“କସୋଟି ଜିନ୍ଦେଗୀ କି”ର ଏହି ନିରୀହ ସ୍ନେହା ବର୍ତ୍ତମାନ ହୋଇଯାଇଛନ୍ତି ବଡ଼ ! ପରୀ ଭଳି ଦେଖାଯାଉଛନ୍ତି !

Spread the love

ପ୍ରାୟ ସମସ୍ତେ ଧାରାବାହିକ ଦେଖିବାକୁ ପସନ୍ଦ କରିଥାନ୍ତି । ଯଦିଓ ଧାରାବାହିକର ନାମ ଆସେ, ତେବେ ଏକତା କପୁରଙ୍କ ଧାରାବାହିକ “କସୋଟୀ ଜିନ୍ଦେଗୀ” ମନେ ପଡ଼ିଯାଏ ଏବଂ କାହିଁକି ମନେ ନ ପଡିବ । ଏହି ଧାରାବାହିକ ଏତେ ପରିମାଣରେ ହିଟ୍ ଥିଲା । ଏମିତିରେ ଏହି ଧାରାବାହିକର ସମସ୍ତ ଚରିତ୍ର ବିଷୟରେ ଆପଣ ଜାଣିଥିବେ କିନ୍ତୁ ଆପଣଙ୍କୁ ଏହି ଧାରାବାହିକର ଛୋଟ ଝିଅ ସ୍ନେହା ମନେ ଥିବା ନିଶ୍ଚିତ, ଅବଶ୍ୟ ମନେ ଥିବ ଆଜ୍ଞା ।

ଆସନ୍ତୁ ଆମେ ଏହି ଛୋଟ ସ୍ନେହା ବିଷୟରେ କିଛି ହୃଦୟସ୍ପର୍ଶୀ କଥା ଜଣାଇବୁ । ସ୍ନେହାଙ୍କ ଅସଲି ନାମ “ଶ୍ରେୟା ଶର୍ମା” ଅଟେ କିନ୍ତୁ ଧାରାବାହିକରେ ଅଭିନୟ କରିଥିବା ସେହି ଛୋଟ (ସ୍ନେହା) ବର୍ତ୍ତମାନ ବଡ଼ ହୋଇଯାଇଛନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖଯାଉଛନ୍ତି । “କସୋଟୀ ଜିନ୍ଦେଗୀ”ରେ ଶ୍ରେୟା ପ୍ରେରଣା ଏବଂ ଅନୁରାଗ ବାସୁଙ୍କର (ଧାରାବାହିକର ନାମ) ଝିଅ ଭୂମିକାରେ ଅଭିନୟ କରିଥିଲେ । ଶ୍ରେୟା ୩ବର୍ଷ ବୟସରୁ ହିଁ ଅଭିନୟ ଫିଲ୍ଡରେ ସକ୍ରିୟ ହୋଇଥିଲେ ।

ଶ୍ରେୟା କେବଳ ଟିଭି ଧାରାବାହିକ ହିଁ ନୁହେଁ, ଅନେକ ଚଳଚିତ୍ରରେ ଚାଇଲ୍ଡ ଅଭିନେତ୍ରୀ ହିସାବରେ କାମ କରିଛନ୍ତି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ସେହି ଛୋଟ ସ୍ନେହା (ଶ୍ରେୟା) ବର୍ତ୍ତମାନ ଛୋଟ ଛୁଆ ହୋଇ ରହି ନାହାନ୍ତି ବରଂ ବର୍ତ୍ତମାନ ପୁରା ୧୯ ବର୍ଷର ହୋଇଯାଇଛନ୍ତି । ଏହା ସହ ସେ ବହୁତ ହୋଟ୍ ମଧ୍ୟ ହୋଇଯାଇଛନ୍ତି । ଶ୍ରେୟା ବର୍ତ୍ତମାନ ସାଉଥର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରୁଛନ୍ତି ।

ଶ୍ରେୟାଙ୍କ ଜନ୍ମ ୧୯୯୭ ମସିହାରେ ହିମାଚଳର ପାଲମପୁରରେ ହୋଇଥିଲା । ଛୋଟ ସ୍ନେହା (ଶ୍ରେୟା)ଙ୍କ ଅସଲି ପିତା ବିକାଶ ଶର୍ମା ଅଟନ୍ତି, ଯିଏ କି ପେଶାରେ ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ମାଆ ରିତୁ ଶର୍ମା ଡାଇଟିଶିୟାନ୍ ଅଟନ୍ତି । ଶ୍ରେୟା ୧୫ ବର୍ଷରୁ ଅଧିକ ଇଣ୍ଡଷ୍ଟ୍ରିରେ କାମ କରିସାରିଲେଣି । ଶ୍ରେୟା ‘ଥୋଡ଼ା ପ୍ୟାର ଥୋଡ଼ା ମାଜିକ୍’, ‘ଚିଲ୍ଲର ପାର୍ଟି’ ଭଳି ବଲିଉଡ୍ ଫିଲ୍ମରେ କାମ କରିଛନ୍ତି ।

ବର୍ତ୍ତମାନ ସମୟରେ ସ୍ନେହା ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରୁଛନ୍ତି । ସେୟାଙ୍କୁ ଚାଇଲ୍ଡ ଅଭିନେତ୍ରୀ ହିସାବରେ ମଧ୍ୟ ପ୍ରମାଣ କରାଇଛନ୍ତି । ବଡ଼ ହୋଇଯାଇଥିବା ଶ୍ରେୟା (ସ୍ନେହା)ଙ୍କୁ ଦେଖି କେହି ମଧ୍ୟ କହିପାରିବେନି ‘ଧାରାବାହିକ କସୋଟୀ ଜିନ୍ଦେଗୀ’ରେ ଥିବା ସେ ନିରୀହ ଦେଖା ଯାଉଥିବା ସ୍ନେହା ହିଁ ଅଟନ୍ତି ବୋଲି ।