କରଣ ଜୋହର କରିଲେ ଖୁଲାସା, “ସରୁଖ ଖାନ୍ ଙ୍କ ପାଇଁ ନିଜ ଏକ ମାସର ଝିଅ ନ୍ୟାସାକୁ ଛାଡି ଚାଲିଆସି ଥିଲେ କାଜଲ” ।

Spread the love

ସରୁଖଙ୍କ କହିବା ପରେ ନିଜ ଏକ ମାସର ଝିଅକୁ ଛାଡି ଚାଲି ଆସିଥିଲେ କାଜଲ ।

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ ଆଜିକାଲି ବହୁତ ପ୍ରସିଦ୍ଧି ସାଉଁଟିବାରେ ଲାଗିଛି । “ଶୋ”ରେ ଅନେକ ଅତିଥି ଆସି ନିଜ ନିଜ ଚଳଚ୍ଚିତ୍ରର ପ୍ରଚାର କରି ଯାଉଛନ୍ତି । ଏହିପରି କାଜଲ ଏବଂ କରଣ ଜୋହର ମଧ୍ୟ ଗତ ସପ୍ତାହରେ କପିଲ ଶର୍ମା “ଶୋ”କୁ ଆସିଥିଲେ । କାଜଲ ଏବଂ କରଣ ଖୁବ୍ ମସ୍ତି କରିବା ସହ ଏକ ରହସ୍ୟର ଖୁଲାସା ମଧ୍ୟ କରିଛନ୍ତି । ବହୁ ବର୍ଷ ପୁରୁଣା ଏକ ରହସ୍ୟକୁ କରଣ ଲୋକଲୋଚନକୁ ଆଣିଛନ୍ତି ।

କାଜଲ ଏବଂ କରଣ ଜୋହର ଭଲ ବନ୍ଧୁ ଅଟନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ବ୍ୟଙ୍ଗ କରୁଥିବାର ଦେଖିବା ପାଇଁ ମିଳିଥିଲା । ଏହି ସମୟରେ କପିଲ ଦୁହିଁଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଏବଂ ଦୁହେଁ ନିଜ ନିଜ ଶୈଳୀରେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । କପିଲ ଲୋକସଭା ନିର୍ବାଚନକୁ ନେଇ ଦୁହିଁଙ୍କୁ ପ୍ରଶ୍ନ କରିଥିଲେ, ଆପଣମାନଙ୍କୁ ଏକ ମନ୍ତ୍ରାଳୟ ଖୋଲିବା ଉଚିତ୍ ଏହି ପ୍ରଶ୍ନର ଉତ୍ତରରେ କରଣ କହିଥିଲେ ।

କରଣଙ୍କ କ୍ୟାବିନେଟର ଏହି ତାରକା ମାନେ ସାମିଲ ହେବେ ।

କରଣ କପିଲଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ତାଙ୍କ ମନ୍ତ୍ରାଳୟର ଅକ୍ଷୟ କୁମାର ସ୍ୱାସ୍ଥ୍ୟ ମନ୍ତ୍ରୀ ହେବା ସହ ବରୁଣ ଧ୍ଵବନ ସୋସିଆଲ ମିଡ଼ିଆ ମନ୍ତ୍ରୀ, କରିନା କପୁର ବାର୍ତ୍ତାଳାପ ମନ୍ତ୍ରୀ ଏବଂ ସୋନମ କପୁର ହେବେ ଫ୍ୟାସନ ମନ୍ତ୍ରୀ । ଯେତେବେଳେ କରଣଙ୍କୁ ପଚରା ଯାଇଥିଲା ଯେ, ଆପଣ ସର୍ବଦା କାଜଲଙ୍କୁ ନିଜ ଚଳଚିତ୍ରରେ ଅଭିନୟ କରାଇଥାନ୍ତି, ଏହି ପ୍ରଶ୍ନର ଉତ୍ତରରେ କରଣ କହିଥିଲେ, କାଜଲ ମୋର ଭଲ ବନ୍ଧୁ ଅଟନ୍ତି; ଏଥିପାଇଁ ତାଙ୍କ ସହ ମୁଁ କାମ କରିଥାଏ କିନ୍ତୁ ପ୍ରାୟତଃ ସମୟର ଅଭାବ ରହିଥାଏ ।

ସରୁଖଙ୍କ ପାଇଁ ନ୍ୟାସାଙ୍କୁ ଛାଡି ଚାଲି ଆସିଥିଲେ କାଜଲ ।

କରଣ “ଶୋ”ରେ କହିଥିଲେ ମୁଁ “କଲ ହୋ ନା ହୋ” ଚଳଚ୍ଚିତ୍ରର ମାହି ଗୀତରେ କାଜଲଙ୍କ ସହ ଅଭିନୟ କରିବା ପାଇଁ ଚାହୁଁଥିଲି କିନ୍ତୁ ସେହି ସମୟରେ ସେ ନ୍ୟାସାଙ୍କୁ ଜନ୍ମ ଦେଇଥିଲେ । ସେହି ସମୟରେ ନ୍ୟାସା କେବଳ ଏକ ମାସର ଥିଲେ । କିନ୍ତୁ ଯେତେବେଳେ ମୁଁ ଏବଂ ସାରୁଖ, କାଜଳଙ୍କୁ ଡାକିଥିଲୁ ସେ ତୁରନ୍ତ ଚାଲି ଆସିଥିଲେ ।ଏହାର ଅର୍ଥ ଏହା ହେଉଛି ଏହି ତିନି କଳାକାରଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି । ଯାହା ଆପଣ ସେମାନଙ୍କ ଚଳଚିତ୍ରରୁ ଜାଣି ପାରୁଥିବେ ।

“କଭି ଅଲବିଦା ନା କେହନା”ରେ କାଜଲଙ୍କୁ ନେଇ କାମ କରିବା ପାଇଁ ଚାହୁଁଥିଲେ କରଣ ଜୋହର ।

ସାରୁଖ ଖାନ୍ ଙ୍କ ସୁପର ହିଟ୍ ଚଳଚିତ୍ର “କଭି ଅଲବିଦା ନା କେହନା”ରେ କାଜଲଙ୍କୁ ନେବା ପାଇଁ ଚାହୁଁଥିଲେ କରଣ ଜୋହର । କିନ୍ତୁ ସେହି ସମୟରେ କାଜଲଙ୍କ ଝିଅ ନ୍ୟାସା ଖୁବ୍ ଛୋଟ ଥିଲେ । କହିବା ପାଇଁ ଚାହୁଁଛୁ; କାଜଲ, କରଣଙ୍କ ପସନ୍ଦୀୟ ଅଭିନେତ୍ରୀ ଅଟନ୍ତି । କାଜଲଙ୍କୁ କରଣ ଜୋହର ତିଆରି କରିଛନ୍ତି ଏବଂ କାଜଲଙ୍କ କାମ କାଜଲଙ୍କୁ ପ୍ରସିଦ୍ଧ କରାଇଛି । କରଣ ଅନେକ କଳାକାରଙ୍କୁ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି । ସେମାନେ ହେଲେ ଆଲିଆ, ସିଦ୍ଦାର୍ଥ ଏବଂ ବରୁଣ ଧବନ ।