙ୍କ କଥା ଆସେ, ତେବେ ଶନି ଦେବଙ୍କ ଉପାୟ ସବୁଠାରୁ ଶୀଘ୍ର କାମ କରିଥାଏ । ଶନିଦେବ ସବୁଠାରୁ ଅଧିକ ଶକ୍ତିଶାଳୀ ଦେବତା ଭାବେ ପରିଚିତ ଅଟନ୍ତି । ସେ ଯଦି ଚାହିଁବେ; ତେବେ ବ୍ୟକ୍ତିର ଦୁଃଖକୁ କ୍ଷଣିକେ ମଧ୍ୟରେ ଦୂର କରିପାରିବେ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣକୁ ଶନିଦେବଙ୍କ ଏଭଳି ଏକ ଖାସ୍ ଉପାୟ ଜଣାଇବାକୁ ଯାଉଛୁ; ଯାହାକି ଥରେ ଆପଣାଇବା ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ । ଏହି ଉପାୟକୁ ଆପଣଙ୍କୁ ଶନିବାର ଦିନ କରିବାକୁ ହେବ । ଯେମିତି କି ଆପଣମାନେ ଜାଣିଥିବେ ଶନିବାର ଦିନଟି ଶନିଶ୍ଚରଙ୍କୁ ସମର୍ପିତ ହୋଇଥାଏ । ଏହିପରି କରିବା ଦ୍ୱାର ଶନିଦେବ ଆପଣଙ୍କ କଥା ଖୁବ୍ ଶୀଘ୍ର ଶୁଣିଥାନ୍ତି । ତେବେ ଚାଲନ୍ତୁ ବିନା କୌଣସି ବିଳମ୍ବରେ ଏହି ଉପାୟ ବିଷୟରେ ଜାଣିବା ।

ଏହି ଉପାୟକୁ କରିବା ପାଇଁ ଆପଣ ସର୍ବପ୍ରଥମେ ଶନିବାର ଦିନ ସକାଳୁ ଶୀଘ୍ର ଉଠିକରି ସ୍ନାନ କରିନିଅନ୍ତୁ । ଏହାପରେ ଏକ ଆମ୍ବ ପତ୍ର, ଗୋଟିଏ କଦଳୀ ପତ୍ର ଏବଂ ଏକ ଉସ୍ତ ପତ୍ର ନିଅନ୍ତୁ । ଏହି ତିନୋଟି ପତ୍ରକୁ ଶନିଦେବଙ୍କ ଆଗରେ ବିଛାଇ ଦିଅନ୍ତୁ । ବର୍ତ୍ତମାନ ଉସ୍ତ ପତ୍ର ଉପରେ ଏକ ଦ୍ଵୀପ ଜଳାନ୍ତୁ, କଦଳୀ ପତ୍ର ଉପରେ କଳା ରାଶି ରଖନ୍ତୁ ଏବଂ ଆମ୍ବ ପତ୍ର ଉପରେ ଏକ ରଙ୍ଗ ପୂଜା ସୂତା ରଖି ଦିଅନ୍ତୁ । ଏହାପରେ ଏକ ଥାଳିରେ ତେଲର ଦୀପ ଏବଂ କର୍ପୁରକୁ ଜଳାଇ ଶନିଦେବଙ୍କ ଆଳତି କରନ୍ତୁ । ଯେତେବେଳେ ଆଳତି ଶେଷ ହୋଇଯିବ, ତେବେ ଏହାକୁ ସର୍ବପ୍ରଥମେ ଶନିଦେବଙ୍କୁ ଦିଅନ୍ତୁ । ଏହାପରେ ତିନୋଟି ପତ୍ର ଉପରେ ରଖା ଯାଇଥିବା ଜିନିଷକୁ ଦିଅନ୍ତୁ । ଶେଷରେ ଏହାକୁ ଆପଣ ନିଜେ ନିଅନ୍ତୁ ।

ବର୍ତ୍ତମାନ ଶନିଦେବଙ୍କୁ ନିଜର ସମସ୍ୟା ଜଣାନ୍ତୁ ଏବଂ ତାଙ୍କ ଆଗରେ ମଥା ନୁଆଁନ୍ତୁ । ଏହାପରେ ଉସ୍ତ ପତ୍ର ଉପରେ ରଖାଯାଇଥିବା ତେଲର ଦୀପକୁ ସେତେବେଳେ ପର୍ଯ୍ୟନ୍ତ ଜଳିବାକୁ ଦିଅନ୍ତୁ; ଯେତେବେଳେ ପର୍ଯ୍ୟନ୍ତ ସେ ସ୍ଵୟଂ ଲିଭି ନ ଯାଉଛି । ସେଠାରେ ଉସ୍ତ ପତ୍ର ଉପରେ ରଖା ଯାଇଥିବା କଳା ରାଶିକୁ ଶନି ମନ୍ଦିରରେ ଦାନ କରିଦିଅନ୍ତୁ । ଏହାପରେ ଆମ୍ବ ପତ୍ର ଉପରେ ରଖା ଯାଇଥିବା ରଙ୍ଗ ସୂତା, ତାହାକୁ ନିଜର ହାତରେ ବାନ୍ଧି ନିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଭାଗ୍ୟ ପ୍ରବଳ ହେବ ଏବଂ ଶତ୍ରୁଙ୍କ ଖରାପ ନଜର ମଧ୍ୟ ଆପଣଙ୍କୁ ଲାଗିନଥାଏ । ସମସ୍ତ ପତ୍ରକୁ ବୋହି ଯାଉଥିବା ନଦୀରେ ପକାଇ ଦିଅନ୍ତୁ ଅଥବା ମାଟି ତଳେ ପୋତି ଦିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟର ଅନ୍ତ ହେବ ଏବଂ ସୌଭାଗ୍ୟର ଆରମ୍ଭ ହେବ ।

ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଖବର ପସନ୍ଦ ଆସିଲା, ତେବେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିବାକୁ ଭୁଲନ୍ତୁ ନାହିଁ ଯାହାଦ୍ଵାରା କି ସେ ମଧ୍ୟ ଏହାର ଭରପୁର ଲାଭ ଉଠାଇ ପାରିବେ ।