ଅଜୟ ଏବଂ କାଜଳଙ୍କ ଯୋଡିକୁ ପୁଣି ଥରେ ବଡ ପରଦାରେ ଦେଖିବା ପାଇଁ ମିଳିବ ।

Spread the love

ଖୁବ୍ ଶୀଘ୍ର ଏକ ଚଳଚିତ୍ରରେ ଅଜୟ ଏବଂ କାଜଲ ମିଳିତ କାମ କରିବାରର ଆପଣ ମାନେ ଦେଖି ପାରିବେ ।

ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନ ଏବଂ ଜଣାଶୁଣା ଅଭିନେତ୍ରୀ କାଜଲଙ୍କୁ ଏକ ପାୱାର ଯୋଡି ରୂପେ ଲୋକେ ଜାଣନ୍ତି । ବର୍ତ୍ତମାନ କାଜଲ ଚଳଚିତାରେ ବହୁତ କମ କାମ କରୁଛନ୍ତି । କିନ୍ତୁ ଅତୀତରେ କାଜଲ୍ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । କାଜଲ୍ ଏବଂ ଅଜୟଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ ।କିନ୍ତୁ ବହୁତ ସମୟ ବିତିଗଲାଣି ଦୁହିଁଙ୍କୁ ଏକତ୍ର ଚଳଚିତ୍ରରେ ଦେଖିବା ପାଇଁ ମିଳି ନାହିଁ । କିନ୍ତୁ ଅଜୟ ଏବଂ କାଜଳଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ଖୁସି ଖବର ଦୁହେଁ ବହୁତ ଶୀଘ୍ର ଏକତ୍ର ଏକ ଚଳଚିତ୍ର ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ବଲିଉଡର ଜଣେ ନିର୍ଦ୍ଦେଶକ ଅଜୟ ଏବଂ କାଜଲଙ୍କୁ ନେଇ ଏକ ଚଳଚିତ୍ର ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି । ସେ କହିଛନ୍ତି; ଭଲ ସ୍କ୍ରିପ୍ଟ ମାଧ୍ୟମରେ ଦୁହିଁଙ୍କୁ ନେଇ ଏକ ପ୍ରୋଜେକ୍ଟ ଆରମ୍ଭ କରିବେ । ହିନ୍ଦୁସ୍ଥାନ ଟାଇମସ୍ ନେଇଥିବା ସାକ୍ଷାତକାର ସମୟରେ ଅନିସ କହିଛନ୍ତି; ଅଜୟ ଏବଂ କାଜଲଙ୍କୁ ନେଇ କରିବା ପାଇଁ ଥିବା ଚଳଚିତ୍ର ପାଇଁ ଖୁବ୍ ଖୁସିରେ ଅଛି ମୁଁ । ଯଦି ଅଜୟ ଏବଂ କାଜଲ୍ ଏହି କାମରେ ମୋତେ ସାହାଯ୍ୟ କରିବେ ତେବେ ମୁଁ ଖୁସି ହେବି ।

ଅଜୟ ଏବଂ କାଜଳଙ୍କ ବିଷୟରେ କହିବା ପାଇଁ ଯାଇ ଅନିସ କହିଛନ୍ତି; “ମୁଁ ଯେତେବେଳେ ମଧ୍ୟ ଏହି ଦୁଇ ଯୋଡ଼ିଙ୍କ ସହ କାମ କରେ ମୋତେ ଖୁବ ମଜ୍ଜା ଲାଗେ ।” ମୋର ପ୍ରଥମ ଚଳଚିତ୍ରରେ ଏହି ଦୁଇ ଯୋଡି ଲିଡ୍ ରୋଲରେ ଦେଖା ଦେଇଥିଲେ । ଅନିସ ବଜମି କହିଛନ୍ତି; ମୁଁ ଏହି ଯୋଡ଼ିଙ୍କୁ ନେଇ “ପ୍ୟାର୍ ତୋ ହୋ ନା ହି ଥା” ଚଳଚ୍ଚିତ୍ରଟି କରିଥିଲି । ସେହି ସମୟରେ ଏହି ଦୁଇ ଯୋଡ଼ିଙ୍କ ବିବାହ ହୋଇଥିଲା । ସେମାନଙ୍କୁ ମୁଁ ସେହି ସମୟରୁ ହିଁ ଜାଣିଛି । ଯଦି ମୋତେ କୌଣସି ଭଲ ସ୍କ୍ରିପ୍ଟ ମିଳେ ତେବେ ଏହି ଦୁଇ ଯୋଡିକୁ ନେଇ ଚଳଚିତ୍ର ପ୍ରସ୍ତୁତ କରିବି ।

ଅଜୟ ଦେବଗଣ ଯେଉଁ ସବୁ ଚଳଚିତ୍ରରେ ଆସିଛନ୍ତି; ସେହି ସବୁ ଚଳଚିତ୍ର ପ୍ରସିଦ୍ଧି ଲାଭ କରିଛି । ବର୍ତ୍ତମାନ ଏମାନଙ୍କ ପ୍ରଶଂସକ ଅପେକ୍ଷାରେ ଅଛନ୍ତି; କେବେ ଏହି ଦୁଇ ଯୋଡି ପୁଣି ଥରେ ଏକତ୍ର କୌଣସି ଚଳଚିତ୍ରରେ ମିଳିତ କାମ କରିବେ । ଅନିସ ବର୍ତ୍ତମାନ ନିଜର “ପାଗଳପନ୍ତି” ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚିତ୍ରରେ ଜନ୍ ଆବ୍ରାହ୍ମମ, ଇଲିଆନା ଡିକ୍ରୁଜ, ଅରସଦ ବାର୍ସି, ଉର୍ବଶ୍ରୀ ରୋତେଲା, ଅନିଲ କପୁର, ସୌରଭ ଶୁକ୍ଳା, ପୁଲକିତ ସମ୍ରାଟ ଏବଂ କ୍ରୁତି ଖରବନ୍ଧା କାମ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ୭ ନଭେମ୍ବରରେ ରିଲିଜ୍ ହେବ ।

କାଜଲଙ୍କ “ହେଲିକେପ୍ଟର ଇଲା” ୨୦୧୮ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଏତେଟା ସଫଳତା ହାସଲ କରି ପାରିନଥିଲା । ବର୍ତ୍ତମାନ ଅଜୟ “ଫାଦର ଅଫ୍ ଇଣ୍ଡିଆନ ଫୂଟବଲ” କୁହାଯାଉ ଥିବା ସୟଦ ଅବଦୁଲ ରହିମଙ୍କ ବାଇପିକରେ କାମ କରୁଛନ୍ତି । ଏହି ଚଳଚିତ୍ରରେ ଅଜୟ ଦେବଗନ ଲିଡ୍ ରୋଲରେ ରହିମଙ୍କ ଭୂମିକା କରୁଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ଟାଇଟଲ ଚିନ୍ତା କରାଯାଇ ନାହିଁ ।