ସଲମାନ ଖାନ୍ ଓ କରିନାଙ୍କ ସମ୍ପର୍କକୁ ନେଇ କରିସ୍ମା କିଛି ଏଭଳି କଥା କହିଲେ, ଯାହାକୁ ଶୁଣି ସୈଫ୍ ଙ୍କୁ ଲାଗିଲା ଝଟକା !

Spread the love

ସଲମାନ ଖାନ୍ ବଲିଉଡ଼ର ସବୁଠାରୁ ବଡ଼ ସୁପର ଷ୍ଟାର ଅଟନ୍ତି । ତାଙ୍କର ପ୍ରାୟ ସମସ୍ତ ଚଳଚିତ୍ର ଅଧିକାଂଶ ସମୟରେ ହିଟ୍ ହିଁ ହୋଇଥାଏ । ବଲିଉଡରେ କେବଳ ସଲମାନ ଖାନ୍ ହିଁ ଜଣେ ଏଭଳି ବ୍ୟକ୍ତି ଅଟନ୍ତି ଯିଏ କି ନୂଆ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସୁଯୋଗ ଦେବାକୁ ସବୁବେଳେ ଆଗରେ ରୁହନ୍ତି । ଏହି କାରଣରୁ ଅନେକ ଅଭିନେତ୍ରୀ ସଲମାନ ଖାନ୍ ଙ୍କୁ ଗୋଡ୍-ଫାଦର୍ ବୋଲି କୁହନ୍ତି । ଏଥିଯୋଗୁଁ ସବୁ ହିରୋଇନ୍ ସଲମାନ ଖାନ୍ ଙ୍କ ସହ ଚଳଚିତ୍ରରେ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି । ଆଜି ଆମେ କହିବାକୁ ଯାଉଛୁ; କରିନା ଓ ସଲମାନଙ୍କ ଯୋଡ଼ି ବିଷୟରେ ଯେଉଁମାନେ ଅନେକ ଚଳଚିତ୍ରରେ କାମ କରିଛନ୍ତି ।

କରିନା ଓ ସଲାମନଙ୍କ ଯୋଡ଼ି ଅନେକ ଚଳଚିତ୍ର କରିଛନ୍ତି ଓ ବହୁତ ହିଟ୍ ମଧ୍ୟ ହୋଇଛନ୍ତି । ‘ବଜରଙ୍ଗୀ ଭାଇଜାନ୍’ ଓ ‘ବୋଡି ଗାର୍ଡ’ ଏହି ଦୁଇ ଚଳଚିତ୍ରରେ ମିଶି କରି କାମ କରିଥିଲେ, ଦୁଇଟି ଚଳଚିତ୍ର ସୁପର ହିଟ୍ ହୋଇଥିଲା । ସଲମାନ ଖାନ୍ ସବୁ ବଡ଼ ବଡ଼ ଅଭିନେତ୍ରୀଙ୍କ ସହ ଚଳଚିତ୍ରରେ କାମ କରି ସାରିଛନ୍ତି । ଏହାଛଡା ସଲମାନ ଖାନ୍ କରିନାଙ୍କ ବଡ଼ ଭଉଣୀ କରିସ୍ମା ସହିତ ମଧ୍ୟ ଚଳଚିତ୍ରରେ କାମ କରିଥିଲେ ।

ଯେତେବେଳେ କରିନା ଚଳଚିତ୍ରରେ ଡେବ୍ୟୁ ମଧ୍ୟ କରି ନ ଥିଲେ, ସେହି ସମୟରୁ ୧୯୯୦ ମସିହା ପର୍ଯ୍ୟନ୍ତ କରିସ୍ମା ଓ ସଲମାନଙ୍କ ଯୋଡ଼ି ସବୁଠାରୁ ହିଟ୍ ଯୋଡ଼ି ବୋଲି କୁହାଯାଉଥିଲା । ସେହି ସମୟରେ ଏହି ଦୁହେଁଙ୍କ ଯୋଡ଼ିର ଚଳଚିତ୍ର ଗୁଡ଼ିକ ବହୁତ ଲୋକପ୍ରିୟ ଥିଲା । ଅଳ୍ପ ଦିନ ପୂର୍ବେ ଗୋଟିଏ “ଶୋ”ରେ କରିସ୍ମା, କରିନା ଓ ସଲମାନ ଖାନ୍ ଙ୍କ ଯୋଡ଼ି ବିଷୟରେ କିଛି ଏଭଳି କଥା କହିଥିଲେ ଯାହା ଯୋଗୁଁ କେବଳ ସୈଫ୍ ହିଁ ନୁହେଁ କରିନା ମଧ୍ୟ ଚକିତ ହୋଇଯାଇଥିଲେ ।

କରିସ୍ମା କପୁର୍ “ଏଣ୍ଟରଟେଇଣ୍ଟମେଣ୍ଟ – କି ରାତ ଲିମିଟେଡ଼ ଏଡିସନ୍” “ଶୋ”ରେ ସଲମାନ ଓ କରିନାକୁ ନେଇ କିଛି ଏଭଳି କଥା କହିଥିଲେ, ଯାହାକୁ ଶୁଣି କେହି ମଧ୍ୟ ବିଶ୍ୱାସ କରି ପାରିବ ନାହିଁ । “ଶୋ” ମଧ୍ୟରେ କରିସ୍ମା କହିଲେ, “ସଲମାନ ମୋର ଜଣେ ଭଲ ବନ୍ଧୁ ଅଟନ୍ତି । ଏହାପରେ କରିସ୍ମା ଯାହା କହିଲେ ତାହା ଆପଣ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ । କରିସ୍ମା କହିଲେ, “ସଲମାନ କରିନାକୁ ଛୋଟ ଭଉଣୀ ରୂପେ ଯତ୍ନ ନେଉଥିଲେ, ସଲମାନ ଏବେ ପର୍ଯ୍ୟନ୍ତ କରିନାକୁ ଛୋଟପିଲା ବୋଲି ଭାବୁଛନ୍ତି ।”

ସଲମାନ ଖାନ୍ କରିସ୍ମା ସହ ମିଶି ଅନେକ ଚଳଚିତ୍ରରେ କାମ କରିଛନ୍ତି । ସେହିଭଳି ସଲମାନ କରିନା ସହ ମଧ୍ୟ ଅନେକ ଚଳଚିତ୍ରରେ କାମ କରିଛନ୍ତି । ଏଭଳି ସ୍ଥିତିରେ ତାଙ୍କର ଏଭଳି ମନ୍ତବ୍ୟ ଶୁଣି ସମସ୍ତେ ଚକିତ ହୋଇ ରହିଗଲେ । କାରଣ କୌଣସି ବି ଚଳଚିତ୍ରରେ ସଲମାନ ଖାନ୍ ଓ କରିନା ମଧ୍ୟରେ ଭାଇ, ଭଉଣୀଙ୍କ ଭଳି ସମ୍ପର୍କ ଥିବା ଦେଖାଯାଇ ନାହିଁ । ଆପଣଙ୍କୁ କହିବାକୁ ଚାହୁଁଛୁ; କରିସ୍ମା ଏବେ ଚଳଚିତ୍ରରୁ ବହୁତ ଦୁରେଇ ଯାଇଛନ୍ତି । ଏବେ ସେ ଚଳଚିତ୍ରରେ କାମ କରୁ ନାହାନ୍ତି । ବର୍ତ୍ତମାନ ସେ ପିଲା ମାନଙ୍କ ସହ ଖୁସିରେ ରହୁଛନ୍ତି ।