19 ଜୁନ୍ 2019 ଶୁକ୍ରବାର : ଆସନ୍ତୁ ଜାଣିବା ଆଜିର ରାଶିଫଳ !

Spread the love

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ: ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହୀ ବଢିବ । ରାଶିରେ ପାପଗ୍ରହ ଏବଂ ଦ୍ୱିତୀୟସ୍ଥ ବୁଧ ଆପଣଙ୍କ ମନ ଭିତରର ଉତେଜନା ପ୍ରକାଶ କରାଇବେ, ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ପୂର୍ଣ୍ଣ ଆଶଙ୍କା ରହିଛି । ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ବ୍ୟବସାୟରେ ମନପ୍ରାଣ ଢ଼ାଳି କାମ କରିବେ ଏବଂ ଯଥେଷ୍ଟ ଲାଭ ପାଇବେ । ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତି ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଗୁପ୍ତେଶ୍ଵର ।

ବୃଷ: ଊର୍ଜାର ସ୍ତର ଉଚ୍ଚା ରହିବ । ଚନ୍ଦ୍ରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପରୀତ ରାଜଯୋଗ ଆପଣଙ୍କ କ୍ୟାରିୟର ସିଦ୍ଧିରେ ସହାୟକ ହେବ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଗଢ଼ିବେ ଯାହା କି ଭବିଷ୍ୟତରେ ଲାଭ ମିଳିବ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଅଫିସରେ ବାତାବରଣ ଅନୁକୂଳ ରହିବ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳ ହେବେ । ଦମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । କର୍ମଭାବସ୍ଥ ଚନ୍ଦ୍ର ତୃତୀୟ ଷଷ୍ଠାଧିପ ବୁଧଙ୍କ ଦୃଷ୍ଟିରେ ପାରିବାରିକ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ନିଜ ପତ୍ନୀ କିମ୍ବା ମାଆଙ୍କ କଳହକୁ ନେଇ ଚିନ୍ତିତ ରହିବେ । କିନ୍ତୁ ମୁଖଭାବସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ସମସ୍ତଙ୍କ ସହ ବାର୍ତ୍ତାଳାପ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସ ସମ୍ବନ୍ଧୀୟ ଚିନ୍ତା ଦୂର ବେବ । ଚାକିରି ତଲାସରେ ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । ଯେଉଁ କାର୍ଯ୍ୟ ପାଇଁ ଦୀର୍ଘ ଦିନରୁ ଚିନ୍ତିତ ରହିଥିଲେ, ଆଜି ତାହା ବନ୍ଧୁଙ୍କ ଜରିଆରେ ସଫଳତା ପାଇବେ । ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ: ଆପଣଙ୍କ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ । କର୍ମାଧିପତିଙ୍କ ନକ୍ଷତ୍ରରେ ରାଶ୍ୟାଧିପତି ଅବସ୍ଥାନ କରି ଅଷ୍ଟମସ୍ଥ ଯୋଗୁଁ କର୍ମଜଞ୍ଜାଳ ବୃଦ୍ଧି ଘଟିବାର ବିଶେଷ ସମ୍ଭାବନା ରହିଛି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ଚାକିରି କରୁଥିବା କର୍ମଜୀବିମାନେ ଅଫିସ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ଚତୁର୍ଥାଧିପ ଚନ୍ଦ୍ରଙ୍କ ନିକଟରୁ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ପରିବାରର ବ୍ୟତିକ୍ରମ ସକାଶେ ମନ ଭଲ ରହି ନ ପାରେ । କିନ୍ତୁ ଚନ୍ଦ୍ରଙ୍କ ଶୁଭଦୃଷ୍ଟି ପ୍ରଭାବରେ କୌଣସି ବନ୍ଧୁ, ସହକର୍ମୀ ସହଯୋଗର ହାତ ବଢାଇବା ଫଳରେ କୌଣସି କାମ ଅଟକିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ପାରିବାରିକ ସମ୍ବନ୍ଧ ମଜଭୁତ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

କନ୍ୟା: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶୁଭକାମ କରି ପ୍ରଶଂସିତ ହେବେ କିନ୍ତୁ ମୁଖଭାବରେ ଶନି ପ୍ରଭାବରୁ ଆପଣଙ୍କ ନୀରବତା ଅନ୍ୟମାନଙ୍କ ମନରେ ସନ୍ଦେହକୁ ଦ୍ୱିଗୁଣିତ କରିବ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ବ୍ୟବହାର ଭଲ ରହିବ ଓ ସମୟ ଅବଶ୍ୟ ଖୁସୀରେ କଟିଯିବ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ସାହିତ୍ୟ ଚର୍ଚ୍ଚା, ସଭା ସମିତିରେ ସଫଳତା ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ତୁଳା: ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜି ଅତ୍ୟଧିକ ବ୍ୟୟବହୁଳ ହୋଇପାରେ । ବ୍ୟୟାଧିପତି ତୃତୀୟାଧିପତିଙ୍କ ସହ ଅବସ୍ଥାନ କରି ରାଶିରେ ଥିବାରୁ ବନ୍ଧୁଙ୍କ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଅବଶ୍ୟ ଚନ୍ଦ୍ରଙ୍କ ଦୃଷ୍ଟିରୁ ସୁସ୍ଥ ଚିନ୍ତାଧାରା ହେତୁ ପରିସ୍ଥିତି ପ୍ରତି ସଚେତନ ରହି କାମ କରିବା ଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ଟାଳି ଦେଇ ପାରିବେ । ପରସ୍ପରିକ ମତଭେଦ କାରଣରୁ ଶିଳ୍ପ, ବ୍ୟବସାୟରେ ବିଦ୍ରୋହ ଓ ଅଶାନ୍ତିର ବହ୍ନି ଦେଖାଦେଇପାରେ । କୌଣସି ସମ୍ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଆରାଧନା: ସୂର୍ଯ୍ୟଦେବ ।

ବିଚ୍ଛା: ଆପଣଙ୍କ ପାଖଆଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି । ଦୈହିକ ସୁସ୍ଥ ସଙ୍ଗକୁ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଆପଣଙ୍କ କଥା ଓ କାମରେ ସହାୟକ ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ । ଚାକିରିଜୀବିଙ୍କୁ ମଧ୍ୟ ଅଫିସରେ ସହକର୍ମୀ, ଉଚ୍ଚଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଭୂସମ୍ପତ୍ତି କିଣିବା ଯୋଗ ରହିଛି । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ । ନିଜଲୋକ ଶତ୍ରୁତା ଆଚରଣ କରିବା ଯୋଗୁଁ ମନରେ କ୍ଷୋଭ ହତାଶାଭାବ ବୃଦ୍ଧି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ଏକାଦଶସ୍ଥ ରାଶ୍ୟାଧିପତି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ, ବ୍ୟବସାୟିକ ତଥା ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ଶୁଭ ମୂହୁର୍ତ୍ତ ରହିବ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ବ୍ୟବସାୟ ମାମଲାରେ ଦିନଟି ଭଲ ହୋଇପାରେ । ଅଫିସରେ ମଧ୍ୟ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । କାରଣ ନିଜ ପରିସରରେ ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି ଭଳି କଥା କହିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ମକର: ମନରେ ଧାର୍ମିକ ଭାବନା ଉଦୟ ହେବ । କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭ ହେବ । ସ୍ଵଗୃହୀ ଶୁକ୍ର ପ୍ରଭାବରୁ ବନ୍ଧୁ ସମ୍ପର୍କ, ପରିବହନ, ବିବାଦୀୟ ପରିସ୍ଥିତି, ସଭାସମିତି ଓ ଆନୁଷ୍ଠାନିକ କାମରେ ବିଶେଷ ଅସୁବିଧା ହେବ ନାହିଁ । ବିନା ସ୍ଵାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ । କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ତର୍କବିତର୍କ କାରଣରୁ ସାଧାରଣ କଥାରେ ହଠାତ୍‌ କଳହ ସୃଷ୍ଟି ହୋଇପାରେ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । କୌଣସି ପ୍ରକାରର ଅସୁବିଧା ନ ଥିଲେ ମଧ୍ୟ ପାପଗ୍ରହଙ୍କ କୁପ୍ରଭାରୁ ଦୈହିକ ଓ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ ନାହିଁ । ଫଳରେ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରିବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । ଆର୍ଥିକ କ୍ଷେତ୍ରରେ ସମ୍ୟକ ଅଭାବ ପରିଲକ୍ଷିତ ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ: ଦିନଟି ଆପଣଙ୍କ ଖୁବ୍‌ ଭଲ ରହିବ । ସପ୍ତମାଧିପତି ଚନ୍ଦ୍ର ସ୍ଵଗୃହୀ ହେତୁ ବାଣିଜ୍ୟ, ବ୍ୟବସାୟ ସମ୍ପର୍କୀୟ ଚିନ୍ତାରେ ଆପଣଙ୍କ ନିମଗ୍ନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବୀରଙ୍କ ନିଜ କର୍ତ୍ତବ୍ୟ କରିଚାଳିବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରାଇବେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ବନ୍ଧୁଙ୍କ ପ୍ରତାରଣାପୂର୍ଣ୍ଣ କଥାରେ ମନ ଅସ୍ଥିର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।