ଏହି ଅଭିନେତାଙ୍କ ଠାରେ ହୃଦୟ ଭାଙ୍ଗି ଗଲାପରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ କ୍ୟାଟ୍ରିନା କୈଫ, ପରେ

Spread the love

ଏହି ଅଭିନେତାଙ୍କ ଠାରେ ହୃଦୟ ଭାଙ୍ଗି ଗଲାପରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ କ୍ୟାଟ୍ରିନା କୈଫ, ପରେ ଏହି କାମ କରି ନିଜକୁ ସମ୍ଭାଳି ଥିଲେ । କ୍ୟାଟ୍ରିନା କୈଫଙ୍କ ଠାରୁ ଶିଖନ୍ତୁ ଅଲଗା ହେଲାପରେ କିପରି ମାନସିକ ଦୁଶ୍ଚିନ୍ତାରୁ ବାହାରିବେ ।

ଯେତେବେଳେ କାହାର ହୃଦୟ ଭାଙ୍ଗି ଯାଏ; ତେବେ ତାକୁ ବହୁତ ଦୁଃଖ ହୁଏ । ଅଲଗା ହେଲା ପରେ କିଛି ଲୋକ ଏହାକୁ ଭୁଲି ଯାଅନ୍ତି ଏବଂ ଆଗକୁ ବଢନ୍ତି କିନ୍ତୁ ସମସ୍ତଙ୍କ ପାଇଁ ଏପରି କରିବା ସମ୍ଭବ ହୋଇ ନଥାଏ । ଏମିତି ବହୁତ ଲୋକ ଅଛନ୍ତି; ଯେଉଁମାନେ ନିଜ ପୂର୍ବ ପ୍ରେମିକ ବା ପ୍ରେମିକାକୁ ଭୂଲି ପାରନ୍ତି ନାହିଁ । ଏହି କାରଣରୁ ସେମାନେ ମାନସିକ ଦୁଶ୍ଚିନ୍ତାର ଶିକାର ହୁଅନ୍ତି ଏବଂ ତାଙ୍କ ଜୀବନର ସ୍ତର ଖରାପ ହୋଇଯାଏ । ଏମିତି ହିଁ କିଛି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସହିତ ହୋଇଥିଲା । ଟିକେ ଭାବନ୍ତୁ କ୍ୟାଟ୍ରିନା ଭଳି ସୁନ୍ଦର, ଧନୀ ଓ ଲୋକପ୍ରିୟ ଝିଅ ମଧ୍ୟ ହୃଦୟ ଭାଙ୍ଗି ଯିବାପରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ । ଏହି କଥା ସେ ନିଜେ ଫିଲ୍ମଫେର୍ ଇଣ୍ଟରଭ୍ୟୁରେ ସ୍ଵୀକାର କରିଛନ୍ତି । ଏହି ଇଣ୍ଟରଭ୍ୟୁରେ ସେ କହିଥିଲେ, ଅଲଗା ହେଲାପରେ କିପରି ମାନସିକ ଦୁଶ୍ଚିନ୍ତାକୁ ଦୁରେଇବେ । କ୍ୟାଟ୍ରିନାଙ୍କ ଏହି ଟିପ୍ସ ଆପଣଙ୍କ ମଧ୍ୟ କାମରେ ଆସି ପାରେ ।

ପ୍ରକୃତରେ କ୍ୟାଟ୍ରିନା ଯେତେବେଳେ, ରଣବୀରଙ୍କ ଠାରୁ ଅଲଗା ହେଲେ ତା’ପରେ ସେ ବହୁତ ଦୁଃଖିତ ହୋଇଗଲେ । ଏମିତି ପରିସ୍ଥିତିରେ ସେ ମାନସିକ ଦୁଶ୍ଚିନ୍ତାରୁ ବାହାରିବା ପାଇଁ ପୁସ୍ତକର ସାହାରା ନେଲେ । ସେ ନିଜ ବହିକୁ ଏକୁଟିଆର ସହଯୋଗୀ କଲେ । କ୍ୟାଟ୍ରିନା ଯେପରି ଭଲ ବହି ପଢ଼ି ପଢ଼ି ଗଲେ, ସେହିପରି ତାଙ୍କର ମାନସିକ ଦୁଶ୍ଚିନ୍ତା କମି କମି ଗଲା ।

ତାଙ୍କୁ ଏହି ବହିରୁ ପ୍ରେରଣା ମଧ୍ୟ ମିଳିଛି । ଏହି ବହି ତାଙ୍କୁ ଆଶାର ଏକ ନୂଆ କିରଣ ଦେଖେଇ ଥିଲା । କହିବାର ଅର୍ଥ ଏହା ଯେ, ଯଦି ଆପଣ ନିଜକୁ ଏକା କିମ୍ବା ଦୁଃଖିତ ଅନୁଭବ କରୁଛନ୍ତି; ତେବେ କିଛି ନୂଆ ଅଭ୍ୟାସ ଆରମ୍ଭ କରନ୍ତୁ । ଆପଣ ଯଦି ଚାହିଁବେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଇପାରିବେ । ଯେତେବେଳେ ଆପଣ ନିଜକୁ କିଛି କାର୍ଯ୍ୟରେ ବ୍ୟସ୍ତ ରଖିବେ; ତେବେ ମାନସିକ ଦୁଶ୍ଚିନ୍ତା ଆପେ ଆପେ ଦୁରେଇ ଯିବ ।

କ୍ୟାଟ୍ରିନ ଆଉ ଏକ କୌତୁହଳ କଥା କହିଛନ୍ତି ଯେ, ରଣବୀର ଏବଂ ସଲମାନ ଏମାନଙ୍କ ଠାରୁ ବ୍ରକ୍-ଅପ୍ ହେଲା ପରେ ମଧ୍ୟ ସେ ସେମାନଙ୍କ ସହିତ ଏକ ଭଲ ବନ୍ଧୁ ସମ୍ପର୍କ ରଖିଛନ୍ତି । ନିଜ ବୁଦ୍ଧି ପରିଚୟ ଦେଇ କ୍ୟାଟ୍ରିନା କହିଛନ୍ତି; ଆପଣ ପ୍ରଥମରୁ ଯେଉଁ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ସେମାନଙ୍କୁ ସମ୍ମାନ ଦେବା ଉଚିତ । ଯଦି ଆପଣ ସେମାନଙ୍କ ପ୍ରତି ମନରେ କିଛି ଖରାପ ବିଚାର ରଖିବେ କିମ୍ବା ତାଙ୍କ ସହ କଥାବାର୍ତ୍ତା ହେବେ ନାହିଁ; ତେବେ ଆପଣ ସେମାନଙ୍କୁ ଭୂଲି ମଧ୍ୟ ପାରିବେ ନାହିଁ । ଏହା ପରିବର୍ତ୍ତେ ଯଦି ଆପଣ ଏହି ଅଲଗା ହେବା କଥାକୁ ସ୍ଵୀକାର କରି ସମ୍ମୁଖ ବ୍ୟକ୍ତିର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି; ତେବେ ଆପଣ ଏହି ମାନସିକ ଦୁଶ୍ଚିନ୍ତାରୁ ବାହାରିବା ବହୁତ ସହଜ ହେବ ।

କ୍ୟାଟ୍ରିନା କହିଛନ୍ତି ଯେ, ଏମିତି ପରିସ୍ଥିତିରେ ଆପଣ ନିଜକୁ ନିଜେ ଭଲ ପାଇବାର ଅଛି । ଏହି ଅଲଗା ହେବାର କାରଣରେ ନିଜ ଜୀବନକୁ ବର୍ବାଦ କରିବାର କିଛି ଆବଶ୍ୟକ ନାହିଁ । ଜୀବନରେ ଆପଣଙ୍କୁ ଆହୁରି ଅନେକ ମଉକା ମିଳିବ । କିନ୍ତୁ ସମସ୍ତଙ୍କୁ ସୁସ୍ଥ ଏବଂ ଦୀର୍ଘ ଆୟୁଷ ମିଳିନଥାଏ । ତେଣୁ ଆମକୁ ଏହାର ସମ୍ପୂର୍ଣ୍ଣ ଲାଭ ନେବାର ଅଛି ।

କୁହାଯାଏ କି କ୍ୟାଟ୍ରିନାଙ୍କ ଛଡା ବଲିଉଡର ଏମିତି ଅନେକ ଅଭିନେତ୍ରୀ ଏହିପରି ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଛନ୍ତି । ଦୀପିକା ପାଦୁକୋଣ ଠାରୁ ଆଲିଆ ଭଟ୍ଟ ପର୍ଯ୍ୟନ୍ତ ଏହି କଥାକୁ ଜନସାଧାରଣଙ୍କ ନିକଟରେ ସ୍ୱୀକାର ମଧ୍ୟ କରିଛନ୍ତି । ପରଦା ସମ୍ମୁଖର କଥା ଯଦି କହିବା, ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ଭାରତ ଏବେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । କ୍ୟାଟ୍ରିନା ଅତିଶୀଘ୍ର ଅକ୍ଷୟ କୁମାରଙ୍କ ସହିତ “ସୁର୍ଯ୍ୟବଂଶୀ” ଫିଲ୍ମରେ ଦେଖାଯିବେ ।