କେବଳ ୩ ଟଙ୍କା ଖର୍ଚ୍ଚ କରି ଏକ ମାସ ପର୍ଯ୍ୟନ୍ତ ମଶାମାନଙ୍କଠାରୁ ମୁକ୍ତି !!

Spread the love

ମାତ୍ର ୩ ଟଙ୍କା ଖର୍ଚ୍ଚ କରି ଏକ ତରଳ ପଦାର୍ଥ ପ୍ରସ୍ତୁତ କରି ଏକ ମାସ ପର୍ଯ୍ୟନ୍ତ ମଶା ମାନଙ୍କଠାରୁ ମୁକ୍ତି ମିଳିଥାଏ ।

ଆମେ ସମସ୍ତେ ଜାଣୁ ମ୍ୟାଲେରିଆ ହେବାର ସବୁଠାରୁ ମୁଖ୍ୟ କାରଣ ହେଉଛି ମଶା । ଯଦି ଠିକ୍ ସମୟରେ କିଛି ଉପାୟ ନ କରିବା ତେବେ ମ୍ୟାଲେରିଆ ଯୋଗୁଁ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ବଢ଼ିଯାଇ ଥାଏ । ଦିନକୁ ଦିନ ମାଶାଙ୍କ ଦ୍ୱାରା ମାରାତ୍ମକ ରୋଗଗୁଡିକ (ଡେଙ୍ଗୁ, ଚିକେନଗୁନିଆ, ମ୍ୟାଲେରିଆ) ବ୍ୟାପିବାରେ ଲାଗୁଛି । କାରଣ ଅଧିକାଂଶ ଲୋକମାନେ ଏଥିପ୍ରତି ଅଣଦେଖା କରୁଛନ୍ତି ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଉ ନାହାନ୍ତି ଯାହା ଯୋଗୁଁ ଅନେକ ସମୟରେ ଏହିପରି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ମଶା ମାନଙ୍କଠାରୁ ସୁରକ୍ଷାରେ ରହିବା ପାଇଁ ମଶାରି ଭଲ ଅଟେ କିନ୍ତୁ ତାହା ସହ ଏହି ତରଳ ପଦାର୍ଥ ମଧ୍ୟ ରହିବା ଆବଶ୍ୟକ । କାରଣ ଯେତେବେଳେ ଘରେ କେହି ବଡ଼ ଲୋକ ନ ଥିବେ ତେବେ ଛୋଟ ପିଲାମାନେ ଏହାକୁ ସହଜରେ ବ୍ୟବହାର କରି ପାରିବେ ।

ମଶାମାନଙ୍କ ପାଇଁ ଆପଣ ଯେଉଁ Refill (ମାଶାକୁ ମାରିବା ନିମନ୍ତେ ବ୍ୟବହାର କରାଯାଉଥିବା ତୈଳ ପଦାର୍ଥ) ବ୍ୟବହାର କରୁଛନ୍ତି, ସେଥିରେ ଥିବା ତରଳ ପଦାର୍ଥ ଆପଣ କେବଳ ୩ ଟଙ୍କାରେ ପ୍ରସ୍ତୁତ କରିପାରିବେ ।

Refillର ତରଳ ପଦାର୍ଥ ପ୍ରସ୍ତୁତ କରିବାର ପ୍ରକ୍ରିୟା –

ମାଶାକୁ ମାରିବା ନିମନ୍ତେ ବ୍ୟବହାର କରାଯାଉଥିବା ତୈଳ ପଦାର୍ଥ ପ୍ରସ୍ତୁତ କରିବା ପାଇଁ କେବଳ କର୍ପୁର ଓ ତାରପିନର ଆବଶ୍ୟକ ହୋଇଥାଏ । ଏହି ଦୁଇଟି ଜିନିଷର ଦାମ ମଧ୍ୟ ବହୁତ କମ ଅଟେ । କର୍ପୁରକୁ କୌଣସି ଦୋକାନରେ କିଣି ପାରିବେ ଓ ତାରପିନ ତେଲକୁ ହାର୍ଡୱେଅର୍ ଦୋକାନରେ ସହଜରେ ପାଇପାରିବେ ।

ଏକ ଲିଟର ତାରପିନ ତେଲରେ ଗୋଟିଏ ପ୍ୟାକେଟ କର୍ପୁର ମିଶାନ୍ତୁ ଏହି ତରଳ ପଦାର୍ଥ ୨ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ କାମରେ ଆସିଥାଏ ।

ଛୋଟ-ଛୋଟ ପଦକ୍ଷେପ ଓ ଛୋଟ-ଛୋଟ ପରିବର୍ତ୍ତନ ପ୍ରତ୍ୟେକ ମଣିଷ ଜୀବନରେ ନିହାତି ଆବଶ୍ୟକ ହୋଇଥାଏ । କାରଣ ଦେହ ଅସୁସ୍ଥ ହେବାର ଆରମ୍ଭ ମଧ୍ୟ ନିଜର ଛୋଟ ଭୁଲ୍ ଯୋଗୁଁ ହୋଇଥାଏ । ତେଣୁ ସବୁବେଳେ ସତର୍କରେ ରୁହନ୍ତୁ ଓ ସୁରକ୍ଷିତ ରେ ରୁହନ୍ତୁ ।