୧୯ ବର୍ଷ ଚଳଚ୍ଚିତ୍ର ଜୀବନକାଳ ମଧ୍ୟରେ କରିନା ଭାଙ୍ଗିଥିଲେ ଏହି ଅଭିନେତା ମାନଙ୍କର ହୃଦୟ ! ଏମାନଙ୍କ ମଧ୍ୟରୁ ଜଣଙ୍କୁ ସେ ପ୍ରକୃତରେ ବହୁତ ଭଲ ପାଉଥିଲେ ।

Spread the love

ସୈଫଙ୍କ ବ୍ୟତୀତ ଏହି ଅଭିନେତାମାନଙ୍କୁ ମଧ୍ୟ ଭଲପାଉଥିଲେ କରିନା କପୁର ।

ବଲିଉଡ଼ର ଲୋକପ୍ରିୟ ନାୟିକା କରିନା କପୁରଙ୍କ ଫିଲ୍ମି କ୍ୟାରିୟର ବହୁତ କୌତୁହଳ ପୂର୍ଣ୍ଣ ରହିଛି । କରିନା କପୁର ବଲିଉଡ଼ ଇଣ୍ଡଷ୍ଟ୍ରିରେ ୧୯ ବର୍ଷ ପୂରଣ କରିଛନ୍ତି । ୧୯ ବର୍ଷର ଏହି ସମୟ କାଳରେ କରିନା କପୁର ବହୁତ ଗୁଡିଏ ହିଟ୍ ଫିଲ୍ମ ଦେଇଛନ୍ତି ତ ଆଉ କିଛି ଫ୍ଲପ ଫିଲ୍ମ ମଧ୍ୟ ଦେଇଛନ୍ତି, କିନ୍ତୁ ନିଜର ସୁନ୍ଦରତା ବଳରେ ଓ ଅଭିନୟ ଦ୍ୱାରା ସେ ନିଜର ପାରଙ୍ଗମତା ଦେଖାଇବାରେ ସକ୍ଷମ ହୋଇ ପାରିଛନ୍ତି । ହଁ ଆଜ୍ଞା, କରିନା କପୁର ଠିକ ୧୯ ବର୍ଷ ପୂର୍ବରୁ ୨୦୦୦ ମସିହାରେ ଚଳଚ୍ଚିତ୍ର “ରେଫ୍ୟୁଜି” ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ, ଯାହା ପରେ ସେ କେବେ ମଧ୍ୟ ପଛକୁ ଚାହିଁ ନାହାଁନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ବଲିଉଡରେ ବେବୋ ନାମରେ ପରିଚିତ କରିନା କପୁର ନିଜ ଫିଲ୍ମି କ୍ୟାରିୟରରେ ବିଭିନ୍ନ ପ୍ରକାର ଭୂମିକାରେ ଅଭିନୟ କରିଛନ୍ତି କିନ୍ତୁ ସମସ୍ତ ପ୍ରକାର ଭୂମିକାରେ ଦର୍ଶକ ତାଙ୍କୁ ପସନ୍ଦ କରିଛନ୍ତି । ଖାଲି ଏତିକି ନୁହେଁ, କରିନା କପୁର ନିଜ ଫିଟନେସ ବା ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିଛନ୍ତି । ସେହି କାରଣରୁ ବର୍ତ୍ତମାନ ସେ ଗୋଟିଏ ଶିଶୁ ର ମାଆ ହୋଇ ମଧ୍ୟ ତାଙ୍କର କ୍ୟାରିୟର ହିଟ୍ ରହିଛି । ଜଣାଇ ଦେଉଛୁ ଯେ, କରିନା କପୁର ସେହି ଅଭନେତ୍ରୀ ମାନଙ୍କ ପାଇଁ ମଧ୍ୟ ପ୍ରେରଣା ଅଟନ୍ତି, ଯେଉଁମାନେ ଭାବନ୍ତି ଯେ, ମାଆ ହେବା ପରେ କ୍ୟାରିୟର ସମାପ୍ତ ହୋଇଯାଏ । କାରଣ ବେବୋ କିଛି ଦିନ ପୂର୍ବରୁ ହିଁ “ବୀରେ ଦି ୱେଡ଼ିଙ୍ଗ”ରେ ମଧ୍ୟ ବହୁତ ଭଲ ଅଭିନୟ କରିଛନ୍ତି । ଅଭିନୟ ଛଡ଼ା ବେବୋଙ୍କ ନାମ ଗତ ବର୍ଷ ୧୯ ବର୍ଷରେ ଅନେକ ଅଭିନେତାଙ୍କ ସହ ଜଡିତ ହୋଇଛି, ଯାହାର ଚର୍ଚ୍ଚା ତଳେ ଆଲୋଚନା କରାଯାଇଛି ।

ହ୍ରିତିକ ରୋଶନ :

ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ନାମ ହ୍ରିତିକ ରୋଶନଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା । ବିବାହିତ ହୋଇ ମଧ୍ୟ ହ୍ରିତିକଙ୍କ ହୃଦୟ କରିନାଙ୍କ ଠାରେ ଲାଖି ଯାଇଥିଲା ଓ ଦୁହେଁ ପରସ୍ପରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ଡେଟିଙ୍ଗ ସମୟରେ ଦୁଇଜଣଙ୍କ ନାମ ଚାରିଆଡେ ବ୍ୟାପିବାରେ ଲାଗିଲା । ତେବେ ହ୍ରିତିକ ରୋଶନଙ୍କ ପିତା ରାକେଶ ରୋଶନ ଦୁଇଜଣଙ୍କୁ ସାଥିରେ କାମ କରିବା ପାଇଁ ମନା କରିଦେଲେ । ଯାହାପରେ ଦୁଇଜଣଙ୍କର ବ୍ରେକଅପ୍ ବା ବିଚ୍ଛେଦ ହୋଇଥିଲା ଓ ପରେ ଦୁଇଜଣ କେବେ ମଧ୍ୟ ସାଥିରେ କାମ କଲେ ନାହିଁ । ଏହି ଦୁଇଜଣଙ୍କ ମଧ୍ୟରେ ଭଲପାଇବା “କଭି ଖୁସି କଭି ଗମ” ଚଳଚ୍ଚିତ୍ର ସେଟରୁ ଆରମ୍ଭ ହୋଇଥିଲା ।

ଶାହୀଦ କପୂର :

ବଲିଉଡ ଜଗତରେ କରିନା କପୁର ଓ ଶାହୀଦ କପୁରଙ୍କ ପ୍ରେମର ଚର୍ଚ୍ଚା ସୁବିଦିତ ଅଟେ । କରିନାଙ୍କ ପାଇଁ ଶାହୀଦ କପୁର ଆମିଷ ଖାଇବା ମଧ୍ୟ ଛାଡ଼ି ଦେଇଥିଲେ, କିନ୍ତୁ ପରେ ଚଳଚ୍ଚିତ୍ର “ଜବ ୱଇ ମେଟ”ର ସେଟରେ ଦୁଇଜଣଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ଏବଂ ପରେ ବ୍ରେକଅପ୍ ମଧ୍ୟ ହୋଇଗଲା । କରିନା କପୁର ଓ ଶାହୀଦ କପୁରଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବାର କାରଣ ସୈଫ ଅଲ୍ଲି ଖାନ ବୋଲି କୁହାଯାଏ । କାରଣ ସେହି ସମୟରେ ଚଳଚ୍ଚିତ୍ର “କୁର୍ବାନ”ରେ କରିନା ସୈଫଙ୍କ ସହିତ କାମ କରୁଥିଲେ ଓ ସେଥି ଯୋଗୁଁ ତାଙ୍କ ସମ୍ପର୍କ ଶାହୀଦଙ୍କ ସହିତ ଖରାପ ହୋଇଥିଲା ।

ସୈଫ ଅଲ୍ଲି ଖାନ୍ :

ପ୍ରେମ ମାମଲାରେ ଅନେକଥର ହୃଦୟ ଭାଙ୍ଗିଲା ପରେ କରିନା କପୁରଙ୍କୁ ତାଙ୍କ ଜୀବନ ସାଥି ମିଳିଥିଲା, ଯାହାଙ୍କ ନାମ ସୈଫ ଅଲି ଖାନ ଅଟେ । ହଁ ଆଜ୍ଞା, ସୈଫ ଅଲ୍ଲି ଖାନଙ୍କ ସହିତ ବିବାହ କରିବା ପରେ କରିନା ଗଣମାଧ୍ୟମରେ ବହୁତ ଚର୍ଚ୍ଚାରେ ଆସିଥିଲେ । କାରଣ କରିନାଙ୍କ ଠାରୁ ସୈଫ ବୟସରେ ବହୁତ ବଡ଼ ଥିଲେ କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବହୁତ ଗଭୀର ପ୍ରେମ ସମ୍ପର୍କ ରହିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ବର୍ତ୍ତମାନ କରିନା କପୁର, ସୈଫ ଅଲ୍ଲି ଖାନଙ୍କ ସହିତ ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି ଓ ଏମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି, ଯାହାର ନାମ ତୈମୁର ଅଟେ ।