ମାତ୍ର ସାତ ଦିନ କାଞ୍ଚ ଅଁଳା ଖାଇବା ଦ୍ୱାରା ଦୂର ହୋଇଥାଏ, କେତେକ ଭୟଙ୍କର ରୋଗ : ଆସନ୍ତୁ ଜାଣିବା

Spread the love

‘ଶରୀରଂ ବ୍ୟାଧି’ ! ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ରୋଗର ଶୀକାର ହୋଇଥାନ୍ତି ! ପରିବେଶ ଯେଉଁ ଭଳି ଭାବରେ ଦିନକୁ ଦିନ ବଦଳୁଛି ଓ ବିଜ୍ଞାନ ଯେଉଁ ପରି ଭାବରେ ଉର୍ନ୍ନତି କରୁଛି, ସେହି ହିସାବରେ ମନୁଷ୍ୟ ବିଭିନ୍ନ ରୋଗର ଶିକାର ହେଉଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ !ଏତଦବ୍ୟତୀତ ରାସାୟନିକ ସାରର ବହୁଳ ବ୍ୟବହାର ଏବଂ ମନୁଷ୍ୟ ତାର ଦୈନନ୍ଦିନ କାର୍ଯ୍ୟକୁ ସହଜ ସାଧ୍ୟ କରିବା ପାଇଁ ଯେଉଁ ସବୁ ପଦକ୍ଷପ ବା ଉପାୟମାନ ଗ୍ରହଣ କରୁଛି, ସ୍ୱାଭାବିକ କଥା, ଶରୀର କ୍ଲାନ୍ତ ହେବ ସଂଗେ ସଂଗେ ଶରୀରକୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଆକ୍ରାନ୍ତ କରୁଛି ! ଏହି ବ୍ୟସ୍ତ ବହୁଳ ଦୁନିଆରେ ପ୍ରତ୍ୟେକ ମନୁଷ୍ୟ ସୁସ୍ଥ ରହିବ ପାଇଁ ଅହରହ ଆପ୍ରାଣ ଚେଷ୍ଟା କରନ୍ତି !

ଆମ ଦେଶ ମଧ୍ୟ ପ୍ରକୃତିର ଗନ୍ତାଘର ! ସବୁଜ ବନାନୀରେ ଆଚ୍ଛାଦିତ ଆମର ଏହି ଧରିତ୍ରୀ ! ବିଭିନ୍ନ ପ୍ରକାର ରୋଗର ଔଷଧ ମଧ୍ୟ ପ୍ରକୃତିରୁ ଆମେ ପାଇପାରିବ ! ସେହିଭଳି କିଛି ତଥ୍ୟ ନେଇ ଆଜିର ଏହି ଅନୁଛେଦଟି ! ଆପଣ ଅଁଳା ଖାଇଥିବେ ନିଶ୍ଚୟ ! ପ୍ରକୃତିରୁ ଉପଲବ୍ଧ ଅଁଳା, ଖାଇବା ଦ୍ୱାରା ଆମେ କିପରି ଭୟାନକ ରୋଗ ଠାରୁ ନିଜକୁ ଦୂରେ ରଖିପାରିବ, ସେହି ବିଷୟରେ ଜାଣିବା :

ଅଁଳାରେ ଭିଟାମିନ୍ C ବହୁ ମାତ୍ରାରେ ଥାଏ ! ଏହା ସଂଗେ ସଂଗେ ଅଁଳାରେ ଆହୁରି ଅନେକ ଭିଟାମିନ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି, ଯେପରିକି କ୍ୟାଲସିୟମ, ଆଇରନ, ଫାଇବର, କାର୍ବହାଇଡ୍ରାଇଟ ଇତ୍ୟାଦି ! ହିନ୍ଦୁରେ ଅନେକ ସ୍ଥାନରେ ଅଁଳା ଗଛକୁ ପୂଜା କରନ୍ତି ! କଥିତ ଅଛି ଯେ, ଅଁଳା ଗଛ ମୂଳରେ ରୋଷେଇ କରିବା ଓ ଅଁଳା ଗଛ ମୂଳରେ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ !

ମହିଳାମାନଙ୍କ ମାସିକ ଋତୁଚକ୍ରକୁ ଏବଂ ଆହୁରି ଅନେକ ସମସ୍ୟାର ସଠିକ ଉପଚାର ଅଁଳା ହୋଇଥାଏ ! ଅଁଳରେ ଥିବା ଭିଟାମିନ୍ B ଓ C ମହିଳାମାନଙ୍କ ସମସ୍ୟାକୁ ଦୂର କରିଥାଏ ! କହିବାକୁ ଗଲେ ଅଁଳା ଅଅତ୍ୟନ୍ତ ଜରୁରୀ ହୋଇଥାଏ ମହିଳାଙ୍କ ପାଇଁ !

ଅଁଳରେ ପ୍ରଚୁର ପରିମାଣରେ ଫାଇବର ରହିଛି, ତେଣୁ ଅଁଳାକୁ ନିୟମିତ ସେବନ କରିବା ଦ୍ୱାରା ନିୟମିତ ଝାଡା ହୋଇଥାଏ ଓ ପେଟ ଜନିତ ରୋଗରୁ ମୁକ୍ତ ମିଳିଥାଏ ! ପେଟରେ ବା କିଡ଼ନ୍ନୀରେ ପଥୁରିଆ (stone) ପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଁଳାକୁ 40ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ପାଉଡର କରନ୍ତୁ ଏବଂ ସେହି ପାଉଡରକୁ ପ୍ରତିଦିନ ମୂଳାର ରସ ସହ ମିଶାଇ ଖାଇଲେ, କିଛି ଦିନ ଭିତରେ ପେଟରେ ବା କିଡ଼ନ୍ନୀରେ ପଥୁରିଆ (stone) ପରି ସମସ୍ୟାରୁ ମୁକ୍ତି ମିଳିଥାଏ !

ଅନୁଛେଦଟି କି କିପରି ଲାଗିଲା comment କରି ଜଣାନ୍ତୁ !