ସାହସୀ ସୈନିକ ‘ଅଭିନନ୍ଦନ’ । ହିନ୍ଦୁସ୍ଥାନ “ଜିନ୍ଦଵାଦ୍” ନାରା ପାକିସ୍ତାନରେ ! କାହିଁକି ଅଭିନନ୍ଦନଙ୍କୁ ପାକିସ୍ତାନ ଭିତରେ ଯିବାକୁ ପଡିଥିଲା !

Spread the love

ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଙ୍କର ବାହାଦୁରୀର ଚର୍ଚ୍ଚା ଚାରିଆଡେ ହେଉଛି । ୨୭ ଫେବୃଆରୀରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ତାଙ୍କର ମିଗ ପଡିବା ପୂର୍ବରୁ ଅଭିନନ୍ଦନ ନିଜ ବାହାଦୁରୀ ଦେଖେଇ ଥିଲେ । ଅଭିନନ୍ଦନ ମିଗ୨୧ ଉଡେଇବାରେ ମାଷ୍ଟର ଥିଲେ । ତାଙ୍କ ସହକର୍ମୀ ମାନଙ୍କର ଅନୁସାରେ ପାକିସ୍ତାନକୁ ଜବାବ ଦେବାର କାମ ଅଭିନନ୍ଦନଙ୍କୁ ଦିଆଯାଇଥିଲା ।

ପାକିସ୍ତାନ ସହିତ ୨୭ ଫେବୃଆରୀ ସକାଳୁ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଯୁଦ୍ଧ ଜାମୁକାଶ୍ମୀରର ନୌସେରା ସେକଟରରେ ହୋଇଥିଲା । ଏହି ଜାଗା ପାକିସ୍ତାନର ସଟି ନିୟନ୍ତ୍ରଣ ରେଖାର ଆଖପାଖ ଅଟେ ।ଏକୋନୋମିକ ଟାଇମସରେ ଲେଖା ହୋଇଥିଲା କି ଯୁଦ୍ଧ କିପରି ଆରମ୍ଭ ହୋଇଥିଲା । ଇଟି ଅନୁସାରେ ପାକିସ୍ତାନ ବାୟୁ ସେନାର ଦଶ ଆୟର କ୍ରାଫ୍ଟ ନିୟନ୍ତ୍ରଣ ରେଖା ପାଖରେ ଦେଖା ଦେଇଥିଲେ।ସେମାନଙ୍କର ବ୍ୟବହାର ଏମିତି ଥିଲା ଯେ ସେମାନେ ଭାରତର ସେନା ଆଡକୁ ବଢିବାର ନଜର ଆସିଲେ।ଏହା ଉପରେ ଭାରତ ତରଫରୁ ଶୀଘ୍ର ନିଷ୍ପତି ନିଆଯାଇଥିଲା।ଭାରତ ତରଫରୁ ଦୁଇଟି ମିଗ,୨୧ ଫାଇଟର ଜେଟ ଏବଂ ୩୦ ଯୁଦ୍ଧ ବିମାନ ଆୟର ଲଞ୍ଚ କରାଗଲା ।କୁହାଯାଉଛି ଯେ ମିଗ ୨୧ ନେଇଯାଇଥିବା ଅଭିନନ୍ଦନ ପାକିସ୍ତାନରୁ ଆସି ପସିଯାଇଥିବା AF-16 ବିମାନର ଅନୁସରଣ କରୁଥିଲେ ଏବଂ ପାକିସ୍ତାନ ଜେଟ AF-16ରେ ଏକ କମ ଦୂରର ମିସାଇଲ R73 ଛାଡିଦେଲେ । ଏହା ଦ୍ଵାରା ପାକିସ୍ଥାନୀ ବିମାନ ଧ୍ବଂସ ହୋଇଗଲା ଏବଂ ଏହା ଜ୍ୱଳନ୍ତ ଅବସ୍ଥାରେ ତଳେ ଆସିପଡ଼ିଲା । ଏହି ସମୟରେ ଅଭିନନ୍ଦନଙ୍କ ମିଗ-21 ମଧ୍ୟ ପଡିଗଲା । ଅଭିନନ୍ଦନ ମଧ୍ୟ ପାରସୁଟ ରୁ ତଳକୁ ଡେଇଁପଡିଲେ । ଯେତେବେଳେ ସେ ତଳକୁ ଡେଇଁଲେ ସେତେବେଳେ ତାଙ୍କୁ ଜଣାନଥିଲା ଯେ ସେ ଭାରତରେ ନା ପାକ ଅଧିକୃତ କାଶ୍ମୀରରେ ଡେଇଁଲେ । ତଳକୁ ଡେଇଁବା ପରେ ସ୍ଥାନୀୟ ଲୋକଙ୍କୁ ପଚାରିଲେ ଏହା ଭାରତ ନା ପାକିସ୍ତାନ।ସ୍ଥାନୀୟ ଲୋକମାନେ ପ୍ରଥମେ ଭାକୁଆ ବନେଇ କହିଲେ ଯେ ଏହା ଭାରତ ଅଟେ । ପରେ ଅଭିନନ୍ଦନଙ୍କୁ ଜଣା ପଡିଲା ଯେ ସେ ପାକିସ୍ତାନ ଆଡକୁ ବଢ଼ୁଛନ୍ତି ।

ଶତ୍ରୁ ହାତରେ ଯେଭଳି କୌଣସି ସୁରାକ ନଲାଗେ, ସେଥିପାଇଁ ପାଖରେ ଥିବା ପ୍ରମାଣକୁ ପାଣିରେ ଭିଜାଇ ନଷ୍ଟ କରିଦେଇଥିଲେ । ଦେଶମାତୃକାର ସୁରକ୍ଷା ପ୍ରତି ସମର୍ପିତ ଏହି ସାହସୀ ଯବାନଙ୍କ ପାକିସ୍ତାନ କାହାଣୀ ପ୍ରକାଶ କରିଛି ପ୍ରମୁଖ ଖବର କାଗଜ ଡନ୍ ନ୍ୟୁଜ୍ । ପ୍ରକାଶିତ ତଥ୍ୟ ଅନୁସାରେ ପାରାଚ୍ୟୁଟରେ ତଳକୁ ଖସିବା ପରେ, ତାଙ୍କୁ ଦେଖି ଘେରିଯାଇଥିଲେ କିଛି ଯୁବକଙ୍କ ସହ ସ୍ଥାନୀୟ ଅଧିବାସୀ । ସେମାନଙ୍କୁ ଦେଖି ପାଖରେ ରଖିଥିବା ପିସ୍ତଲ ବାହାର କରି ଏହା କେଉଁ ଯାଗା? ବୋଲି ପ୍ରଶ୍ନ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହେଲେ ଚାଲାକି କରି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିବାସୀ ତାହା ଭାରତ ବୋଲି କହିଥିଲେ । ପରୀକ୍ଷା କରିବାକୁ ହିନ୍ଦୁସ୍ତାନ ଜିନ୍ଦାବାଦ୍ ଭଳି ସ୍ଲୋଗାନ୍ ଦେଇଥିଲେ ଅଭିନନ୍ଦନ । ଏବଂ ପୁଣି ବନ୍ଧୁକ ଦେଖାଇ ପ୍ରଶ୍ନ କରିଥିଲେ ଏହା ଭାରତର କେଉଁ ଜାଗା? ଏହାପରେ ସ୍ଥାନୀୟ ଲୋକେ ତାହା ପାକିସ୍ତାନ ବୋଲି ସ୍ପଷ୍ଟ କରିଥିଲେ । ପାକିସ୍ତାନ ବୋଲି ଜାଣିବା ପରେ ସେହି ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ କହିଥିଲେ ମୋ ପିଠିରେ ଆଘାତ ଲାଗିଛି । ମୋତେ ଟିକେ ପାଣି ମିଳିବ?

ଡନ ନ୍ୟୁଜ ଲେଖିଛି ଯେ, ପାକିସ୍ତାନ ମାଟିରେ ଅଭିନନ୍ଦନ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ଦେବା ପରେ ଏହାକୁ ହଜମ କରିପାରିନଥିଲେ ସ୍ଥାନୀୟ ବାସିନ୍ଦା । ତାଙ୍କୁ ଆକ୍ରମଣ କରିବାକୁ ପଥର ଉଠାଇବାରୁ ନିଜ ସର୍ଭିସ ରିଭଲଭରରୁ କେବଳ ଫାଙ୍କା ଗୁଳିଚାଳନା କରିଥିଲେ ଅଭିନନ୍ଦନ । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଆଡକୁ ବନ୍ଧୁକ ଦେଖାଇ ପଛୁଆ ପଛୁଆ ପ୍ରାୟ ଅଧ କିଲୋମିଟର ଯାଏଁ ଯାଇଥିଲେ ଅଭିନନ୍ଦନ । ଶତ୍ରୁ ରାଷ୍ଟ୍ରର ମାଟିରେ ଭୟଭୀତ ନହୋଇ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିବା ସହ ସ୍ଥାନୀୟ ଲୋକଙ୍କୁ କେବଳ ଭୟଭୀତ କରିଥିଲେ । ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ନପହଂଚାଇବା ଉଦ୍ଦେଶ୍ୟରେ କେବଳ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ । ଆଉ ଏହାପରେ ପାଖରେ ଥିବା ଏକ ଛୋଟିଆ ପୋଖରୀକୁ ଡେଇଁ ପଡିଥିଲେ ଭାରତୀୟ ପାଇଲଟ୍ । ପାଖରେ ଥିବା ନକ୍ସା ଓ ସମସ୍ତ ଦସ୍ତାବିଜକୁ ପାଣିରେ ଓଦା କରି ନଷ୍ଟ କରିଦେଇଥିଲେ ।

ପାକିସ୍ତାନ ବିମାନ କେଉଁଠାରୁ ଯାତ୍ରା ଆରମ୍ଭ କରିଥିଲେ?

ଏକୋନୋମିକ ଟାଏମ୍ସ ଅନୁସାରେ ପାକିସ୍ତାନର ଜେଟରେ ଦୁଇଜଣ ସୁଟର ଥିଲେ।ଏମାନେ ତିନୋଟି ଅଲଗା ଆୟର ବେଶରୁ ଯାତ୍ରା ଆରମ୍ଭ କରିଥିଲେ।ଏହା ଭାରତର ସୈନ୍ୟ ମାନଙ୍କୁ କୌଣସି କ୍ଷତି କରିପାରିନଥିଲା।ଏହି କଥାର ପ୍ରମୁଖ ପ୍ରମାଣ ଏହା ଯେ ପାକିସ୍ତାନୀ AF16 ବିମାନକୁ ଧ୍ବଂସ କରିଦେଲେ।ଏକ ଅଧିକାରୀଙ୍କ ଅନୁସାରେ ପାକିସ୍ତାନୀ AF16 ବିମାନକୁ ଆମ ମିଗ୨୧ ଏଙ୍ଗେଜ କରିଥିଲା।ତଳେ ଉପସ୍ଥିତ ଥିବା ସୈନ୍ୟ ମାନେ ପାକିସ୍ତାନୀ ଜେଟକୁ ତଳେ ପଡିବା ଦେଖିଲେ।

ବର୍ତ୍ତମାନ ଅନ୍ୟ ପଦକ୍ଷପ କଣ ହେବ?

ଲାଇନ ଅଫ କଣ୍ଟ୍ରୋଲ ପାଖରେ ଆସି ମିଗ୨୧ କ୍ଷତିଗ୍ରସ୍ତ ହୋଇ ପଡ଼ିଲା ଏବଂ ପାକ ସୈନିକ ମାନେ ଅଭିନନ୍ଦନଙ୍କୁ ଗିରଫ କରିଦେଲେ, କିନ୍ତୁ ଏବେ ପାକିସ୍ତାନକୁ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଭାରତକୁ ଫେରେଇବାକୁ ପଡିବ।ତଥ୍ୟ ଅନୁସାରେ ଯଦି ପାକ ଆଗକୁ ଯୁଦ୍ଧ ଚାହୁଁନାହିଁ ତାହାହେଲେ ଅଭିନନ୍ଦନଙ୍କୁ ସୁରକ୍ଷିତ ଏବଂ ବହୁତ ଶୀଘ୍ର ଫେରେଇବାକୁ ପଡିବ।ଜେନେବା ସମିଳନୀରେ ଯୁଦ୍ଧ ସମୟରେ ସେନା, ଗିରଫଦାରୀ ସୈନିକ ଏବଂ ଆହତ ଲୋକଙ୍କ ସହ କିପରି ବ୍ୟବହାର କରିବା ଏହାକୁ ନେଇ ବହୁତ ପ୍ରକାର ଦିଶା ନିର୍ଦେଶ ଅଟେ।ଆର୍ଟିକାଲ ୩ ଅନୁସାରେ ଯୁଦ୍ଧ କରୁଥିବା ସମୟରେ କ୍ଷତିଗ୍ରସ୍ତ ଲୋକଙ୍କର ଭଲ ଚିକିତ୍ସା କରିବାକୁ ହେବ । ବାନ୍ଧି ହୋଇଥିବା ସୈନିକ ମାନଙ୍କ ସହ ବର୍ବର ବ୍ୟବହାର କରାଯିବ ନାହିଁ ।

ଇମ୍ରାନ ଖାଁ ଘୋଷଣା କଲେ, ଭାରତୀୟ ପାଇଲଟ ଅଭିନନ୍ଦନକୁ କାଲି ଛାଡି ଦେବେ :

ପାକିସ୍ତାନ କବ୍ଜାରେ ଫସିଥିବା ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ୧ ମାର୍ଚ୍ଚକୁ ଭାରତ ଫେରିବେ ! ଏହାର ଘୋଷଣା ନିଜେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ କରିଛନ୍ତି ! ଙ୍୨୮ ଫେବୃଆରୀ ଦିନ ଇମ୍ରାନ ଖାଁ ପାକିସ୍ତାନ ଜୋଇଁଟ ପାଇଲଟ ସେସନ ସମ୍ବୋଧିତ କରୁଥିଲେ ! ଜୋଇଁଟ ପାର୍ଲିଆମେଣ୍ଟ କୁ ସମ୍ବୋଧିତ କରୁଥିବା ସମୟରେ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ଶାନ୍ତି ର କଥା କହିଛନ୍ତି ! ଏବେ ଏହାକୁ ଆଗକୁ ବଢ଼ାଇବେ କୌଣସି ଲାଭ ହବନି ! ଇମ୍ରାନ ଖାଁ ଯୁଦ୍ଧ କଥା ନେଇ କହିଛନ୍ତି କି ଏଥିରେ କାହାକୁ କିଛି ଲାଭ ହେବନି ! ସେ ଭାରତ ସହ କଥା ବାର୍ତା କରି ସମାଧାନ କରିବାକୁ ଚାଁହୁଚନ୍ତି ! ପିଏମ ଇମ୍ରାନ ଖାଁ କହିଛନ୍ତି କି ଯୁଦ୍ଧ ଯଦି ଆରମ୍ଭ ହୋଇଯାଏ ତାକୁ ମୁଁ ସମ୍ଭାଳି ପାରିବ ନା ମୋଦି ସମ୍ଭାଳି ପାରିବେ !

ସବୁଠାରୁ ବଡକଥା ହେଉଛି ପାକିସ୍ତାନ ମାଟିରେ ଥାଇ ସ୍ଥାନୀୟ ଲୋକଙ୍କ ଉତେଜନା ସତ୍ୱେ ଡରିଯାଇ ନଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ସେ ଶାନ୍ତିର କଥା କହିବା ସହ ପାକିସ୍ତାନ ସବୁ ପ୍ରକାରେ ଭାରତ ସହ କଥା ବାର୍ତା ହେବା ପାଇଁ ପ୍ରସ୍ତୁତ ଅଛି ! ଏହି ସବୁ କଥା ସାରି ଇମ୍ରାନ ଖାଁ ନିଜ ଆସନରେ ବସି ପଡିଲେ ଆଉ କେହି କିଛି କହିବା ପୂର୍ବରୁ, ଇମ୍ରାନ ଖାଁ ଆଉ ଥରେ ନିଜ ଆସନରୁ ଉଠି କହିଲେ – “ଭାରତର ଏକ ପାଇଲଟ ଆମ କବ୍ଜାରେ ରହିଛି, ଆମେ ତାକୁ କାଲି ଛାଡି ଦେବୁ ” !