ନଜମ-ଏ-ଇତ୍ର ଲେହେଙ୍ଗାରେ କରୀନା କପୁର କୌଣସି ଅପ୍ସରୀ ଠାରୁ କମ୍ ଦିଶୁନଥିଲେ । ସୁନ୍ଦର ଲେହେଙ୍ଗାରେ ଚନ୍ଦ୍ରମା ପରି ଚମକୁଥିଲା ଚେହେରା ।

Spread the love

କରୀନା କପୁର ପ୍ରାୟତଃ ମେଡିଆର ଚର୍ଚ୍ଚାରେ ରହିଥାନ୍ତି । କେବେ ସେ ନିଜର ଫିଟନେସ କାରଣରୁ ଚର୍ଚ୍ଚାରେ ରହିଥାନ୍ତି ତ କେତେବେଳେ ନିଜ ଫିଲ୍ମ କାରଣରୁ । ପୂର୍ବରୁ କରୀନା ନିଜର ରେଡ଼ିଓରେ ଆସିବାକୁ ଥିବା ଶୋ “ହ୍ଵାଟ ୱମେନ୍ ୱାଣ୍ଟ”କୁ ନେଇ ଚର୍ଚ୍ଚାରେ ଥିଲେ । ସେ ନିଜ ଶୋ’ରେ କରିସ୍ମା କପୁର, ମଲାଇକା ଅରୋଡ଼ା, ସ୍ଵରା ଭାସ୍କର, ଅମୃତା ଅରୋଡ଼ା ଏବଂ ସନୀ ଲିୟାନ ଭଳି ଅଭିନେତ୍ରୀଙ୍କର ଇଣ୍ଟରଭ୍ୟ ନେଇଥିଲେ । କରୀନାଙ୍କର ଏହି ଶୋ’ ମହିଳା ମାନଙ୍କୁ ଅତ୍ୟନ୍ତ ପସନ୍ଦ ଆସିଥିଲା । ଏହି ଦିନରେ ସେ “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭”ରେ ଜଜ୍ ହୋଇଥିବାର ଦେଖିବାକୁ ମିଳୁଛି । କରୀନା କପୁର ସବୁବେଳେ ନିଜ ଲୁକକୁ ନେଇ ସଚେତନ ଥାଆନ୍ତି । ନିଜର ନୂଆ ନୂଆ ଅବତାର ପାଇଁ ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଛନ୍ତି । ଅନେକ ଝିଅ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ଅନୁସରଣ କରିଥାନ୍ତି । ସେ ଝିଅଙ୍କ ମଧ୍ୟରେ ଦୀବା ରୂପରେ ପ୍ରସିଦ୍ଧ ।

ନଜମ-ଏ-ଇତ୍ର ଲେହେଙ୍ଗାରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ କରୀନା :-

ପ୍ରକୃତରେ କରୀନା “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ”ର ଶୁଟିଂ ପାଇଁ ପହଞ୍ଚିଥିଲେ, ଯେଉଁଠାରେ ସେ ଗ୍ଲେମର୍ସ ଅବତାରରେ ଉଭା ହୋଇଥିଲେ । ଏଥିରେ ସେ ବହୁତ ସୁନ୍ଦର ଏକ ଆଉଟଫିଟ ପିନ୍ଧିଥିଲେ ଯେଉଁଟା ଚେହେରାକୁ ଅତ୍ୟନ୍ତ ପସନ୍ଦ ଆସୁଥିଲା । ସେଠାରେ ଉପସ୍ଥିତ ଥିବା ପ୍ରସିଦ୍ଧ ଫୋଟୋଗ୍ରାଫର କରିନାଙ୍କର କିଛି ଫୋଟୋ କ୍ୟାମେରାରେ ଉଠାଇଥିଲେ । ହୋଇପାରେ କରୀନା ନିଜର ଆଉଟଫିଟ ସହିତ ଟିକେ ସଂଘର୍ଷ କରିବାର ଦେଖାଯାଇଥିଲା । କରୀନା ଏହି ପରମ୍ପରାଗତ ବସ୍ତ୍ରରେ କୌଣସି ସ୍ଵର୍ଗର ଅପ୍ସରୀ ଠାରୁ କମ୍ ଦେଖା ଯାଉନଥିଲେ । ଶୁଟିଂଗ ପାଇଁ କରୀନା ନଜମ-ଏ-ଇତ୍ରର ଲେହେଙ୍ଗା ପିନ୍ଧିଥିଲେ । ଲେହେଙ୍ଗା ସହିତ ସେ ରଙ୍ଗୀନ କଲମ କାରିଗରୀ ଓଢଣୀ ନେଇଥିଲେ, ଯେଉଁଥିରେ ସେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ ।

ଚର୍ଚ୍ଚାରେ ରହିଲା କରୀନାଙ୍କ ଦାମୀ ନେକଲେସ :-

ଏହା ପୂର୍ବରୁ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ନିଜର ଫିଲ୍ମ “ସ୍କାୟ ଇଜ ପିଙ୍କ”ର ପ୍ରମୋଶନ ପାଇଁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପହଞ୍ଚିଥିଲେ ।ଏମିତିରେ ତ ଏହି ସୁଯୋଗ ଉଭୟଙ୍କ ପାଇଁ ଖାସ୍ ଥିଲା । କାରଣ ଏତେ ସମୟ ପରେ କରୀନା ଏବଂ ପ୍ରିୟଙ୍କା ଏକା ସହିତ ଦେଖା ଯାଇଥିଲେ ମାତ୍ର ତା’ଠାରୁ ବି ଅଧିକ ଲାଇମଟାଇମ କରୀନାଙ୍କ ଲୁକ ପାଇଥିଲା । ବିଶେଷ କରି କରିନା ଯେଉଁ ନେକଲେସ ପିନ୍ଧିଥିଲେ ତାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ରିପୋର୍ଟ ଅନୁସାରେ କରୀନା, ବେକରେ ଯେଉଁ ନେକଲେସ ପିନ୍ଧିଥିଲେ ତାହାର ମୂଲ୍ୟ ୩୮ ଲକ୍ଷ ଟଙ୍କା ଥିଲା । ରିପୋର୍ଟ ଅନୁସାରେ ଏହି ନେକଲେସ Bvlgari ବ୍ରାଣ୍ଡର ଥିଲା ।

କହିବାକୁ ଗଲେ କରୀନା କପୁର ଆଜିକାଲି ଇରଫାନ ଖାନ୍ ଙ୍କ ସହିତ “ଅଂଗ୍ରେଜୀ ମିଡ଼ିୟମ”ର ଶୁଟିଂଗରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ସହ ଫିଲ୍ମ “ଗୁଡ ନିଉଜ”ରେ ନଜରକୁ ଆସିବେ । ଅକ୍ଷୟ କୁମାରଙ୍କ ସହ ସେ ଶେଷଥର ପାଇଁ ୨୦୦୯ରେ ଫିଲ୍ମ “କମବକ୍ତ ଇସ୍କ”ରେ ଦେଖାଯାଇଥିଲେ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news