ଏହି ଅଭିନେତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ କରିସ୍ମା କପୁର, ବିବାହ ପରେ ଏକୁଟିଆ ଜୀବନ ବିତାଉଛନ୍ତି ।

Spread the love

୯୦ ଦଶକର କରିସ୍ମା କପୁର ଜଣେ ନାମୀଦାମୀ ଅଭିନେତ୍ରୀ ଥିଲେ । କରିସ୍ମା କପୁରଙ୍କ ପ୍ରତୀଟି ଚଳଚିତ୍ର ହିଟ୍ ହୋଇଥିଲା ଏବଂ କରିସ୍ମା କପୁରଙ୍କ ଯୋଡି ଗୋବିନ୍ଦାଙ୍କ ସହ ଦର୍ଶକ ବହୁତ ପସନ୍ଦ କରୁଥିଲେ । କରିସ୍ମା କପୁର, ସାହାରୁଖ ଖାନ, ସଲମାନ ଖାନ, ଅମିର ଖାନ, ଅକ୍ଷୟ କୁମାର, ଅନିଲ କପୁରଙ୍କ ସହ ପରଦାରେ ରୋମାନ୍ସ କରିଥିଲେ । ଏହି ଅଭିନେତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ କରିସ୍ମା କପୁର, ବିବାହ କରିବା ପାଇଁ ମଧ୍ୟ ସ୍ଥିର ହୋଇ ଯାଇଥିଲା । କିନ୍ତୁ ଏହି ଅଭିନେତାଙ୍କ ମାଆଙ୍କ ଯୋଗୁଁ ବିବାହ ହୋଇ ପାରିନଥିଲା ।

ଏହି ଅଭିନେତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ କରିସ୍ମା କପୁର :

୯୦ ଦଶକରେ ମାଧୁରୀ ଦୀକ୍ଷିତ, ଶ୍ରୀଦେବୀ, କରିସ୍ମା କପୁର ଜଣେ ଜଣେ ନାମୀଦାମୀ ଅଭିନେତ୍ରୀ ଥିଲେ । ନିଜର ଅଭିନୟ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ପାଇ ସାରିଥିବା କରିସ୍ମା କପୁରଙ୍କ ପାଖରେ ବର୍ତ୍ତମାନ କାର୍ଯ୍ୟ ନାହିଁ । କାରଣ ଦର୍ଶକ ପରଦା ଉପରେ ନୂଆ ନୂଆ ଚେହେରା ଦେଖିବା ପାଇଁ ପସନ୍ଦ କରିଥାନ୍ତି ।

୨୦୦୦ ମସିହାର ପ୍ରାରମ୍ଭରେ କରିସ୍ମା କପୁରଙ୍କ ଜୀବନରେ ଅଭିନେତା ଅଭିଷେକ ବଚ୍ଚନ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଯାଇଥିଲା । କିଛି ମାସ ପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ୨୦୦୦ ମସିହାର ଶେଷରେ ଦୁହେଁ ନିର୍ବନ୍ଧ କରିବା ପାଇଁ ଚିନ୍ତା କରିଥିଲେ କିନ୍ତୁ ଅଭିଷେକଙ୍କ ମାଆ ଜୟା ବଚ୍ଚନ ରାଜି ନ ହେବା କାରଣରୁ ସମ୍ପର୍କରେ ପୂର୍ଣଛେଦ ପଡି ଯାଇଥିଲା ।

ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା । ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା । ଅମିତାଭ ବଚ୍ଚନ ଦୁହିଁଙ୍କ ନିର୍ବନ୍ଧର ଘୋଷଣା ମିଡିଆ ସାମ୍ନାରେ କରି ସାରିଥିଲେ କିନ୍ତୁ ଜୟାଙ୍କ କାରଣରୁ ସମ୍ପର୍କ ଆଗକୁ ବଢି ନ ଥିଲା । ଏହି କଥାରେ କରିସ୍ମା କପୁରଙ୍କୁ ଏକ ଶକ୍ତ ଧକ୍କା ଲାଗିଥିଲା । ପରେ କରିସ୍ମା କପୁରଙ୍କ ପିତାମାତା କରିସ୍ମା କପୁରଙ୍କ ପାଇଁ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ସହ ବିବାହ ନିମନ୍ତେ ସ୍ଥିର କରିଥିଲେ ।

ଦିଲ୍ଲୀର ବାସିନ୍ଦା ବ୍ୟବସାୟୀ ସଞ୍ଜୟ କପୁରଙ୍କ ସହ ୨୦୦୩ ମସିହାରେ କରିସ୍ମା କପୁରଙ୍କ ବିବାହ ହୋଇଥିଲା । ଦୁହିଁଙ୍କର ଦୁଇ ଜଣ ପିଲା ଅଛନ୍ତି କିନ୍ତୁ ୨୦୧୦ ମସିହାରେ ଦୁହେଁଙ୍କ ମଧ୍ୟରେ ମତବେଦ କାରଣରୁ ୨୦୧୪ ମସିହାରେ ଛାଡପତ୍ର ହୋଇ ଯାଇଥିଲା । ପରେ ୨୦୧୭ ମସିହାରେ ସଞ୍ଜୟ କପୁର ନିଜ ବାନ୍ଧବୀଙ୍କ ସହ ଦ୍ଵିତୀୟ ବିବାହ କରି ନେଇଥିଲେ କିନ୍ତୁ କରିସ୍ମା କପୁର ଦ୍ଵିତୀୟ ବିବାହ ନ କରି ନିଜର ଦୁଇ ଜଣ ପିଲାଙ୍କ ସହ ଏକୁଟିଆ ଜୀବନ ବିତାଉଛନ୍ତି ।

ଏହି ଚଳଚିତ୍ର ଗୁଡିକରେ କାମ ସାରିଛନ୍ତି କରିସ୍ମା କପୁର :

୧୯୯୨ ମସିହାରେ କରିସ୍ମା କପୁର “ଜିଗର୍” ଫିଲ୍ମ ମାଧ୍ୟମରେ ଚଳଚିତ୍ର ଜୀବନରେ ପାଦ ଥାପିଥିଲେ । ଏହା ପରେ ସେ “ରାଜା ହିନ୍ଦୁସ୍ଥାନୀ”, “ଅନାଡି”, “ଦିଲ୍ ତୋ ପାଗଲ୍ ହେ”, “ରାଜା ବାବୁ”, “ଜିତ”, “ହମ୍ ସାଥ୍ ସାଥ୍ ହେ”, “କୁଲି ନମ୍ବର-୧”, “ବିବି ନମ୍ବର-୧”, “ଦୁଲହଳ୍ ହମ୍ ଲେ ଜାଏଙ୍ଗେ”, “ଜୁଡବା”, “ସାଜନ ଚଲେ ଶଶୁରାଲ”, “ହସିନା ମାନ ଜାଏଗୀ”, “ଅନ୍ଦାଜ ଆପନା ଆପନା”, “ଶକ୍ତି ଦା ପାୱାର”, “ସୁହାଗ”, “ସପୁତ”, “ଖୁଦ୍ଦାର”, “ଗୋପି କିଶନ”, “ବାଲ୍ ବ୍ରହ୍ମଚାରୀ”, “ରକ୍ଷକ”, “ଧନବାନ”, ଏବଂ “ମୁକାବାଲା” ପରି ଚଳଚିତ୍ରରେ କାର୍ଯ୍ୟ କରିଛନ୍ତି । କରିସ୍ମା କପୁରଙ୍କ ଯୋଡି ଗୋବିନ୍ଦାଙ୍କ ସହ ଦର୍ଶକ ବହୁତ ପସନ୍ଦ କରୁଥିଲେ । ଆଜିକାଲି କରିସ୍ମା କପୁର ଚ୍ୟାରୀଟି ପାଇଁ କାମ କରୁଛନ୍ତି; ଏହା ସହ ଛୋଟ ମୋଟ ବ୍ୟବସାୟ କରି ଜୀବନ ବିତାଉଛନ୍ତି ।