କର୍ମର ଫଳ ଦିନେ ନା ଦିନେ ନିଶ୍ଚେ ମିଳେ, ତାହା ଭଲ ହେଉ ଅଵା ଖରାପ ।

Spread the love

ଜଣେ ସ୍ତ୍ରୀ ଲୋକ ଥିଲେ ତାଙ୍କର ୨୦ ବର୍ଷ ଯାଏଁ କୌଣସି ସନ୍ତାନ ହେଲେ ନାହିଁ । କର୍ମ ସଂଯୋଗ ଦ୍ଵାରା ୨୦ ବର୍ଷ ପରେ ସେ ଗର୍ଭବତୀ ହେଲେ ଏବଂ ପୁତ୍ର ସନ୍ତାନ ପ୍ରାପ୍ତି କଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ୨୦ ଦିନ ପରେ ସେହି ପୁତ୍ର ସନ୍ତାନଟିର ମୃତ୍ୟୁ ପ୍ରାପ୍ତ ହେଲା । ସେହି ସ୍ତ୍ରୀ ଲୋକ ଜଣକ ଅତ୍ୟଧିକ କାନ୍ଦିଲେ ଏବଂ ସେହି ମୃତ ଛୁଆର ଶବକୁ ନେଇ ଜଣେ ସିଦ୍ଧ ମହାତ୍ମାଙ୍କ ପାଖକୁ ଗଲେ ।

କାନ୍ଦି କାନ୍ଦି ମହାତ୍ମାଙ୍କୁ କହିବାକୁ ଲାଗିଲେ ଯେ, ମୋ ଛୁଆ କୁ କେବଳ ଗୋଟେ ଥର ଜୀବିତ କରିଦିଅନ୍ତୁ, ମାତ୍ର ଗୋଟେ ଥର ମୁଁ ତା ମୁହଁରୁ ମା ଡାକ ଶୁଣିବାକୁ ଚାହୁଁଛି । ସ୍ତ୍ରୀ ଲୋକ ଜଣକ ବହୁତ ଜିଦ୍ଦି କରିବା ପରେ ମହାତ୍ମା ଜଣଙ୍କ ୨ ମିନଟ୍ ପାଇଁ ସେହି ଛୁଆର ଆତ୍ମାକୁ ଡାକିଲେ । ତେବେ ସେହି ସ୍ତ୍ରୀ ଲୋକ ଜଣକ ସେହି ଆତ୍ମାକୁ ପଚାରିଲେ ଯେ, ତୁ ମୋତେ କାହିଁ ଛାଡି ଚାଲିଗଲୁ ? ମୁଁ ତୋ ପାଖରୁ କେବଳ ଗୋଟେ ଥର “ମା” ଶବ୍ଦ ଶୁଣିବାକୁ ଚାହୁଁଛି । ତେବେ ସେହି ଆତ୍ମା ଜଣକ କହିଲା,

“କେଉଁ ମା, କେମିତି ମା” ! ମୁଁ ତ ତୁମଠୁ କର୍ମର ହିସାବ ନିକାସ କରିବାକୁ ଆସିଥିଲି । ସ୍ତ୍ରୀ ଲୋକ ଜଣକ ପଚାରିଲେ କେମିତି ହିସାବ । ଆତ୍ମା ଉତ୍ତର ଦେଲା ପୂର୍ବ ଜନ୍ମ ରେ ତୁମେ ମୋର ସଉତୁଣୀ ଥିଲ, ମୋ ଆଖି ଆଗରୁ ମୋ ସ୍ୱାମୀ ଙ୍କୁ ନେଇଗଲ, ମୁଁ ବହୁତ କାନ୍ଦିଲି, ତୁମଠୁ ମୋ ନିଜ ସ୍ୱାମୀଙ୍କୁ ମାଗିଲି କିନ୍ତୁ ତୁମେ ଶୁଣିଲ ନାହିଁ ।

ସେତେବେଳେ ମୁଁ କାନ୍ଦୁଥିଲି ଏବଂ ଆଜି ତୁମେ କାନ୍ଦୁଛ । ବାସ୍ ମୋର ତୁମ ସହିତ ଯେଉଁ କର୍ମର ହିସାବ ଥିଲା ତାକୁ ମୁଁ ପୁରା କରିଦେଲି ଏବଂ ମରିଗଲି । ଏତିକି କହିକି ଆତ୍ମା ଚାଲିଗଲା । ସେହି ସ୍ତ୍ରୀ ଲୋକକୁ ଝଟକା ଲାଗିଲା । ତାଙ୍କୁ ମହାତ୍ମା ଜଣଙ୍କ ବୁଝେଇଲେ ଦେଖ, ମୁଁ କହିଥିଲି ନା ଏହିସବୁ ସମ୍ପର୍କୀୟ ମା, ବାପା, ଭାଇ, ଭଉଣୀ ସବୁ କର୍ମର । କିଛି କୁଛି କାରଣ ଯୋଗୁଁ (ତୁମେ ଜନ୍ମ କରିବା ପୁଅ ଏବେ କିଛି କହିଲା) ଯୋଡି ହେଇ ଅଛନ୍ତି । ଆମେ ସମସ୍ତେ କର୍ମର ହିସାବ କରିବାକୁ ଆସିଛେ । ଏଥିପାଇଁ ଭଲ କର୍ମ କରିବା ଯାହାଫଳରେ ପରେ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିବାକୁ ପଡିବ ନାହିଁ ।

ଏହି ଅନୁଚ୍ଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !