କଞ୍ଚା ପିଆଜ ଏହି ଏହି ଚାରିଟି ରୋଗ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଶତ୍ରୁ ସମାନ !

Spread the love

ଭୋଜନକୁ ସ୍ୱାଦିଷ୍ଟ ଓ ପୌଷ୍ଟିକ କରିବାପାଇଁ କଞ୍ଚା ପିଆଜ ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ । ଭୋଜନ କରିବା ସମୟରେ କଞ୍ଚା ପିଆଜ ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗିଥାଏ । କଞ୍ଚା ପିଆଜ ରେ ବରପୁର ମାତ୍ରାରେ ଗୁଣ ଥାଏ ଯାହାକି ଶରୀରକୁ ବହୁତ ହିତକର ହୋଇଥାଏ । କଞ୍ଚା ପିଆଜ ଖାଇଲେ ପେଟ ସଫା ହୋଇଥାଏ, କାନ ବ୍ୟଥା କମି ଥାଏ, କେଶ କଲା ହୋଇଥାଏ ଓ ଅନେକ ଭୟଙ୍କର ରୋଗ ମାନଙ୍କଠାରୁ ରକ୍ଷା କରିଥାଏ । କିନ୍ତୁ ଏହି ୪ ଟି ଅସୁବିଧାରେ ଥିଲା ସମୟରେ ଭୁଲ୍ ରେ ମଧ୍ୟ କଞ୍ଚା ପିଆଜକୁ ଖାନ୍ତୁ ନାହିଁ ।

ଆସନ୍ତୁ ସେହି ୪ଟି ଅସୁବିଧାରେ ଥିବା ସମୟରେ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ ସେ ବିଷୟରେ ଆଜି ଆମେ ସମ୍ପୂର୍ଣରୂପେ ଜାଣିବା ।

୧) ନିମ୍ନ ରକ୍ତଚାପ –

ଯେଉଁ ବ୍ୟକ୍ତିମାନଙ୍କର ରକ୍ତ ଚାପ ନିମ୍ନ ଥାଏ, ସେମାନେ କଞ୍ଚା ପିଆକ ଠାରୁ ଦୁରେଇ ରହିବା ଉଚିତ, (ଆଦୌ ଖାଇବା ଅନୁଚିତ) । କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀରର ଶିରଗୁଡିକ ଚଉଡା (ଓସାର) ବଢିଯାଏ, ଯାହା ଦ୍ୱାରା ରକ୍ତ ପ୍ରଭାବର ଗତିରେ ବାଧା ପ୍ରାପ୍ତ ହୋଇଥାଏ ଓ ରକ୍ତ ପ୍ରବାହର ଗତି ମଧ୍ୟ କମିଯାଇ ଥାଏ ।

୨) ରକ୍ତର ଅଭାବ –

ଯେଉଁ ଲୋକମାନେ ଏନିମିଆରେ ଆକ୍ରାନ୍ତ, ସେହି ବ୍ୟକ୍ତିମାନଙ୍କ ଶରୀରରେ ରକ୍ତର ମାତ୍ର ବହୁତ କମ ଥାଏ, ସେମାନେ କଞ୍ଚା ପିଆଜକୁ ଭୁଲ୍ ରେ ମଧ୍ୟ ଖାଆନ୍ତୁ ଖାନ୍ତୁ ନାହିଁ । କାରଣ କଞ୍ଚା ପିଆଜ ଖାଇଲେ ଶରୀରରେ ରକ୍ତ ସ୍ତରର ପରିମାଣ କମିଯାଏ ଓ ଏନିମିଆ ଭଳି ରୋଗର ଶିକାର ମଧ୍ୟ ହୋଇପାରନ୍ତି ।

୩) ବୃକକ ସମ୍ବନ୍ଧୀୟ ବେମାର –

ଯେଉଁ ଲୋକମାନଙ୍କ ବୃକକ ସମ୍ବନ୍ଧୀୟ କିଛି ସମସ୍ୟା ଥାଏ, ସେମାନେ ମଧ୍ୟ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ । କଞ୍ଚା ପିଆଜ ଖାଇଲେ ବୃକକ ସମ୍ବନ୍ଧୀୟ ସମସ୍ୟା ବଢିବାର ସମ୍ଭାବନା ହୋଇପାରେ ।

୪) ରକ୍ତସ୍ରାବର ସମସ୍ୟା –

ଯେଉଁ ଲୋକର ଶରୀରରେ ରକ୍ତସ୍ରାବର ସମସ୍ୟା ଥାଏ, ସେମାନେ କଞ୍ଚା ପିଆଜ ଖାଇବା ଉଚିତ ନୁହେଁ । କଞ୍ଚା ପିଆଜ ଖାଇଲେ ରକ୍ତସ୍ରାବର ସମସ୍ୟା ଅଧିକ ବଢ଼ିପାରେ ।

ସୂଚନାଟି ଭଲ ଲାଗିଲେ Comment କରି ଜଣାନ୍ତୁ ଏବଂ Share କରନ୍ତୁ ।