ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ , ଜାଣନ୍ତୁ କାର୍ତ୍ତିକ ମାସର କ’ଣ ରହିଛି ମହତ୍ୱ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସନାତନ ଧର୍ମରେ କାର୍ତ୍ତିକ ମାସର ରହିଛି ଖାସ୍ ମହତ୍ୱ । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ମନାଯାଏ । ଏହା ଚତୃ ମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦବ ତତ୍ତ୍ୱ ମଜବୁତ ରହିଥାଏ । ଏହା ଛଡା ଏହି କାର୍ତ୍ତିକ ମାସରେ ଧନ ଏବଂ ଧର୍ମ ର ସମ୍ଭନ୍ଧ ରହିଥାଏ ।

ଏହି ମାସରେ ତୁଳସୀଗଛ ଲଗାଇବା ଏବଂ ବିବାହ କରିବା ସର୍ବୋତ୍ତମ ରହିଥାଏ । ଏହି ମାସରେ ଦୀପ ଦାନ କରିବା କିମ୍ବା ଗରିବକୁ ଦାନ କରିବା ଅକ୍ଷୟ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସ ର ଭିନ୍ନ ଭିନ୍ନ ମାନ୍ୟ ରହିଥାଏ । ସବୁ ମାସଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସ ସହିତ ଶ୍ରୀ ହରି ବିଷ୍ଣୁଙ୍କ ର ମଧ୍ୟ ଗଭୀର ସମ୍ଭନ୍ଧ ରହିଛି ।

Vishnu

ପୌରାଣିକ ମତ ଅନୁଯାୟୀ ଏହି ମାସରେ ସ୍ୱାମୀ କାର୍ତ୍ତିକେୟ ଏବଂ ନାରାୟଣକୁ ସମର୍ପଣ କରାଯାଏ । ଏହା ବ୍ୟତୀତ ସରଦ ପୂର୍ଣ୍ଣିମା ରାତିରେ ମାଁ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସି ସଂପୂର୍ଣ୍ଣ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ନିଦ୍ରା ତ୍ୟାଗ ପୂର୍ବରୁ ସଂପୂର୍ଣ୍ଣ ସୃଷ୍ଟି ର ବ୍ୟବସ୍ଥାକୁ ପରଖି ଥାନ୍ତି । ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି । ପରେ ଯୋଗ ନିଦ୍ରାରୁ ଉଠି ଆନନ୍ଦ ଏବଂ କୃପା ବର୍ଷା କରନ୍ତି ।

ଏହି ମାସ ମାଁ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ଓ ଭକ୍ତକୁ ଅପାର ଧନ ଦିଅନ୍ତି । ମାଁ ଲକ୍ଷ୍ମୀଙ୍କ କୃପା ପାଇଁବା ପାଇଁ ପ୍ରତି ମାସରେ ଧନତ୍ରୟାଦଶୀ, ଦୀପାବଳୀ, ଗୋପୀଷ୍ଠମୀ ପାଳନ କରାଯାଏ । ଏହି ମାସରେ ବିଶେଷ ପୂଜା କରିବା ଦ୍ୱାରା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *