କ୍ୟାଟ୍ରିନା କୈଫ, ସଲମାନ ଖାନଙ୍କୁ ବିବାହର ପ୍ରସ୍ତାବ ଦେଇଛନ୍ତି । ଜାଣନ୍ତୁ ସଲମାନ କଣ ଉତ୍ତର ଦେଉଛନ୍ତି ।

Spread the love

ସଲମାନ ନିଜ ଫିଲ୍ମ ସହ ଏହି ବିଷୟରେ ଚର୍ଚ୍ଚାରେ ରୁହନ୍ତି ଯେ, ସେ ବିବାହ କେବେ କରିବେ ? ଏହି ପ୍ରତିଟି ପ୍ରଶ୍ନ ବଲିଉଡ ଠାରୁ ଆରମ୍ଭ କରି ଦେଶର ପ୍ରତିଟି ଜନତାଙ୍କ ଅଟେ ଯେ ସଲମାନ ବିବାହ କେବେ କରିବେ ? କିନ୍ତୁ ଏହି ପ୍ରଶ୍ନକୁ ଆଜିକାଲି ସଲମାନ ବେଶି ଗୁରୁତ୍ୱ ଦେଉନାହାନ୍ତି । ବର୍ତ୍ତମାନ ସଲମାନଙ୍କୁ ସାମ୍ନାରୁ ବିବାହର ପ୍ରସ୍ତାବ ମିଳିଛି ।

ସଲମାନଙ୍କୁ ବିବାହର ପ୍ରସ୍ତାବ ସ୍ୱୟଂ କ୍ୟାଟ୍ରିନା କ୍ୟାଫ୍ ଦେଇଛନ୍ତି କିନ୍ତୁ ଅସଲ ଜୀବନରେ ନୁହେଁ ରିଲ ଲାଇଫରେ । ବର୍ତ୍ତମାନ ସଲମାନ ଏବଂ କ୍ୟାଟ୍ରିନା ନିଜର ଆଗାମୀ ଫିଲ୍ମ ଭାରତର ପ୍ରମୋସନରେ ଵ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟିକୁ ନେଇ ବାରମ୍ବାର ସୋସିଆଲ ମିଡିଆରେ ପ୍ରମୋସନ ଚାଲିଛି । ଏହି ପରିପ୍ରେକ୍ଷୀରେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫର ଫିଲ୍ମର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ କ୍ୟାଟ୍ରିନା, ସଲମାନ ଖାନଙ୍କୁ ବିବାହର ପ୍ରସ୍ତାବ ଦେଉଛନ୍ତି । ଆପଣ ମଧ୍ୟ ଏହି ଭିଡ଼ିଓଟି ଦେଖନ୍ତୁ ।

ଏହି ଭିଡ଼ିଓ କ୍ଲିପରେ କ୍ୟାଟ୍ରିନା କେଫ୍, ସଲମାନ ଖାନଙ୍କୁ କହିଛନ୍ତି, “ମୋର ବିବାହର ବୟସ ହୋଇଯାଇଛି ଏବଂ ମୋତେ ତୁମେ ପସନ୍ଦ ଅଟ ।” ତେବେ କୁହ ବିବାହ କେବେ କରିବା । କ୍ୟାଟ୍ରିନାଙ୍କ ଏହି ବିବାହ ପ୍ରସ୍ତାବରେ ସଲମାନ ଲଜ୍ୟା ଅନୁଭଵ କରି କେବଳ ମେଡମ୍ ସର ମେଡମ୍ ହିଁ କହୁଛନ୍ତି ।

କହିବା ପାଇଁ ଚାହୁଁଛୁ, ସଲମାନ ଖାନ ଏବଂ କ୍ୟାଟ୍ରିନା କେଫଙ୍କ ଫିଲ୍ମ “ଭାରତ” ୫ ଜୁନରେ ରିଲିଜ ହେବ । ଏହି ଫିଲ୍ମରେ ପୁଣିଥରେ ଦୁହିଁଙ୍କ ଅଭିନୟ ଦର୍ଶକ ଦେଖିବା ପାଇଁ ପାଇବେ । ଏହା ପୂର୍ବରୁ ଦୁହେଁ ଏକତ୍ର “ଏକ୍ ଥା ଟାଇଗର” ଏବଂ “ଟାଇଗର ଜିନ୍ଦା ହେ” ସୁପରହିଟ ଫିଲ୍ମରେ ଏକତ୍ର ଅଭିନୟ କରିଥିଲେ । ଫିଲ୍ମ “ଭାରତ”ରେ ସଲମାନ ଖାନ ଏବଂ କ୍ୟାଟ୍ରିନା କ୍ୟାଫଙ୍କ ବ୍ୟତୀତ ତବୁ, ଜ୍ୟାକି ସରଫ, ଦିଶା ପଠାନି, ନୋରା ଫତେହି ଏବଂ ସୁନୀଲ ଗ୍ରୋବର ମଧ୍ୟ ଅଭିନୟ କରୁଛନ୍ତି । ସଲମାନ ନିଜର ଆଗାମୀ ଫିଲ୍ମ “ଦବଙ୍ଗ-୩”ର ସୁଟିଂ ଆରମ୍ଭ କରି ଦେଲେଣି । ଏହି ଫିଲ୍ମଟି ଏହି ବର୍ଷ ଶେଷରେ ରିଲିଜ୍ ହେବ ।