ଆଲିଆଙ୍କୁ ନୁହେଁ ବରଂ ଏହି ଅଭିନେତ୍ରୀଙ୍କୁ ଭାଉଜ କାରିବାକୁ ଚାହୁଁଥିଲି କରିନା !

Spread the love

ବଲିଉଡରେ ଏମିତି ତ ଅନେକ କଳାକାର ଅଛନ୍ତି, ଯେଉଁମାନେ ଉଭୟ ଉଭୟଙ୍କ ସହ ସାରା ଜୀବନ ବିତେଇବାକୁ ଚାହାଁନ୍ତି । ଏହା ସେଥିପାଇଁ କାରଣ ସେମାନେ ଚାହୁଁଛନ୍ତି, ସେମାନେ ଯାହାକୁ ଭଲ ପାଉଛନ୍ତି ତାଙ୍କ ସହ ସବୁବେଳେ ଠିଆ ହେବେ । ଏମିତି କରିନା କପୁର ମଧ୍ୟ ଚାହୁଁଥିଲେ, ଯାହା ଆଉ କେବେ ପୁରା ହୋଇ ପାରିବ ନାହିଁ । କରିନା କପୁରର ଭାଇ ରଣବୀରଙ୍କ ବିଷୟରେ ଆପଣ ସମସ୍ତେ ତ ଜାଣିଥିବେ । ହଁ, କରିନାଙ୍କ ଇଚ୍ଛା ନିଜ ପାଇଁ ନ ଥିଲା ବରଂ ତାଙ୍କ ଭାଇଙ୍କ ପାଇଁ ଥିଲା ।ଭାଇଙ୍କ ପାଇଁ ସେ ଏକ ଏମିତି ସାଥି ଚାହୁଁଥିଲେ, ଯାହାକୁ ସିଏ ବହୁତ ଭଲ ପାଉଥିଲେ । ଆସନ୍ତୁ ଜାଣିବା ଯେ, ପ୍ରକୃତରେ କିଏ ସେ କଳାକାର, ଯାହାକୁ କରିନା ତାଙ୍କ ଭାଉଜ କାରିବାକୁ ଚାହୁଁଥିଲି ?

ଏବେ ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ତ ନିଶ୍ଚୟ ଆସୁଥିବ ଯେ, କରିନାଙ୍କ ଏହି ଇଚ୍ଛା ପୂରଣ ହେଲା ନାହିଁ କାହିଁକି ? ହେଲେ ରଣବୀର ତ ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ? ପ୍ରକୃତରେ କରିନା ଯେଉଁ କଳାକାରକୁ ନିଜର ଭାଉଜ କରିବା ପାଇଁ ଚାହୁଁଥିଲେ ? ତାଙ୍କର ବାହାଘର ହୋଇଗଲା । ସେହି କଳାକାରଙ୍କ ବାହାଘରରେ କରିନା ଦେଖାଯାଇ ଥିଲେ ସତ କିନ୍ତୁ ତାଙ୍କୁ ନିଶ୍ଚୟ ଦୁଃଖ ଲାଗିଥିବେ ଯେ, ସେ ତାଙ୍କ ଭାଉଜ ହୋଇପାରିଲେ ନାହିଁ । ଏତିକି ହିଁ ନାହିଁ, ସେ କରିନା କପୁରଙ୍କର ଘନିଷ୍ଟ ବାନ୍ଧବୀ ମଧ୍ୟ ଅଟନ୍ତି । ସେତେବେଳେ କରିନା କପୁର ତାଙ୍କ ଫିଲ୍ମ “ବୀର ଦି ବେଡିଙ୍ଗ” ପାଇଁ ଚର୍ଚ୍ଚାରେ ଥିଲେ । ଏହା ସହ ମାଆ ହେଲା ପରେ କରିନା କପୁର ବଡ଼ ପରଦାକୁ ପୁଣି ଥରେ ଫେରିଛନ୍ତି, ଲୋକେ ଏହାକୁ ଖୁବ୍ ପସନ୍ଦ କରିଥିଲେ ।

କୁହାଯାଏ କି, ପ୍ରତ୍ୟେକ ଝିଅଙ୍କ ଭଳି କରିନାର ମଧ୍ୟ ଏହି ଇଚ୍ଛା ଥିଲା ଯେ, ତାଙ୍କର ଯିଏ ଭାଉଜ ହେବ ସେ ତାଙ୍କୁ ବହୁତ ପସନ୍ଦ କରୁଥିବ । ଯାହା ସହିତ ତାଙ୍କର ବନ୍ଧୁତା ହେବ ଏବଂ କିଛି ସମୟ ପାଇଁ ଏମିତି ହିଁ ହୋଇଥିଲା । କାରଣ ରଣବୀର କପୁର କରିନାଙ୍କ ପସନ୍ଦୀୟ ଝିଅ ସହିତ ସମୟ ବିତେଇ ଥିଲେ, କିନ୍ତୁ କିଛି ବ୍ୟକ୍ତିଗତ ଝଗଡ଼ା ଯୋଗୁଁ ଅଲଗା ହୋଇଗଲେ । ଯାହାପରେ କରିନା ମଧ୍ୟ ବହୁତ ଉଦାସ ହୋଇଯାଇ ଥିଲେ । ବର୍ତ୍ତମାନ ରଣବୀର କପୁର ଆଲିଆଙ୍କ ସହିତ ସମୟ ବିତାଉଛନ୍ତି, ଏମିତିରେ କୁହଯାଏ କି ଆଲିଆ ଖୁବଶୀଘ୍ର କପୁର ବଂଶର ବୋହୂ ହେବାକୁ ଯାଉଛନ୍ତି ।

ଏହି ଅଭିନେତ୍ରୀଙ୍କୁ ଭାଉଜ କରିବା ପାଇଁ ଚାହୁଁଥିଲେ :

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ସେ ଆଉ କେହି ନୁହଁନ୍ତି ସେ କରିନା କପୁରଙ୍କ ସବୁଠୁ ଭଲ ବାନ୍ଧବୀ ସୋନମ କପୁର । ସୋନମ କପୁର ଓ କରିନା କପୁର ନିକଟରେ ଫିଲ୍ମ “ବୀର ଦି ବେଡିଙ୍ଗ”ରେ ଏକା ସହ ଦେଖା ଦେଇଥିଲେ । ଯାହାପରେ ଦୁଇଜଣଙ୍କ ବନ୍ଧୁତା ଅଧିକ ନିବିଡ଼ ହୋଇଗଲା । କରିନା ଏବଂ ସୋନମକୁ ଆଗରୁ ମଧ୍ୟ ଅନେକ ଥର ଏକାଠି ଦେଖିବାକୁ ମିଳିଛି । କରିନା ଏକ ଇଣ୍ଟଭ୍ୟୁରେ କହିଥିଲେ, ସେ ସୋନମଙ୍କୁ ତାଙ୍କ ଭାଉଜ କରିବା ପାଇଁ ଚାହୁଁଛନ୍ତି । ଏହି କଥା ସେତେବେଳେର ଯେତେବେଳେ ରଣବୀର ସୋନମଙ୍କ ସହ ସମୟ ବିତାଉ ଥିଲେ, କିନ୍ତୁ ବର୍ତ୍ତମାନ ପୁରା ଘଟଣା ବଦଳି ଯାଇଛ ।

ସୋନମର ବାହାଘରରେ ହିଁ କରିନାଙ୍କ ସ୍ୱପ୍ନ ଭାଙ୍ଗିଗଲା । ନିକଟରେ ସୋନମ କପୁର “ଆନନ୍ଦ ଆହୁଜା”ଙ୍କ ସହ ବିବାହ କରିଛନ୍ତି, ଯାହା ବହୁତ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଲା । କରିନା ଏବଂ ସୋନମର ଭଲ ମେଳ ଅଛି । ସେଥିପାଇଁ କରିନାଙ୍କ ଇଚ୍ଛା ଥିଲା ଯେ, ସୋନମ ତାଙ୍କ ଭାଉଜ ହୁଅନ୍ତୁ । ଏବେ ତାହା ଛାଡ଼ନ୍ତୁ, ବର୍ତ୍ତମାନ ରଣବୀରଙ୍କ ଜୀବନରେ ଆଲିଆଙ୍କ ପ୍ରବେଶ ହୋଇ ସାରିଛି । ଏଠାରେ ଏହା ମଧ୍ୟ କହିବା ଭୂଲ ହେବ ନାହିଁ ଯେ, ଆଲିଆ ମଧ୍ୟ କରିନାଙ୍କ ବହୁତ ଭଲ ବନ୍ଧୁ ଅଟନ୍ତି, ତେଣୁ ଏମିତିରେ କରିନାଙ୍କୁ ଆଲିଆ ମଧ୍ୟ ବହୁତ ପସନ୍ଦ କରନ୍ତି ।