‘କଭି ଖୁସି କଭି ଗମ’ ଚଳଚ୍ଚିତ୍ରର ଛୋଟ କରିନା ବର୍ତ୍ତମାନ ଦେଖାଯାଉଛନ୍ତି ବହୁତ ଗ୍ଲେମରେଶ, ସୁନ୍ଦରୀ । ଆପଣ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

୨୦୦୧ରେ ଆସିଥିଲା ଚଳଚ୍ଚିତ୍ର ‘କଭି ଖୁସି କଭି ଗମ’ ଯାହାକୁ ଦର୍ଶକଙ୍କର ବହୁତ ଭଲ ପାଇବା ମିଳିଥିଲା । ଏହି ଚଳଚ୍ଚିତ୍ର ମଲ୍ଟିଷ୍ଟାରର ଥିଲା, ଯାହାକୁ ବଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ କରନ ଜୋହର ତିଆରି କରିଥିଲେ । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ, ଶାହରୁଖ ଖାନ, କାଜଲ, କରିନା କପୂର, ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ହ୍ରିତିକ ଏବଂ କରିନା କପୂରଙ୍କ ବାଲ୍ୟକାଳ ଭୂମିକାରେ ଅଭିନୟ କରିଥିବା ଦୁଇଟି ବାଳକଳାକାର ମଧ୍ୟ ବହୁତ ପ୍ରସିଦ୍ଧ ହୋଇଥିଲେ । କିନ୍ତୁ ସବୁଠାରୁ ଅଧିକ ପ୍ରସିଦ୍ଧ କରିନା କପୂରଙ୍କ ଭୂମିକାରେ ଅଭିନୟ କରିଥିବା ଝିଅ ହୋଇଥିଲା । ଚଳଚ୍ଚିତ୍ରରେ କରିନା କପୂରଙ୍କ ବାଲ୍ୟ କାଳର ଭୂମିକାରେ ଅଭିନୟ କରିଥିବା ଝିଅର ନାମ ହେଉଛି ମାଲବିକା ରାଜ । ମାଲବିକା କରିନାଙ୍କ ବାଲ୍ୟ କାଳର ଭୂମିକାକୁ ବହୁତ ଭଲ ଭାବରେ ପରଦାରେ ନିଭେଇ ଥିଲେ । ବର୍ତ୍ତମାନ ଚଳଚ୍ଚିତ୍ର ରିଲିଜ ହୋଇ ୧୮ ବର୍ଷ ବିତି ସାରିଛି ଏବଂ ଏହି ୧୮ ବର୍ଷ ମଧ୍ୟରେ ମାଲବିକା ରାଜ ବହୁତ ସୁନ୍ଦରୀ ଏବଂ ଷ୍ଟାଇଲିସ ହୋଇଯାଇଛନ୍ତି ।

ବହୁତ ସୁନ୍ଦରୀ ଏବଂ ଷ୍ଟାଇଲିସ ହୋଇ ଯାଇଛନ୍ତି ମାଲବିକା :

ଆପଣଙ୍କୁ ଜଣାଇ ଦେଉଛୁ, ମାଲବିକା ରାଜଙ୍କ ଜନ୍ମ ୧୮ ସେପ୍ଟେମ୍ବର ୧୯୯୩ରେ ହୋଇଥିଲା । ବର୍ତ୍ତମାନ ମାଲବିକା ୨୬ ବର୍ଷୀୟା ଅଟନ୍ତି ଏବଂ ଏହି ବିତି ଯାଇଥିବା ବର୍ଷରେ ମାଲବିକାଙ୍କ ଠାଣି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଯେତେବେଳେ ଏହି ଫିଲ୍ମ ଆସିଥିଲା, ସେହି ସମୟରେ ତାଙ୍କର ବୟସ ମାତ୍ର ୯ ବର୍ଷ ଥିଲା ଏବଂ ବର୍ତ୍ତମାନ ସେ ୨୬ ବର୍ଷ ବୟସରେ ବହୁତ ସୁନ୍ଦରୀ ହୋଇଯାଇଛନ୍ତି । ଚଳଚ୍ଚିତ୍ରରେ ସେ ‘ପୂଜା’ ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ଫ୍ୟାସନ କରିବା ବହୁତ ପସନ୍ଦ ଥିଲା ଏବଂ ଯିଏ ବହୁତ ଷ୍ଟାଇଲିସ ଥିଲେ । ପ୍ରକୃତ ଜୀବନରେ ମଧ୍ୟ ମାଲବିକା ସେତିକି ହିଁ ସୁନ୍ଦରୀ ଅଟନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣ ମାନଙ୍କୁ ମାଲବିକାଙ୍କ ବିଷୟରେ ଆଉ କିଛି ସୂଚନା ପ୍ରଦାନ କରିବୁ । ଯାହାକୁ ଜାଣିବା ପରେ ଆପଣମାନେ ମଧ୍ୟ ତାଙ୍କର ଦିୱାନା ପାଲଟି ଯିବେ ।

ଜିମ ବାହାରେ ମାଲବିକା ଦେଖିବାକୁ ମିଳିଥିଲେ :

କିଛି ଦିନ ପୂର୍ବରୁ ମାଲବିକା ରାଜ ଜିମ ବାହାରେ ଦେଖିବାକୁ ମିଳିଲେ । ଜିମର ପୋଷାକରେ ସେ ଏତେ ସୁନ୍ଦର ଦେଖା ଯାଉଥିଲେ ଯେ, ତାଙ୍କ ସୁନ୍ଦରତା ଦେଖି ସମସ୍ତେ ଦିୱାନା ହୋଇଯିବେ । ଯେବେ ସେ କ୍ୟାମେରାକୁ ଦେଖିଲେ, ତେବେ ସେ ହସି ହସି ପୋଜ ଦେଇଥିଲେ । ଜିମ ପୋଷାକରେ ସେ ବହୁତ ହଟ୍ ଦେଖା ଯାଉଥିଲେ । ବର୍ତ୍ତମାନ ମାଲବିକାଙ୍କ ଏହି ଫୋଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ।

ମଡ଼ଲିଂରେ ନାମ ଅର୍ଜନ କରିଛନ୍ତି :

ଯଦିଓ, ସେ “କଭି ଖୁସି କଭି ଗମ” ଚଳଚ୍ଚିତ୍ର ପରେ ଆଉ କୌଣସି ଚଳଚ୍ଚିତ୍ରରେ ନଜର ଆସି ନାହାଁନ୍ତି କିନ୍ତୁ ସେ ମଡ଼ଲିଂରେ ବହୁତ ଭଲ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ଏବଂ ଅଧିକାଂଶ ଦିନ ନିଜର ଫୋଟୋ ସେୟାର କରନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନସ୍ ଅଛନ୍ତି । ମାଲବିକାଙ୍କ ଫେନସ୍ ଙ୍କୁ ଶୀଘ୍ର ହିଁ ମାଲବିକାଙ୍କ ବଲିଉଡ଼ରେ ଡେବ୍ୟୁର ଅପେକ୍ଷା ରହିଛି । ଜଣାଇ ଦେଉଛୁ ଯେ, ମାଲବିକା ଦେଖିବାକୁ ଏତେ ସୁନ୍ଦର ଅଟନ୍ତି ଯେ, ସେ ବଲିଉଡ଼କୁ ଆସିବା ପରେ ହିଁ ହିରୋଇନମାନଙ୍କ ଛୁଟି କରି ଦେଇପାରିବେ । ତାଙ୍କ ଠାରେ ସେହି ସମସ୍ତ ଗୁଣ ରହିଛି; ଯାହା ଗୋଟିଏ ବଲିଉଡ଼ ହିରୋଇନ ଠାରେ ରହିବା ଦରକାର । ମାଲବିକା କୌଣସି ଷ୍ଟାର କିଡ୍ସ ନୁହଁନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଚାହଁନ୍ତି । ତାଙ୍କର ଉତ୍ତମ ଅଭିନୟକୁ ଲୋକେ ବର୍ତ୍ତମାନ ମଧ୍ୟ ମନେ ପକାନ୍ତି । ଏଥିପାଇଁ ସମସ୍ତେ ତାଙ୍କୁ ପରଦାରେ ଦେଖିବାକୁ ଚାହଁନ୍ତି ।

ଦେଖନ୍ତୁ କିଛି ଫୋଟ :