କୋଏଦ ହୋଇଥିବା ଭାରତୀୟ ପାଇଲଟର କିଛି ବି କ୍ଷତି କରି ପାରିବ ନହିଁ ପାକିସ୍ଥାନ, ଜଣାନ୍ତୁ କାହିଁକି ?

Spread the love

ପାକିସ୍ତାନ ଏବଂ ଭାରତ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି କନ୍ଦଳ ଆରମ୍ଭ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଦ୍ୱାରା ୧୪ ଫେବୃୟାରୀରେ ପୁଲୱାମାରେ ଆତଙ୍କ ସୃଷ୍ଟ କରିଥିଲା । ଯେଉଁଥିରେ ଭାରତର ୪୦ଯବାନ ମୃତ୍ୟୁବରଣ କରିଥିଲେ । ଏହାର ପ୍ରତିଶୋଧ ସ୍ବରୂପ ୨୬ ଫେବୃଆରୀ ମଙ୍ଗଳବାର ଦିନ ଭାରତ ବାୟୁସେନା ପାକିସ୍ତାନରେ ପଶି ଏୟାର ଷ୍ଟ୍ରାଇକ କରିଥିଲେ । ଭାରତର ଏହି ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଏକ ପ୍ରକାର ଚାପରେ ଉତ୍ତେଜିତ ହେବାକୁ ଲାଗିଲା । ଆଜି ପାକିସ୍ତାନ ଭାରତ ଭାରତୀୟ ବାୟୁସେନାର ସୀମା ରେଖା ଅତିକ୍ରମ କରି ଭାରତକୁ ପ୍ରବେଶ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ଭାରତୀୟ ବାୟୁସେନା ପାକିସ୍ତାନ ଜେଟ୍ କୁ ମାରି ପକେଇ ଦେଲା । କିନ୍ତୁ ଭାରତର ଏକ ଫାଇଟର ଜେଟ୍ କୁ ପାକିସ୍ତାନ ଆକ୍ରମଣ କରିଦେଲା ଏବଂ ଭାରତର ଏକ ପାଇଲଟକୁ ସେମାନେ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ତେବେ ଭାରତୀୟ ପାଇଲଟ କିଭଳି ଭାବରେ ରହିବ ? ଆସନ୍ତୁ ଜାଣିବା

ଏହି ଭଳି ଭାବରେ ସୁରକ୍ଷିତ ରହିବେ ଭାରତୀୟ ପାଇଲଟ :

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରାବିଶ କୁମାର କହିଛନ୍ତି ଭାରତ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଭାରତ ପାକିସ୍ତାନର ଲଢୁଆ ବିମାନକୁ ଧ୍ବଂସ କରି ଦେଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଭାରତର ଏକ ବିମାନ MiG ଆକ୍ରମଣର ଶିକାର ହୋଇଥିଲା ଆଉ ଆମର ଏକ ପାଇଲଟ ନିଖୋଜ ଅଛନ୍ତି । ଏବେ ଏହାର ଯାଞ୍ଚ ଚାଲିଛି । ଏବେ ଏହି ଖବର କୁ ନେଇ ଭାରତୀୟଙ୍କ ମନରେ ପ୍ରଶ୍ନ ଉଠୁଛି କି ଆମ ଭାରତୀୟ ପାଇଲଟ ପାକିସ୍ତାନରେ ସୁରକ୍ଷିତ ରାହବି କି ନହିଁ ? ଆମ ପାଇଲଟ ସହ କିଛି ନ ହେଉ ! ଏମିତିରେ ଆମେ ଆପଣଙ୍କୁ କହି ରଖୁଛୁ କି ୟୁଦ୍ଧ ନିୟମ କଣ ରହିଛି :

ଅନ୍ତରାଷ୍ଟ୍ରୀୟ ଜେନିଭା ଚୁକ୍ତି ଅନୁସାରେ, ଯୁଦ୍ଧ ସମ୍ପର୍କୀୟ ବିଧିକୁ ନେଇ ନିୟମମାନ ଉଲ୍ଲେଖ କରାଯାଇଛି । ଏହା ନୀତି ଅନୁଯାୟୀ

● ଯଦି କାହାକୁ ଯୁଦ୍ଧ ବନ୍ଦୀ କରାଯାଉଛି ତା’ହେଲେ ତାକୁ ଡରେଇବା କିମ୍ବା ଧମକେଇବା ଓ ତାଙ୍କୁ ଅପମାନିତ କରାଯାଇ ପାରିବ ନାହିଁ ।

● ଯୁଦ୍ଧ ବନ୍ଦୀକୁ ନେଇ ସର୍ବସାଧାରଣ ଜନତା ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନହିଁ ।

● ଧରାଯିବ ପରେ ଯୁଦ୍ଧ ବନ୍ଦୀ ସୈନ୍ୟର ନିଜ ନାମ, ନିଜ ପଦବୀ ଏବଂ ନମ୍ବର କହିବାର ପ୍ରାବଧାନ ରହିଛି ।

ଯୁଦ୍ଧ ନୁହେଁ ଏହାର ସମାଧାନ :

କିଛି ଦେଶ ଜେନିଭା ଚୁକ୍ତିର ଉଲ୍ଲଙ୍ଘନ ମଧ୍ୟ କରିଛନ୍ତି । ଜେନିଭା ସନ୍ଧି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୧୯୪୯ରେ ସ୍ୱାକ୍ଷରିତ କରାଯାଇଥିଲା । ଏହାର ମୁଖ୍ୟ ଲକ୍ଷ ଥିଲା ଯେ ଯୁଦ୍ଧ ସମୟରେ ମଣିଷର ମଣିଷତ୍ଵକୁ ବଜାୟ ରଖିବା ।

● ଯଦି ଭାରତୀୟ ପାଇଲଟ ପାକିସ୍ତାନର ଅଧୀନରେ ଅଛି ତେବେ ଜେନିଭା ଚୁକ୍ତିକୁ ଉଲ୍ଲଙ୍ଘନ ନ କରାଯାଏ, ତା’ହେଲେ ନିଃସନ୍ଦେହ ଆମ ଭାରତୀୟ ପାଇଲଟଙ୍କ ହେବ ନାହିଁ ।