କେବଳ ବିଧି ପୂର୍ବକ ୧୧ ଦିନ କରନ୍ତୁ ! ଧନଧାନ୍ୟରେ ଭରିଯିବ ଘର ।

Spread the love

ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ଥାଏ, ସେମାନଙ୍କ ଜୀବନରେ କେବେ ମଧ୍ୟ ଟଙ୍କା ପଇସାର ଅଭାବ ନ ରହୁ ଏବଂ ସେମାନଙ୍କ ପାଖରେ ଅଟେ ମାତ୍ର ଟଙ୍କା ରହୁ, ଯାହା ଫଳରେ ସେମାନେ ଦୁନିଆର ସମସ୍ତ ଖୁସିକୁ ଉପଲବ୍ଧ କରିପାରିବେ ଏବଂ ସମସ୍ତ ସୁବିଧାକୁ ମଧ୍ୟ ଉପଭୋଗ କରିପାରିବେ । ଏଥିପାଇଁ ପ୍ରତ୍ୟେକ ଲୋକ ଭଗବାନଙ୍କ ଠାରେ ପ୍ରାର୍ଥନା ମଧ୍ୟ କରନ୍ତି । ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ଯେ, ଭଗବାନଙ୍କୁ ଆରାଧନା କରିଲେ ସମସ୍ତ ମୋନାବାଞ୍ଛ ପୂରଣ ହୋଇଥାଏ ଏବଂ ମନ ମୁତାବକ ଫଳ ପ୍ରାପ୍ତି ହୋଇଥାଏ । ଠିକ ସେହିପରି ଆଜିର ଏହି ଅନୁଛେଦ । ଆସନ୍ତୁ ଜାଣିବା, ଏମିତି ଏକ ଉପାୟ ଯାହାକୁ ଆପଣାଇବା ଦ୍ୱାରା ଆପଣ ଧନଶାଳୀ ହୋଇପାରିବେ ଏବଂ ଭାଗ୍ୟ ମଧ୍ୟ ଆପଣ ସହଯୋଗ କରିବ ।

ଧନ ପ୍ରାପ୍ତି କରିବାପାଇଁ ପ୍ରତି ଶୁକ୍ରବାର ଦିନ ବିଧି ବିଧାନ ପୂର୍ବକ ମାଆ ଭୈଭବ ଲଷ୍ମୀଙ୍କ ବ୍ରତ ପାଳନ କରନ୍ତି । ପୂଜାରେ କୌଣସି ବି ମିଠା ପ୍ରସାଦ ସ୍ୱରୂପ ମାଆଙ୍କୁ ଚଢ଼ନ୍ତୁ ।

ଶନିଦେବ ଅନ୍ୟ ସମସ୍ତ ଗ୍ରହମାନଙ୍କ ସ୍ୱାମୀ ବୋଲି ମାନ୍ୟତା ରହିଛି । ଜୀବନରେ ଯଦି ସର୍ବଦା ଦୁଃଖ କଷ୍ଟ ରହୁଛି, ତେବେ ସେହି ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରତି ଶନିବାର ଦିନ ଶନି ଦେବଙ୍କ ମନ୍ଦିରରେ ସୋରିଷ ତେଲରେ ଦୀପ ଜଳାନ୍ତୁ ଏବଂ ଦକ୍ଷିଣା ସ୍ୱରୂପ ୧ ଟଙ୍କା ଦାନ କରନ୍ତୁ । ଏହା ବ୍ୟତୀତ ଶନିବାର ଦିନ ଘରର ମୁଖ୍ୟଦ୍ଵାରର ବାହାର ପଟେ ସୋରିଷ ତେଲର ଦୀପ ଜଳିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ଓ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ମାଟି ଦୀପ ଜଳାନ୍ତୁ । ଏହିପରି କରିବା ଦ୍ୱାରା ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଅଧିକ । ଏହି ବୃକ୍ଷକୁ ପବିତ୍ରତା ପ୍ରତୀକ ବୋଲି ମାନ୍ୟତା ରହିଛି । ଏହି ବୃକ୍ଷ ମୂଳରେ ସର୍ବଦା ସକାରାତ୍ମକ ପ୍ରଭାବ ବିରାଜିତ ହୋଇଥାଏ ଏବଂ ଘରର ମଧ୍ୟ ସୁଖ ଶାନ୍ତି ବଜାୟ ରହିଥାଏ ।

ହିନ୍ଦୁ ଧର୍ମରେ ଦାନଧର୍ମ କରିବା ଏକ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ଯେ କୌଣସି ଦିନରେ ଏବଂ ଆବଶ୍ୟକ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁସାରେ କିଛି ଅତ୍ୟାବଶ୍ୟକ ଜିନିଷପତ୍ର ଦାନ କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

ପ୍ରତିଦିନ ସନ୍ଧ୍ୟା ସମୟରେ ଘରେ ଧୂପ ଦୀପ ଦେବା ଦ୍ଵାରା ଘରେ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ଏବଂ ଘରର ପରିବେଶ ସୁସ୍ଥ ଓ ସୁଖମୟ ରହିଥାଏ । ମନ ମଧ୍ୟ ଫୁର୍ତ୍ତି ରହିଥାଏ ।

ହନୁମାନଙ୍କୁ ନାରଙ୍ଗି ରଙ୍ଗର ସିନ୍ଦୁର ପ୍ରିୟା ଅଟେ । କାରଣ ମା ସୀତା କହିଥିଲେ, ସେ ନିଜ ସିନ୍ଥିରେ ରାମଙ୍କ ଦୀର୍ଘାୟୁ ନିମନ୍ତେ ସର୍ବଦା ସିନ୍ଦୁର ଲଗାଉଛନ୍ତି । ତେଣୁ ମତରେ ସିନ୍ଦୁର ଲଗାଇବା ଦ୍ଵାରା ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ ।