ଶେଷରେ କାଜଲ ୧୭ ବର୍ଷ ପରେ କହିଥିଲେ, “କଣ ପାଇଁ ସେ ଅଜୟ ଦେବଗନଙ୍କ ସହ ବିବାହ କରିଥିଲେ” ।

Spread the love

ବଲିଉଡ ଦୁନିଆ ଏକ ରହସ୍ୟମୟ ଅଟେ । ଏଠାରେ କେତେବେଳେ କଣ ଘଟିଥାଏ, କେହି କଦାପି କଳ୍ପନା କରି ନ ଥାନ୍ତି । ବଲିଉଡର ମାୟା ଲୋକଙ୍କ ଉପରେ ଏହିଭଳି ଚଡିଥାଏ ଯେ, ପ୍ରତିଟି ବ୍ୟକ୍ତି ନିଜ ପସନ୍ଦିୟ ତାରକାଙ୍କ ଭଳି ଚଳିବା ପାଇଁ ଚେଷ୍ଟା କରିଥାନ୍ତି । କିଛି ବ୍ୟକ୍ତି ତାରକାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି । ବଲିଉଡରେ ଅନେକ ତାରକା ରହିଛନ୍ତି କିନ୍ତୁ ଏହିପରି କିଛି ଅଛନ୍ତି ଯେଉଁମାନେ ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି । ଯେତେବେଳେ ସେମାନେ ବଡ ସ୍କ୍ରିନ ଉପରେ ଆସନ୍ତି; ସେମାନଙ୍କୁ ଦେଖି ଦର୍ଶକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଏ ।

ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଏ :

ଏହିଭଳି ଜଣେ ଅଭିନେତା ହେଉଛନ୍ତି ଅଜୟ ଦେବଗନ । ଅଜୟ ଦେବଗନଙ୍କୁ ସ୍କ୍ରିନ ଉପରେ ଆସିବାର ଦେଖି ସିନେମା ହଲରେ ଦର୍ଶକଙ୍କ ଉଲ୍ଲାସ ଦେଖିବା ଯୋଗ୍ୟ ଅଟେ । ଏହି କଥା ସାରା ଦୁନିଆ ଜାଣନ୍ତି ଯେ, ଅଜୟ ଦେବଗନ ଫିଲ୍ମ ଅଭିନେତ୍ରୀ କାଜଲଙ୍କ ସହ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ କିପରି ଏବଂ କେଉଁ ଭଳି ହୋଇଥିଲା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁହେଁ ୨୪ ଫେବୃୟାରୀ ୧୯୯୯ରେ ମହାରାଷ୍ଟ୍ର ଶୈଳୀରେ ବିବାହ କରିଥିଲେ । ଦୁହିଁଙ୍କ ଯୋଡି ବାଲିଉଡ଼ ପାଇଁ ଏକ ଉଦାହରଣ ଅଟେ । ଦୁହେଁ ବିବାଦରୁ ସର୍ବଦା ଦୁରେଇ ରୁହନ୍ତି ।

ଲମ୍ବା ସମୟରୁ ଦୁହିଁଙ୍କ ଯୋଡି ବଜାୟ ରହିଛି :

ଏହି ଦୁହିଁଙ୍କ ଦୁଇଟି ସୁନ୍ଦର ସନ୍ତାନ ମଧ୍ୟ ଅଛନ୍ତି । ନ୍ୟାସା ଏବଂ ଯୁଗ । କାଜଲ ବହୁତ ଚୁଲବୁଲି ଅଟନ୍ତି କିନ୍ତୁ ଏହାର ବିପରୀତ ଅଜୟ ଦେବଗନ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି । ଦୁହେଁ ବିପରୀତ ସ୍ୱଭାବର ହେବା ସତ୍ତ୍ୱେ ବଲିଉଡର ସଫଳ ଯୋଡି ମଧ୍ୟରେ ଜଣା ଯାଆନ୍ତି ।ବହୁତ କମ ଲୋକେ ଜାଣନ୍ତି, ବିପରୀତ ବ୍ୟବହାର ହେବା ସ୍ୱତେ ବହୁତ ଲମ୍ବା ସମୟରୁ ଯୋଡି କାଏମ ରହିଛି । ଦୁହେଁ ନିଜ ସମ୍ପର୍କ ବହୁତ ସୁନ୍ଦର ରୂପରେ ଜମାଇ ରଖିଛନ୍ତି । ବଲିଉଡର ଅନେକ ଯୋଡି କିଛି ଦିନ ପରେ ଭାଙ୍ଗି ଯାଇଛି ।

ଜାଣନ୍ତୁ କାଜଲ ଏବଂ ଅଜୟଙ୍କ ବିବାହ ସମ୍ବନ୍ଧିତ କିଛି ରୋଚକ ତଥ୍ୟ :

• କାଜଲ ନିଜ ଫିଲ୍ମ କ୍ୟାରୀୟରର ଶିଖରରେ ଯିବା ପରେ ଅଜୟଙ୍କ ସହ ବିବାହ କରିଥିଲେ ।

• କାଜଲ ଅଜୟଙ୍କୁ ସମସ୍ତ ଭ୍ରମରୁ ଦୂରରେ ରଖି କହିଥିଲେ, ସେ ବର୍ଷରେ ଗୋଟିଏ ହିଁ ଫିଲ୍ମରେ ଅଭିନୟ କରିବେ ।

• କାଜଲ ଏହା ମଧ୍ୟ କହିଥିଲେ, ସେ ନିଜ ବିବାହ ପୂର୍ବରୁ ଲମ୍ବା ସମୟ ପର୍ଯ୍ୟନ୍ତ ନିଜ କ୍ୟାରିୟର ପାଇଁ କାମ କରିସାରିଲେଣି । ଏହି କାରଣରୁ ସେ ପାଉଥିବା ପାଉଣା ହିସାବରେ ନିଜକୁ ବଦଳାଇବା ପାଇଁ ଚିନ୍ତା କରିଛନ୍ତି ।

• ବିବାହ ପୂର୍ବରୁ କାଜଲ ବର୍ଷରେ ଅନେକ ଫିଲ୍ମ କରୁଥିଲେ କିନ୍ତୁ ବିବାହ ପରେ ସେ ଏଥିରେ କମ କରି ଦେଇଥିଲେ । ସେ ବିବାହ ପରେ ଜୀବନରେ ସ୍ଥାୟୀତ୍ୱ ଚାହୁଁଥିଲେ । କାଜଲ ଠିକ ସମୟରେ ଠିକ ନିଷ୍ପତି ନେଇଥିଲେ ।

• ଅଜୟ ଦେବଗନ କାଜଲଙ୍କ ସହ ସମ୍ପର୍କ ରଖିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ଏବଂ ଦୁହେଁ ବିବାହ କରି ନେଇଥିଲେ ।

• କାଜଲ ନିଜର ଏବଂ ଅଜୟ ଦେବଗନଙ୍କ ସମ୍ପର୍କ ବିଷୟରେ କହିଛନ୍ତି; ମୋର ମାନ୍ୟତା ରହିଛି ଏହି କାରଣରୁ ଆମ ସଂପର୍କ ତିଷ୍ଠି ରହିଛି ଯେ, ମୁଁ ବହୁତ ଗପେ ଏବଂ ସେ ସର୍ବଦା ନିଜ ଦୁନିଆରେ ରୁହନ୍ତି ।

• ଆଜି ୧୮ ବର୍ଷ ପରେ ଏହି ବଲିଉଡ ବିବାହିତା ଦମ୍ପତି ଖୁସି ଖୁସି ଜୀବନ ଯାପନ କରୁଛନ୍ତି । ଏହା ସହ ଦୁହେଁ ନିଜ ସନ୍ତାନ ନ୍ୟାସା ଏବଂ ଯୁଗ ସହ ବହୁତ ଖୁସିରେ ରହିଛନ୍ତି ।