ବିବାହ ପୂର୍ବରୁ ବର ଜେଲ୍ ଚାଲି ଯାଇଥିଲେ, ପରେ ବରଯାତ୍ରୀ ସହ କନ୍ୟା କୋର୍ଟ ଯାଇ କହିଥିଲେ, “ମୋତେ ଆଜି ହିଁ…..”

Spread the love

ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଜଣେ କନ୍ୟା କନ୍ୟା ଯାତ୍ରୀ ନେଇ ସିଧା କୋର୍ଟରେ ପହଞ୍ଚି ଯାଇଥିଲେ । ଯାହାପରେ ସେ ସେଠାରେ ବହୁତ ସମୟ ପର୍ଯ୍ୟନ୍ତ ନିଜ ବର ପାଇଁ ଅପେକ୍ଷା କରିଥିଲେ ।

ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଜଣେ କନ୍ୟା, କନ୍ୟା ଯାତ୍ରୀ ନେଇ ସିଧା କୋର୍ଟରେ ପହଞ୍ଚି ଯାଇଥିଲେ । ଯାହାପରେ ସେ ସେଠାରେ ବହୁତ ସମୟ ପର୍ଯ୍ୟନ୍ତ ନିଜ ବର ପାଇଁ ଅପେକ୍ଷା କରିଥିଲେ । କିନ୍ତୁ କୋର୍ଟ ତାଙ୍କୁ ଅନୁମତି ଦେଇନଥିଲେ । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ, ବିବାହରେ ପୁଅ ବରଯାତ୍ରୀ ନେଇ କନ୍ୟାକୁ ନିଜ ଘରକୁ ନେଇ ଆସିଥାଏ କିନ୍ତୁ ଏଠାରେ କନ୍ୟା ବରଯାତ୍ରୀ ନେଇ କୋର୍ଟ ପହଞ୍ଚି ଯାଇଛନ୍ତି । ଘଟଣାଟି କଣ ? ଘଟଣାଟି ସତ୍ୟ ଅଟେ । ମଧ୍ୟପ୍ରଦେଶର ଗୋଟିଏ ଝିଅ ସହ ଗୋଟିଏ ପୁଅର ବିବାହ ସ୍ଥିର ହୋଇଥିଲା କିନ୍ତୁ ବିବାହ ପୂର୍ବରୁ ପୁଅଟି ଜେଲ ଚାଲି ଯାଇଥିଲା । ଆସନ୍ତୁ ଜାଣିବେ ଏହି ଲେଖାରେ କଣ ସବୁ ଅଛି ଆପଣଙ୍କ ପାଇଁ ।

ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ, ବିବାହର ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ କନ୍ୟା ବିବାହ କରିବା ପାଇଁ ବର ଯାତ୍ରୀ ସହ କୋର୍ଟରେ ଯାଇ ବସି ଯାଇଥିଲେ ଓ ନିଜର ଭାବି ସ୍ଵାମୀର ଜାମିନ ପାଇଁ ବରାଦ କରିଥିଲେ । ଏତିକିରେ ସେ ସୀମିତ ରହିନଥିଲେ; ସେଠାରେ ସେ ବହୁ ସମୟ ପର୍ଯ୍ୟନ୍ତ ନିଜ ବରର ଅପେକ୍ଷା କରିଥିଲେ । କିନ୍ତୁ କୋର୍ଟ ଏହାର ଅନୁମତିଉ ଦେଇନଥିଲେ । କୋର୍ଟ ଭାବିଥିଲା କାଲେ ବର ଭିଡର ଫାଇଦା ଉଠାଇ ସେଠାରୁ ଚାଲି ଯାଇପାରେ ।

ବିବାହ କରିବା ପାଇଁ କୋର୍ଟ ଚାଲି ଯାଇଥିଲେ କନ୍ୟା :

ମଧ୍ୟ ପ୍ରଦେଶର ଦେବାସ ଜିଲ୍ଲା ନିବାସୀ ଦୀପକ ଆହିରବାରର ବିବାହ ଏକ ଝିଅ ସହ ନିର୍ଦ୍ଧାରିତ ହୋଇଥିଲା କିନ୍ତୁ ଏହି ସମୟରେ ପୋଲିସ, ଦୀପକକୁ ହତ୍ୟା ଆରୋପରେ ଗିରଫ କରିଦେଇଥିଲା । ଗିରଫ ହେବା ପରେ ମଧ୍ୟ ପରିଜନମାନେ ବିବାହ କରିବା ପାଇଁ ବହୁତ ଚେଷ୍ଠା କରିଥିଲେ । ଦୀପକ ଅହିବାରର ବିବାହ ସୋମବାର ଦିନ ହେବାର ଥିଲା, ସେଥିପାଇଁ ସେ କୋର୍ଟରେ ଜାମିନ ମାଗିଥିଲା କିନ୍ତୁ ଜାମିନ ମିଳି ନଥିଲା । ପରେ ବିବାହ ପାଇଁ କନ୍ୟା କୋର୍ଟ ଯାଇ ପହଞ୍ଚିଥିଲେ ଓ ସେଠାରେ ଜାମିନ ପାଇଁ ଗୁହାରି କରିଥିଲେ ।

୧୦୦ ଜଣ ବାର ଯାତ୍ରୀଙ୍କ ସହ କନ୍ୟା କୋର୍ଟ ପହଞ୍ଚିଥିଲେ :

ମିଡିଆ ରିପୋର୍ଟ ଅନୁସାରେ ବିବାହ କରିବା ପାଇଁ କନ୍ୟା ୧୦୦ ଜଣ ବରଯାତ୍ରୀଙ୍କ ସହ କୋର୍ଟ ପହଞ୍ଚିଥିଲେ । କାରଣ କନ୍ୟାଙ୍କୁ ସେହି ସମୟରେ ହିଁ ବିବାହ କରିବାର ଥିଲା । କିନ୍ତୁ ବହୁତ ଚେଷ୍ଠା ସତ୍ତ୍ୱେ ବିବାହ ହୋଇ ପାରିନଥିଲା । କନ୍ୟା କୋର୍ଟରେ ବହୁ ସମୟ ବିତେଇ ଥିଲେ କିନ୍ତୁ କୋର୍ଟ ଜାମିନ ଦେଇନଥିଲେ । ବିବାହର ଜିଦ ଧରି ବସିଥିବା କନ୍ୟାଙ୍କୁ କୋର୍ଟର ନ୍ୟାୟଧୀଶଙ୍କ ସହ ସାକ୍ଷାତ କରିଥିଲେ କିନ୍ତୁ ଜର୍ଜ ବରକୁ ଜମାନତ ଦେଇନଥିଲେ ଏବଂ ଦୁହିଁଙ୍କ ବିବାହ ହୋଇନଥିଲା ।

ବିବାହର ଭିଡର ଫାଇଦା ଉଠାଇ ପଳାଇଥାନ୍ତା ବର :

ଏହି ସମ୍ପୂର୍ଣ ଘଟଣାକୁ ସମୀକ୍ଷା କରିବା ପରେ କୋର୍ଟ ନିଜ ପକ୍ଷଭୁତ ରହି କହିଛି; ବର, ହତ୍ୟାର ଆରୋପି ଅଟେ । ତେବେ ତାହା ଉପରେ ବିଶ୍ବାସ କରିବା ପ୍ରଶ୍ନ ହିଁ ଉଠୁ ନାହିଁ । ସେ ଭିଡର ଫାଇଦା ଉଠାଇ ପଳାଇ ଯାଇପାରେ; ଏହି କାରଣରୁ ତାହାର ଜାମିନ ନାମଞ୍ଜୁର କରି ଦିଆଯାଇଛି । କୋର୍ଟର ଆଦେଶ ପରେ ମଧ୍ୟ କନ୍ୟା ବହୁତ ସମୟ ସେଠାରେ ଅପେକ୍ଷା କରି ବସିଥିଲେ କିନ୍ତୁ କୌଣସି ଫଳ ମିଳିନଥିଲା । କହିବା ପାଇଁ ଚାହୁଞ୍ଚୁ; ଦୀପକ ଆହିରବର ଉପରେ ହତ୍ୟାର ଆରୋପ ଲାଗିଛି, ଯେଉଁଥି ପାଇଁ ତାହାର ଜାମିନ ନାମଞ୍ଜୁର କରି ଦିଆଯାଇଛି ।