‘କବିର ସିଂ’ ଫିଲ୍ମର ଅଭିନେତ୍ରୀଙ୍କ ପ୍ରକୃତ ନାମ କିଆରା ଆଡ଼ଭାନୀ ନୁହେଁ । ସଲମାନ ଖାନଙ୍କ କହିବା ଯୋଗୁଁ ନିଜର ପରିଚୟ ବଦଲାଇ ଥିଲେ ।

Spread the love

ବଲିଉଡର ଅଭିନେତ୍ରୀ କିଆରା ଆଡ଼ଭାନୀ ବର୍ତ୍ତମାନ ଦିନ ମାନଙ୍କରେ ନିଜର ଫିଲ୍ମ କବିର ସିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ କିଆରାଙ୍କ ଭୂମିକାକୁ ପ୍ରତ୍ୟେକ ଲୋକ ପସନ୍ଦ କରିଛନ୍ତି । ଏହି ଫିଲ୍ମ ସାହିଦ କପୁରଙ୍କ ସହ କିଆରାଙ୍କ ପାଇଁ ମଧ୍ୟ ବଡ଼ ଫିଲ୍ମ ବୋଲି ପ୍ରମାଣିତ ହେବ । ବିଶେଷ ଖବର ଅନୁସାରେ ଫିଲ୍ମର ଆରମ୍ଭରୁ ସାହିଦ ଏବଂ କିଆରା ବହୁତ ଭଲ ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା କିନ୍ତୁ ଏହି ମଧ୍ୟରେ ଏକ ବଡ଼ ବିଷୟର ଜଣାପଡିଛି । କିଆରା ଆଡ଼ଭାନୀଙ୍କ ନାମକୁ ନେଇ ଏକ ବଡ଼ ବିଷୟ ଜଣାପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେବ । ତେବେ ଆମରି ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ଚାଲନ୍ତୁ ଜାଣିବା ।

୨୦୧୪ରେ ଆସିଥିବା ଫିଲ୍ମ ଫାଗଲିରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା କିଆରା ଆଡ଼ଭାନୀ ବହୁତ ଭଲ ଅଭିନୟ କରିଛନ୍ତି କିନ୍ତୁ ତାଙ୍କୁ ଏକ ସୁପରହିଟ ଫିଲ୍ମର ଅପେକ୍ଷା ଅଛି, ଯାହା କବିର ସିଂରୁ ମିଳି ପାରିବ । ଏହି ଫିଲ୍ମ ପାଇଁ କିଆରା ବହୁତ ଉତ୍ସାହିତ ଅଟନ୍ତି କିନ୍ତୁ ଏହି ମଧ୍ୟରେ ତାଙ୍କ ନାମକୁ ନେଇ ଏକ ବଡ଼ ବିଷୟର ଜଣାପଡିଛି । ପ୍ରକୃତରେ ସଲମାନଙ୍କ ଉପଦେଶରେ କିଆରା ନିଜର ନାମ ବଦଲାଇ ଥିଲେ । ଏହି ବିଷୟରେ କିଆରା ପୂର୍ବରୁ ସମସ୍ତ କଥା ସ୍ପଷ୍ଟ କରି ଦେଇଛନ୍ତି କିନ୍ତୁ କିଆରାଙ୍କ ପ୍ରଶଂସକ ତାଙ୍କୁ ଏହି ନାମରେ ଜାଣିଛନ୍ତି ।

କିଆରା ଆଡ଼ଭାନୀଙ୍କ ପ୍ରକୃତ ନାମ ଏହା ଅଟେ :

ଏକ କାର୍ଯ୍ୟକ୍ରମରେ, ସେ ଏହି କଥାର ସ୍ପଷ୍ଟୀକରଣ କରିଥିଲେ ଯେ, ତାଙ୍କର ପ୍ରକୃତ ନାମ ଆଲିଆ ଅଟେ ଏବଂ ଲୋକେ ବର୍ତ୍ତମାନ ତାଙ୍କୁ କିଆରା ନାମରେ ଜାଣିଛନ୍ତି । ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ସେ ନିଜ ନାମ ବଦଲାଇ ଥିଲେ, ସେଥିପାଇଁ ଲୋକେ ଆଜି ତାଙ୍କୁ କିଆରା ଆଡ଼ଭାନୀଙ୍କ ନାମରେ ଜାଣନ୍ତି । କେବଳ ଏତିକି ନୁହଁ, ସେ ନିଜ ଇଛାରେ ନିଜର ନାମ ବଦଳାଇ ନ ଥିଲେ ବରଂ ବଲିଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନଙ୍କ କହିବା ଯୋଗୁଁ ସେ ନିଜର ନାମ ବଦଳାଇ ଥିଲେ ଏବଂ ଆଜି କାହାଣୀ ଆପଣଙ୍କ ସମ୍ନାରେ ଅଛି ।

ସଲମାନ ଖାନ ନାମ ବଦଳାଇବାକୁ ସୁପାରିସ Idea ଦେଇଥିଲେ :

କିଆରା ଆଡ଼ଭାନୀ କହିଥିଲେ, ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଆସିଲେ, ସେତେବେଳେ ସେ ସଲମାନ ଖାନଙ୍କୁ ମିଶି ଥିଲେ ଏବଂ ନାମ ବଦଳାଇବାର ଭାବନା ସେ ଦେଇଥିଲେ । ପ୍ରକୃତରେ, ଆଲିଆ ନାମରେ ବଲିଉଡରେ ଅନ୍ୟ ଏକ ଅଭିନେତ୍ରୀ ଅଛନ୍ତି, ଏପରି ସ୍ଥଳେ ଯଦି ଗୋଟିଏ ନାମରେ ଦୁଇ ଦୁଇଟି ଅଭିନେତ୍ରୀ ହୋଇଯିବେ; ତେବେ ଅସୁବିଧା ହୋଇପାରେ । ସେଥିପାଇଁ ଆଲିଆ ଭଟ୍ଟଙ୍କ ଯୋଗୁଁ ଆଲିଆ ଆଡ଼ଭାନୀ ନିଜ ନାମ କିଆରା ଆଡ଼ଭାନୀ ରଖିଥିଲେ । ଯାହା ଫଳରେ ଗୋଟିଏ ନାମରେ ଦୁଇ ଦୁଇଟି ଅଭିନେତ୍ରୀ ଗୋଟିଏ ସ୍ଥାନରେ ରହିବେ ନାହିଁ, କାରଣ ଏଥିରୁ ଗୋଳମାଳର ସ୍ଥିତି ସୃଷ୍ଟି ହେବ ଏବଂ କ୍ୟାରିଅର ଉପରେ ମଧ୍ୟ ପ୍ରଭାବ ପଡିପାରେ ।

ଏହି ଫିଲ୍ମ ମାନଙ୍କରେ କିଆରା ଆଡ଼ଭାନୀ ଦେଖା ଯାଇଥିଲେ :

ବର୍ତ୍ତମାନ ମୁକ୍ତିଲାଭ କରିଥିବା ଫିଲ୍ମ “କବିର ସିଂ” ବ୍ୟତୀତ କିଆରା ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଏହି ଫିଲ୍ମ ଗୁଡିକରେ ‘ଫାଗଲି’, ‘ଏମ.ଏସ.ଧୋନି: ଦ ଅନଟୋଲ୍ଡ଼ ଷ୍ଟୋରି’, ‘ମସିନ’, ‘ଲଷ୍ଟ ଷ୍ଟୋରିଜ’ ଏବଂ ‘କଳଙ୍କ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଦକ୍ଷିଣ ଭାରତୀୟ ଫିଲ୍ମ ‘ଭାରତ ଆନେ ନେନୁ’, ‘ବିନୟା ବିଧେୟା ରାମା’ରେ ମଧ୍ୟ ଅଭିନୟ କରିଛନ୍ତି । ଯଦ୍ୟପି, ତାଙ୍କର ସମ୍ପୂର୍ଣ ଧ୍ୟାନ ବଲିଉଡର ଫିଲ୍ମ ଉପରେ ଅଛି କିନ୍ତୁ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ କାମ କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି ।