ଜୁହି ଚାୱଲାଙ୍କ ସହ ଏହି ବାଲିଉଡ଼ ଅଭିନେତାଙ୍କ ନିର୍ବନ୍ଧ ହୋଇଥିଲା ! କିନ୍ତୁ ଏହି କାରଣରୁ ଚାରି ଦିନ ପରେ ନିର୍ବନ୍ଧ ଭାଙ୍ଗି ଯାଇଥିଲା ।

Spread the love

ଜୟ ମେହେତାଙ୍କ ସହ ବିବାହ ପୂର୍ବରୁ ଜୁହିଙ୍କ ନିର୍ବନ୍ଧ ଏକ ବାଲିଉଡ଼ ଅଭିନେତାଙ୍କ ସହ ହୋଇଥିଲା । କିନ୍ତୁ ନିର୍ବନ୍ଧ ୪ ଦିନ ପରେ ଭାଙ୍ଗି ଯାଇଥିଲା ।

୯୦ ଦଶକରେ ଜୁହି, ବଲିଉଡର ଜଣେ ନାମିଦାମୀ କଳାକାର ଥିଲେ । ଜୁହି ସେହି ସମୟରେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରର ଭେଟି ଦର୍ଶକଙ୍କୁ ଦେଇଥିଲେ । ଜୁହି ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ମଧ୍ୟ ନେଇ ସାରିଛନ୍ତି । ନିଜର ଫିଲ୍ମ କ୍ୟାରିଆରରେ ବର୍ତ୍ତମାନ ପର୍ଯ୍ୟନ୍ତ ଜୁହି ୮୪ଟି ଚଳଚିତ୍ର କରି ସାରିଛନ୍ତି । ଜୁହି ଚାୱଲା ୧୯୯୫ ମାସିହାରେ ବ୍ୟବସାୟୀ ଜୟ ମେହେତାଙ୍କ ସହ ବିବାହ କରିଥିଲେ । ବିବାହ ପରେ ଜୁହି କମ୍ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ଜୁହି ଏବଂ ଆମୀରଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଜୁହି ଏବଂ ଆମୀର ଏକତ୍ର “କାୟମତ୍ ସେ କାୟମତ୍ ତକ୍”, “ଇକ୍”, “ହମ ହେ ରାହି ପ୍ୟାର କେ”, “ଦୌଲତ କି ଜଙ୍ଗ”, “ତୁମ ମେରେ ହୋ”, ପରି ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ନିଜ ସମୟରେ ଜୁହି ଜଣେ ସୁନ୍ଦର ଅଭିନେତ୍ରୀ ଥିଲେ । ସେହି ସମୟରେ ଅନେକ ପୁଅ ଜୁହିଙ୍କ ପ୍ରେମରେ ପାଗଳ ଥିଲେ । କଣ ଆପଣ ଜାଣିଛନ୍ତି ଜୟ ମେହେତାଙ୍କ ସହ ବିବାହ ପୂର୍ବରୁ ଜୁହୀଙ୍କ ନିର୍ବନ୍ଧ ଜଣେ ବାଲିଉଡ଼ ଅଭିନେତାଙ୍କ ସହ ହୋଇଥିଲା କିନ୍ତୁ ୪ ଦିନ ପରେ ନିର୍ବନ୍ଧ ଭାଙ୍ଗି ଯାଇଥିଲା ।

ବଲିଉଡର ଏହି ଅଭିନେତାଙ୍କ ସହ ନିର୍ବନ୍ଧ ହୋଇଥିଲା :

ଜୟ ମେହେତାଙ୍କ ସହ ବିବାହ ପୂର୍ବରୁ ଜୁହିଙ୍କ ଯେଉଁ ଅଭିନେତାଙ୍କ ସହ ନିର୍ବନ୍ଧ ହୋଇଥିଲା, ତାଙ୍କର ନାମ ହେଉଛି ଇମ୍ରାନ ଖାନ୍ । ଆମୀର ଖାନଙ୍କ ଭଣଜା ବାଲିଉଡ଼ ଅଭିନେତାଙ୍କ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ । ଆପଣ ଚିନ୍ତାରେ ପଡି ଯାଇଥିବେ, ଇମ୍ରାନ ଖାନ୍ କିପରି ଜୁହିଙ୍କ ସହ ନିର୍ବନ୍ଧ କରିପାରିବେ ? ସେ ଜୁହିଙ୍କ ଠାରୁ ବୟସରେ ଖୁବ୍ ଛୋଟ ଅଟନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଏହି ଘଟଣା ଆଜିର ନୁହେଁ ଏହା ବହୁ ପୁରୁଣା ଅଟେ । ଏହି ଘଟଣା ସେହି ସମୟର ଅଟେ ଯେତେବେଳେ ଜୁହି ନିଜର ଫିଲ୍ମ “କାୟମତ୍ ସେ କାୟମତ୍ ତକ୍” ସୁଟିଙ୍ଗ କରୁଥିଲେ ।

ଚାରି ଦିନ ପରେ ନିର୍ବନ୍ଧ ଭାଙ୍ଗି ଯାଇଥିଲା :

ଏହି ଚଳଚିତ୍ରରେ ଇମ୍ରାନ ଶିଶୁ କଳାକାର ରୂପେ କାର୍ଯ୍ୟ କରୁଥିଲେ । ଛୋଟ ଇମ୍ରାନଙ୍କୁ ଜୁହି ଏତେ ପସନ୍ଦ ଥିଲେ ଯେ, ସେ ତାଙ୍କ ସହ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ । ଇମ୍ରାନଙ୍କ ଜିଦକୁ ପୁରଣ କରିବାକୁ ଯାଇ ଜୁହି ପିନ୍ଧି ନେଇଥିଲେ ଏବଂ ମିଛ ମିଛିକା ନିର୍ବନ୍ଧ ୫ ବର୍ଷୀୟ ଇମ୍ରାନଙ୍କ ସହ କରି ଦେଇଥିଲେ । ନିଜର ପିଲାଳିଆମୀ ଯୋଗୁଁ ଇମ୍ରାନ ମୁଦି ଜୁହିଙ୍କ ଠାରୁ ମାଗି ନେଇଥିଲେ ଏବଂ ମୁଦି ନିଜ ମାଆଙ୍କୁ ଦେଇ ଦେଇଥିଲେ । ଏହି କାରଣରୁ ତାଙ୍କର ଏହି ସମ୍ପର୍କ ବହୁ ଦିନ ତିଷ୍ଠି ପାରିନଥିଲା । ଇମ୍ରାନଙ୍କ ଜିଦ ଯୋଗୁଁ ଜୁହି ୪ ଦିନ ପର୍ଯ୍ୟନ୍ତ ମୁଦି ପିନ୍ଧି ରଖିଥିଲେ ଏବଂ ଇମ୍ରାନ ଯେତେବେଳେ ମୁଦି ମାଗିବା ପାଇଁ ଆସିଥିଲେ, ସେଠାରେ ଉପସ୍ଥିତ ଲୋକେ ହସି ଉଠିଥିଲେ । ଆଜି ମଧ୍ୟ ଦୁହିଁଙ୍କୁ ସେହି ଘଟଣା ମନେ ଅଛି ଏବଂ ସେହି କଥାକୁ ମନେ ପକାଇ ଦୁହେଁ ଖୁବ ଜୋରରେ ହସନ୍ତି ।