କପୂର ପରିବାର ବର୍ତ୍ତମାନ ପାଳନ କରିବ ନାହିଁ ଗଣେଶ ଉତ୍ସବ । ଆର.କେ.ଷ୍ଟୁଡ଼ିଓ ବିକ୍ରୀ ହେବା ପରେ ହିଁ ଭାଙ୍ଗିଗଲା ୭୦ ବର୍ଷର ପୁରାତନ ପରମ୍ପରା !

Spread the love

ବନ୍ଧୁଗଣ ବଲିଉଡ଼ରେ କେତେଗୁଡିଏ କଳାକାର ନିଜ ଘରେ ପ୍ରଭୁ ଗଣେଶଙ୍କ ସ୍ଥାପନ କରିଛନ୍ତି କିନ୍ତୁ ସମସ୍ତଙ୍କ ଆଖି କପୂର ପରିବାରର ଗଣେଶ ଉତ୍ସବ ଉପରେ ରହିଥାଏ । ଗତ ୭୦ ବର୍ଷରୁ କପୂର ପରିବାରରେ ଗଣେଶ ଉତ୍ସବ ପାଳନ କରିବା ପରମ୍ପରା ଚାଲୁଅଛି । କପୂର ପରିବାର ଗଣେଶ ଉତ୍ସବ ପାଳନ କରିବାର ନିଜର ୭୦ ବର୍ଷର ପୁରାତନ ପରମ୍ପରା ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଆପଣମାନଙ୍କୁ ଜଣାଇଦେଉଛୁ ଯେ, ୭୦ ବର୍ଷରୁ କପୂର ପରିବାର ଆର.କେ.ଷ୍ଟୁଡ଼ିଓରେ ବଡ଼ ଆଡମ୍ବରତାର ସହ ଗଣେଶ ଉତ୍ସବ ପାଳନ କରିଆସୁଥିଲା । ବର୍ତ୍ତମାନ ଆର.କେ.ଷ୍ଟୁଡ଼ିଓ ବିକ୍ରୀ ହୋଇସାରିଛି । ରିପୋର୍ଟ ଅନୁସାରେ ରଣଧୀର କପୂରଙ୍କ ତରଫରୁ ଲେଖାଯାଇଛି ଯେ, ଗତ ବର୍ଷ ପାଳିତ ହୋଇଥିବା ଗଣେଶ ଉତ୍ସବ ତାଙ୍କ ପାଇଁ ଶେଷ ଉତ୍ସବ ଥିଲା । ବର୍ତ୍ତମାନ ଏହାକୁ ସେମାନେ ଆଗକୁ ଜାରି ରଖିବେ ନାହିଁ । ପାଖାପାଖି ୭୦ ବର୍ଷ ପୂର୍ବରୁ ରାଜ କପୂର ଏହି ଉତ୍ସବର ଆରମ୍ଭ ଆର.କେ.ଷ୍ଟୁଡ଼ିଓରେ କରିଥିଲେ, ଯେଉଁଠାରେ ପ୍ରତି ବର୍ଷ ବହୁ ସଂଖ୍ୟାରେ ଲୋକମାନେ ବାବା ଗଣେଶଙ୍କ ଦର୍ଶନ କରିବା ପାଇଁ ପହଞ୍ଚୁଥିଲେ । ଏହା ମୁମ୍ବାଇର ସବୁଠାରୁ ଭଲ ଗଣେଶ ଉତ୍ସବ ବୋଲି କୁହାଯାଉଥିଲା ।

ରଣଧୀର କପୂର ଗଣେଶ ଉତ୍ସବ କୁ ନେଇ କହିଛନ୍ତି ଯେ ତାଙ୍କ ପିତା ରାଜ କପୂର ଆର.କେ.ଷ୍ଟୁଡ଼ିଓ ରେ ଗଣପତି ଉତ୍ସବ ପାଳନ କରିବା ଶୁଭାରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଏମାନଙ୍କ ପାଖରେ ଏତିକି ବଡ଼ ସମ୍ପତ୍ତି ବା ପ୍ରପଟି ନାହିଁ ଯାହା ଉପରେ ସେ ଗଣେଶ ଉତ୍ସବ ର ଆୟୋଜନ ସେହିପରି ଭାବରେ କରିପାରିବେ । ସେ କହିଲେ ଯେ ଆମେ ସମସ୍ତେ ବପ୍ପା ଙ୍କୁ ବହୁତ ଭଲପାଉ ଏବଂ ତାଙ୍କଠାରେ ଆମର ଅତୁଟ ବିଶ୍ୱାସ ମଧ୍ୟ ରହିଛି । କିନ୍ତୁ ମୋତେ ଲାଗେ ଯେ ବର୍ତ୍ତମାନ ଆମେ ଏହି ପରମ୍ପରା କୁ ଆଗକୁ ନେଇ ଯାଇପାରିବୁ ନାହିଁ ।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ, ନିଜ ସମୟର ପ୍ରସିଦ୍ଧ ଅଭିନେତା ରାଜ କପୂର ୧୯୪୮ରେ ଆର.କେ.ଫିଲ୍ମସ ଏବଂ ଷ୍ଟୁଡ଼ିଓର ସ୍ଥାପନା କରିଥିଲେ । ଜଣାଇଦେଉଛୁ ଯେ, ‘ମେରା ନାମ ଜୋକର’, ‘ଆୱାରା’, ‘ଶ୍ରୀ ୪୨୦’, ଏବଂ ‘ରାମ ତେରି ଗଙ୍ଗା ମେଲି’, ପରି କେତେଗୁଡିଏ ଉତ୍ତମ ଚଳଚ୍ଚିତ୍ର ମାନଙ୍କର ନିର୍ମାଣ ଆର.କେ.ଷ୍ଟୁଡ଼ିଓରେ ହୋଇଥିଲା । ୨୦୧୭ରେ ନିଆଁ ଲାଗିଯିବା ଦ୍ୱାରା ଏହି ଷ୍ଟୁଡ଼ିଓର ବହୁତ ବଡ଼ ଅଂଶ ଜଳିଯାଇଥିଲା । ୨୦୧୮ରେ କପୂର ପରିବାର ଏହାକୁ ବିକ୍ରୀ କରିବା ପାଇଁ ନିଷ୍ପତ୍ତି ନେଲେ । ରିଆଲ ଏଟେଷ୍ଟର ପ୍ରସିଦ୍ଧ କମ୍ପାନୀ ଦିଗଜ୍ଜ ଗୋଦରେଜ ପ୍ରପଟିଜ ଏହାକୁ କିଣି ଏହି ଜାଗାରେ ଆରମ ଦାୟକ ଫ୍ଲେଟ୍ ଏବଂ ରିଟେଲ ସେପ୍ସ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।